ହଳଦୀର ଜ୍ୟୋତିଷ ଉପାୟ ଆପଣଙ୍କ ସମସ୍ତ କଷ୍ଟ ଦୂର କରିଦେବ, ଭାଗ୍ୟ ଚମକିବ, ଘରକୁ ଆସିବ ସୁଖସମୃଦ୍ଧି ।

Spread the love

ଶାସ୍ତ୍ରରେ ଏମିତି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାଦ୍ୱାରା ବ୍ୟକ୍ତି ନିଜର ଯେକୌଣସି କଷ୍ଟର ସମାଧାନ କରିପାରିବ । ଏହି ଉପାୟ ବହୁତ ପ୍ରଭାବଶାଳୀ ଅଟେ । ଯଦି ଏହି ଉପାୟ କରନ୍ତି; ତେବେ ବ୍ୟକ୍ତିଙ୍କୁ ତୁରନ୍ତ ପରିଣାମ ମିଳିଥାଏ । ଏହି ଉପାୟମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହଳଦୀର ଉପାୟ । ହିନ୍ଦୁ ଶାସ୍ତ୍ରରେ ହଲଦୀକୁ ବହୁତ ଶୁଭ ବୋଲି ମାନ୍ୟତା ରହିଛି । ହଳଦୀର ସମ୍ବନ୍ଧ ବୃହସ୍ପତି ସହ ଜଡିତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ହଳଦୀ ସମ୍ବନ୍ଧିତ ଅନେକ ଉପାୟ ବିଷୟରେ ଉଲ୍ଲେଖ କରାଯାଇଛି । ଯଦି ବ୍ୟକ୍ତି ଏହାର ପ୍ରୟୋଗ କରେ, ତେବେ ତାହାର ଭାଗ୍ୟ ଚମକି ଯାଇପାରେ ଏବଂ ଜୀବନରେ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ସମାଧାନ ହୋଇପାରେ ।

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ହଳଦୀର କିଛି ପ୍ରଭାବଶାଳୀ ଉପାୟ ବିଷୟରେ କହିବୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ ଧନବୃଦ୍ଧି ହେବ ସହ ବହୁତ ଗୁଡିଏ କଷ୍ଟରୁ ମଧ୍ୟ ମୁକ୍ତି ମିଳିବ ।

ଆସନ୍ତୁ ଜାଣିବା ହଳଦୀର ଜ୍ୟୋତିଷ ଉପାୟ ବିଷୟରେ :

ଯଦି ଆପଣଙ୍କ ପରିବାରରେ ସମସ୍ତ ସଦସ୍ୟଙ୍କୁ ଉନ୍ନତି ମିଳିପାରୁ ନାହିଁ; ତେବେ ଏଥିପାଇଁ ଘରର ବାସ୍ତୁ ଦୋଷ ଦାୟୀ ଏବଂ ନଜର ଦୋଷ (ଲୋକ ଦୃଷ୍ଟି) ମଧ୍ୟ ହୋଇପାରେ । ଯଦି ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି; ତେବେ ସେଥିପାଇଁ ଆପଣ ଆପଣଙ୍କ ଘରର ମୁଖ୍ୟଦ୍ୱାର ବାହାରେ ହଳଦୀର ସିଧା ରେଖା ଟାଣି ଦିଅନ୍ତୁ, ଏହାଦ୍ଵାରା ନକାରତ୍ମକ ଉର୍ଜାରୁ ବଞ୍ଚିତ ହେବେ । ଏହାଛଡା ଆପଣ ଆପଣଙ୍କ ଘରର ମୁଖ୍ୟ ଗେଟରେ ହଳଦୀ ଓ ଗଙ୍ଗାଜଳରେ ସ୍ୱସ୍ତିକ ଚିହ୍ନ କରନ୍ତୁ । ଏହାଦ୍ଵାରା ଆପଣଙ୍କ ଘରେ ସୁଖସମୃଦ୍ଧିର ବାସ ହେବ ।

ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କ ଜୀବନରେ ସୁଖସମୃଦ୍ଧି ଆସୁ; ତେବେ ଆପଣଙ୍କୁ ସେଥିପାଇଁ ଗୁରୁବାର ଦିନ ଯଜ୍ଞ କରିବା ସମୟରେ ସେଥିରେ ସାମାନ୍ୟ ଟିକିଏ ହଳଦୀ ପକାଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଘରରୁ ଦରିଦ୍ରତା ଦୂର ହେବ ଏହା ବଦଳରେ ଆପଣ ହଳଦୀ ମାଳାରେ ଯେକୌଣସି ସିଦ୍ଧ ମନ୍ତ୍ର ଜପ କରନ୍ତୁ, ଏହା ଦ୍ଵାରା ଵୃଦ୍ଧି ବିକାଶ ହେବ ଏବଂ ବୃହସ୍ପତି ମଧ୍ୟ ପ୍ରସନ୍ନ ହେବେ ।

ଯଦି କୌଣସି ବ୍ୟକ୍ତିର ବୈବାହିକ ଜୀବନରେ ସମସ୍ୟାମାନ ଉତ୍ପନ୍ନ ହେଉଛି; ତେବେ ଏମିତି ପରିସ୍ଥିତିରେ ସୂର୍ଯ୍ୟ ଦେବଙ୍କୁ ହଳଦୀ ମିଶା ଜଳ ଅର୍ପଣ କରନ୍ତୁ, ଏହାଦ୍ଵାରା ବୈବାହିକ ଜୀବନ ସୁଖମୟ ହେବ, ଏହାଛଡା କନ୍ୟାର ବିବାହ ପାଇଁ ମନପସନ୍ଦ ବର ମିଳିବ ।

ଯଦି କୌଣସି ବ୍ୟକ୍ତିଙ୍କୁ ରାତିରେ ଶୋଇବା ସମୟରେ ଭୟଭୀତ ସ୍ୱପ୍ନ ଆସେ; ତେବେ ଏଥିରୁ ମୁକ୍ତି ପାଇଁ ଆପଣ ନିଜ ତକିଆ ତଳେ ହଳଦୀ ଗଣ୍ଠି ରଖି ଦିଅନ୍ତୁ । ଏହା ଫଳରେ ଖରାପ ସ୍ଵପ୍ନ ଆସିବ ନାହିଁ । ଯଦି ଆପଣଙ୍କୁ ଆପଣଙ୍କ ବୃତ୍ତିରେ ସଫଳତା ଲାଭ କରିବାକୁ ଚହାଁନ୍ତି; ତେବେ ଆପଣ ଗାଧୋଇବା ପାଣିରେ କିଛି ହଳଦୀ ମିଶେଇ ଦିଅନ୍ତୁ ଏବଂ ଏହି ପ୍ରକ୍ରିୟା ଆପଣଙ୍କୁ ପ୍ରତ୍ୟେକ ଗୁରୁବାର ଦିନ କରିବାକୁ ହେବ । ଏଥିରେ ଆପଣଙ୍କୁ ଆପଣଙ୍କ ବୃତ୍ତିରେ ସଫଳତା ମିଳିବ, ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଉନ୍ନତିରେ ଆସୁଥିବା ବାଧା ଦୂର ହୋଇଯିବ ।

ଯଦି ଆପଣ ବିବାହ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଚାହୁଁଛନ୍ତି; ତେବେ ସେଥିପାଇଁ ଆପଣ ସମ୍ପର୍କ ଠିକ କରିବାକୁ ଯିବା ପୂର୍ବରୁ ନିଜ ମଥାରେ ହଳଦୀର ତିଳକ ଧାରଣ କରନ୍ତୁ, ଏହା ଦ୍ୱାରା ଗୁରୁ ଗ୍ରହ ଶକ୍ତିଶାଳୀ ହୁଏ ଏବଂ ବିବାହ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିଥାଏ ।

ଆପଣ ଗୁରୁବାର ଦିନ ହଳଦୀ, ବତୁରା ଚଣା ଏବଂ ମୁନିକା ବୃହସ୍ପତି ଦେବଙ୍କୁ ଅର୍ପଣ କରନ୍ତୁ, ଏଥିରେ ବୃହସ୍ପତି ଦେବ ପ୍ରସନ୍ନ ହେବେ ଏବଂ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟାର ସମାଧାନ ହେବ ।