ବିବାହ ପୂର୍ବରୁ ନିଜ ଜୀବନ ସାଥୀଙ୍କୁ ଏହି ଛଅଟି ପ୍ରଶ୍ନ ପଚାରି ନିଅନ୍ତୁ । ନଚେତ ଭବିଷ୍ୟତରେ ସମସ୍ୟା ଉପୁଜି ପାରେ ।

Spread the love

ବିବାହ ଜୀବନର ସବୁଠୁ ବଡ ସମ୍ପର୍କ ଅଟେ । ଆପଣ ବିବାହିତ ପୂର୍ବରୁ ଆମେ କେଉଁ ଭଳି ମଧ୍ୟ ରହିଲେ ଚାଲିବ କିନ୍ତୁ ବିବାହ ପରେ ଆମକୁ ପରିବର୍ତ୍ତନ ହେବା ପାଇଁ ପଡିଥାଏ । ନିଜ ଜୀବନ ସାଥି ବିରୁଦ୍ଧରେ ଯାଇ କୌଣସି କାର୍ଯ୍ୟ କଲେ ଜୀବନ ସାଥି ଦୁଃଖ ପ୍ରକାଶ କରିଥାନ୍ତି । ବିବାହରେ ନା କେବଳ ଆମେ ଝିଅ କିମ୍ବା ପୁଅଙ୍କ ସହ ବିବାହ କରିଥାଉ, ଆମର ସମ୍ପର୍କ ସେହି ପରିବାରର ସମସ୍ତଙ୍କ ସହ ଯୋଡି ହୋଇ ଯାଇଥାଏ । ମିଛର ସାହାଯ୍ୟରେ ସମ୍ପର୍କ ଗଢି ହୋଇନଥାଏ । ବିବାହ ଜୀବନର ସବୁଠୁ ବଡ ସମ୍ପର୍କ ଅଟେ । ବିବାହ ପୂର୍ବରୁ ନିଜ ଜୀବନ ସାଥୀଙ୍କୁ ଏହି ଛଅଟି ପ୍ରଶ୍ନ ପଚାରି ସଠିକ୍ ଉତ୍ତର ପାଇବା ପାଇଁ ଚେଷ୍ଟା କରନ୍ତୁ ।

ବିବାହ ପୂର୍ବରୁ ନିଜ ଜୀବନ ସାଥୀଙ୍କୁ ଏହି ଛଅଟି ପ୍ରଶ୍ନ ପଚାରନ୍ତୁ :

ଯେତେବେଳେ କୌଣସି ବ୍ୟକ୍ତିର ବିବାହର ପ୍ରସ୍ତାବ ପଡିଥାଏ, ସେହି ସମୟରେ ପରିବାର ଲୋକେ ଧନ ସମ୍ପତି, ବଂଶ, ଗୋତ୍ର, ଜ୍ଞାତି ପରିବାର କୁଟୁମ୍ବ ଏସବୁ ବିଷୟରେ ଜାଣିଥାନ୍ତି । ବିବାହ ସମ୍ପର୍କ ଠିକ ରୂପେ ଚାଲିବା ପାଇଁ ଏହି ଜିନିଷ ସବୁ ଦେଖା ଯାଇଥାଏ । ବିବାହ ସମୟରେ ଲୋକେ ଅନେକ ଗୁଡିଏ କଥା ଅଣଦେଖା କରି ଦେଇଥାନ୍ତି । କିନ୍ତୁ ଆପଣ ଯଦି ଅବିବାହିତ ଅଛନ୍ତି; ତେବେ ନିଜ ଜୀବନ ସାଥୀଙ୍କୁ ଏହି ଛଅଟି ପ୍ରଶ୍ନ ପଚାରନ୍ତୁ ।

୧) ବିବାହକୁ ଯାଉଥିବା ନବ ଯୋଡି, ଉଭୟଙ୍କ ମାନସିକ ଚିନ୍ତା ଧାରାକୁ ବୁଝିବା ନିହାତି ଆବଶ୍ୟକ । ନିଜ ଜୀବନ ସାଥୀଙ୍କୁ ପଚାରି ନେବା ଉଚିତ, ସେ ନିଜ ପିତା କିମ୍ବା ମାତାଙ୍କ ଚାପରେ ବିବାହ କରୁ ନାହାନ୍ତି ତ ?

୨) ବିବାହ ପରେ ଝିଅ ନିଜ ପତିଙ୍କ ଉପରେ ସମ୍ପୂର୍ଣ ନିର୍ଭର ହୋଇଥାନ୍ତି । ଯଦି ନିର୍ଭର ନ କରନ୍ତି ଏବଂ ଉଭୟ ଉପାର୍ଜନ କରନ୍ତି; ତେବେ ନିଜ ସମସ୍ତ ଆବଶ୍ୟକତାକୁ ସହଜରେ ପୂରଣ କରିପାରୁଛନ୍ତି । ଏହିପରି ସ୍ଥିତିରେ ଅନ୍ୟର କାହାର କଥା (ତୃତୀୟ ବ୍ୟକ୍ତି)ରେ ଗୁରୁତ୍ଵ ନ ଦେଇ ଉଭୟ ଉଭୟଙ୍କ ବିଷୟରେ ଜାଣି ରଖିବା ଉଚିତ ।

୩) ନିଜ ଜୀବନ ସାଥୀଙ୍କୁ ଏହି ପ୍ରଶ୍ନ ପଚାରି ନେବା ଉଚିତ ଯେ, ସେ ବିବାହ ପରେ ପରିବାର ସହ ଏକତ୍ର ରହିବା ପାଇଁ ଚାହାଁନ୍ତି ନା ପରିବାର ଠାରୁ ଅଲଗା ରହିବା ପାଇଁ ଚାହାନ୍ତି ? କାରଣ ପ୍ରାୟତଃ ବିବାହ ସମ୍ପର୍କ ଏହି କାରଣରୁ ହିଁ ଭାଙ୍ଗି ଯାଇଥାଏ ।

୪) ଯଦି ଆପଣଙ୍କର ପତି କୌଣସି ଚାକିରି କରନ୍ତି ନାହିଁ ଏବଂ ଆପଣ ତାଙ୍କର ନିବେଶ ଏବଂ ଆର୍ଥିକ ସ୍ଥିତି ବିଷୟରେ ନିଶ୍ଚୟ ପଚାରି ନିଅନ୍ତୁ; ଯେ ସେ ଅର୍ଥ ପାଇଁ ଅନ୍ୟ ଉପରେ ନିର୍ଭର ନୁହାଁନ୍ତି ତ ?

୫) ନିଜ ଜୀବନ ସାଥିଙ୍କ ପସନ୍ଦ ଏବଂ ନା ପସନ୍ଦ ବିଷୟରେ ଜାଣି ରଖନ୍ତୁ; ନଚେତ ଭବିଷ୍ୟତରେ ଆପଣଙ୍କୁ ନିଜ ଜୀବନ ସାଥିଙ୍କ କୌଣସି ପସନ୍ଦ କିମ୍ବା ଅଭ୍ୟାସ ଭଲ ଲାଗି ନପାରେ । ଯାହା ଫଳରେ ଦୁହିଁଙ୍କ ମଧ୍ୟରେ କଳି ହୋଇପାରେ ।

୬) ବିବାହ ପୂର୍ବରୁ ନିଜ ଜୀବନ ସାଥିଙ୍କ ଠାରୁ ଜାଣି ରଖନ୍ତୁ; ଆପଣଙ୍କ ଜୀବନ ସାଥି ପରିବାର ଯୋଜନା ବିଷୟରେ କଣ ଚିନ୍ତା କରୁଛନ୍ତି ? ପିଲା କେତେବେଳେ ଏବଂ କେତେଟା ସେ ଚାହୁଁ ଛନ୍ତି ।