କେବଳ ଭାରତ ହିଁ ନୁହଁ ବରଂ ଏହା ସାରା ଏସିଆର ସବୁଠାରୁ କମ୍ ଦରରେ ମିଳୁଥିବା ପୋଷାକ ବଜାର; ଯେଉଁଠାରେ ମାତ୍ର ୧୦୦ ଟଙ୍କାରେ ଜିନ୍ସ ମିଳିଥାଏ ।

Spread the love

ଲୋକମାନେ ଭଲ ଓ ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି । ଏହି ଦୁନିଆରେ ଏଭଳି ଲୋକ ନ ଥିବ, ଯିଏ ଭଲ ପୋଷାକ ପିନ୍ଧିବାକୁ ପସନ୍ଦ ନ କରିବ । ଅଧିକାଂଶ ଲୋକମାନେ ଭଲ ଭଲ ପୋଷାକ ପ୍ରତ୍ୟେକ ଦିନ ପିନ୍ଧିବାକୁ ଚାହିଁଥାନ୍ତି ଓ ଉତ୍ସବ ମାନଙ୍କରେ ଦାମୀକିଆ ଓ ସୁନ୍ଦର ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେମାନଙ୍କ ପାଖରେ ପୋଷକର ଭଣ୍ଡାର ଥିବା ଦରକାର ବା ଭଲ ଭଲ ପୋଷାକ କିଣିବାକୁ ବହୁତ ଟଙ୍କା ଥିବା ଆବଶ୍ୟକ । କିନ୍ତୁ ସଭିଁଙ୍କ ପାଖରେ ଟଙ୍କା ଥିବ, ଏହାର କିଛି ମାନେ ନାହିଁ । ଗରିବ ଲୋକ ହେଲେ ମଧ୍ୟ ମନରେ ସବୁବେଳେ ଭଲ ପୋଷାକ ପିନ୍ଧିବାକୁ ଚାହିଁଥାନ୍ତି । ଏଭଳି ଲୋକମାନେ ମଧ୍ୟ ଅଛନ୍ତି, ନିଜପାଖରେ ବହୁତ ଟଙ୍କା ଥିଲେ ମଧ୍ୟ ସେ ଏହି ଦାମୀକିଆ ପୋଷାକ କିଣି ଟଙ୍କା ଖର୍ଚ୍ଚ କରିବାକୁ ଚାହିଁ ନ ଥାନ୍ତି । ଆଜି ଆମେ ଆପଣଙ୍କୁ ଗୋଟିଏ ଏଭଳି ବିଷୟ କହିବାକୁ ଯାଉଛୁ; ଯାହାକୁ ଜାଣି ଖୁସିରେ ନାଚି ଉଠିବ । ଯଦି ଆପଣ କମ୍ ଦରରେ ଭଲ ପୋଷାକ କିଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଆଜି ଆମେ ଗୋଟିଏ ଏଭଳି ଜାଗା କହିବାକୁ ଯାଉଛୁ; ଯାହାକି ସବୁଠାରୁ କମ ଦରରେ ପୋଷାକ ବିକ୍ରି ହେଉଥିବା ବଜାର ଅଟେ ।

ଏସିଆର ସବୁଠାରୁ କମ୍ ଦରର ପୋଷକର ବଜାର :-

ଦେଖିବାକୁ ଗଲେ ବ୍ରାଣ୍ଡେଡ୍ ପୋଷାକ ଓ ଦୋକାନରେ ଥିବା ଭଲ ଭଲ ପୋଷକକୁ ପିନ୍ଧିବାକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଭାରତର ସବୁଠାରୁ କମ୍ ଦରରେ ପୋଷାକ ବିକ୍ରି ହେଉଥିବା ବଜାର ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ ଏହା ଜାଣି ବହୁତ ଆଶ୍ଚର୍ଯ୍ୟ ଲାଗିବ କି ଏହି ବଜାରରେ କେବଳ ୧୦୦ ଟଙ୍କାରେ ଜିନ୍ସ ଓ ୨୦ ଟଙ୍କାରେ ଲେଡ଼ିଜ୍ ଟୋପ୍ ମିଳିଯାଏ । ଏହି ପୋଷାକ ଗୁଡ଼ିକ କୌଣସି ପ୍ରକାରର ଖରାପ ବା ବ୍ୟବହାର କରିଥିବା ପୋଷାକ ନୁହଁ । ଅସଲରେ ଆମେ ଯେଉଁ ଜାଗା ବିଷୟରେ କହିବାକୁ ଯାଉଛୁ; ତାହା ହେଉଛି ଭାରତର ରାଜଧାନୀ ଦିଲ୍ଲୀର ଗାନ୍ଧୀ ନଗରର ବଜାର ଅଟେ, ଯାହାକୁ କେବଳ ଭାରତର ନୁହଁ ବରଂ ସାରା ଏସିଆର ସବୁଠାରୁ କମ୍ ଦରରେ ପୋଷାକ ବିକ୍ରି ହେଉଥିବା ବଜାର ବୋଲି କୁହାଯାଏ ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ; ଏଠାରେ ଅନେକ ପ୍ରକାରର ବ୍ରାଣ୍ଡେଡ୍ ପୋଷାକ ଗୁଡ଼ିକ ବହୁତ ସହଜ ଓ ଶସ୍ତାରେ ମିଳିଥାଏ । କହିବାକୁ ଗଲେ, ଆଜିକାଲି ଦୁନିଆରେ କୌଣସି ଦୋକାନକୁ ପୋଷାକ କିଣିବା ପାଇଁ ଗଲେ, ଆପଣ ୧୦୦୦ ଟଙ୍କାରୁ କମରେ କୌଣସି ପୋଷାକ ମିଳି ନଥାଏ । କିନ୍ତୁ ଏହି ବଜାରରେ ଆପଣ ଗୋଟିଏ ଜିନସ୍ ଯଦି କିଣିବା ପାଇଁ ଚହୁଁଛନ୍ତି ତେବେ ୧୦୦ ରୁ ୨୦୦ ଟଙ୍କା ମଧ୍ୟରେ ମିଳିଯିବ । ଯେଉଁ ପୋଷାକଗୁଡ଼ିକୁ ଅନ୍ୟ କେଉଁଠାରେ କିଣିଲେ ଅତି କମରେ ୧୦୦୦ ଟଙ୍କା ହେବ ଏବଂ ଭଲ ବ୍ରାଣ୍ଡେଡ୍ ପୋଷାକର ଦର ୫୦୦୦ଟଙ୍କା ହୋଇଥାଏ, ସେହିପରି ପୋଷାକ ଓ ବ୍ରଣ୍ଡେଡ୍ ଏହି ବଜାରରେ କେବଳ ୧୦୦ ରୁ ୨୦୦ ଟଙ୍କାରେ ମଧ୍ୟରେ ମିଳିଥାଏ । ଏହା ଜାଣିବା ପରେ ଆପଣ ମଧ୍ୟ ଏହି ବଜାରକୁ ନ ଯାଇ ରହିପାରିବେ ନାହିଁ ।

ଏହି ବଜାରରେ ଆପଣଙ୍କୁ ଅନେକ ଗୁଡ଼ିଏ ଭଲ-ଭଲ ପୋଷାକ ମିଳିଥାଏ । ଯାହାକି ଆପଣ ନିଜ ପାଇଁ ବା ନିଜେ ସେହି ପୋଷକକୁ ଆଣି ବିକି ପାରିବେ । ଯାହାକି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରିବ । କାରଣ ଏହି ଜିନ୍ସ ଗୁଡ଼ିକୁ ମାତ୍ର ୧୦୦ ଟଙ୍କା ଦେଇ କିଣିଥିବେ କିନ୍ତୁ ଆପଣ ଏହାକୁ ୫୦୦ ରୁ ୬୦୦ ଟଙ୍କାରେ ବିକି ପାରିବେ । ଯେଉଁଥିରେ ଆପଣଙ୍କୁ ପ୍ରତ୍ୟେକ ଜିନ୍ସ ପିଛା ୪୦୦ ରୁ ୫୦୦ ଟଙ୍କା ଲାଭ ମିଳିବ ।

Source :