ଛୁଆ ଜନ୍ମ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଗଲେ, ଡାକ୍ତର କହିଲେ ୩୦,୦୦୦ ଛୁଆରେ ଏମିତି ଜଣେ ହୋଇଥାଏ ।

Spread the love

କର୍ଣ୍ଣାଟକର ବେଙ୍ଗାଲୁରରେ ଛୁଆ ଜନ୍ମ ହେବା ପରେ ଏହି କଥାଟି ସାମ୍ନାକୁ ଆସିଛି, ଯାହା ୩୦,୦୦୦ ଛୁଆରେ ଜଣେ ଏପରି ହୋଇଥାଏ । କଥା ହେଉଛି, ବେଙ୍ଗାଲୁରର ହସ୍ପିଟାଲରେ ଯେତେବେଳେ ଗୋଟିଏ ଛୁଆ ଜନ୍ମ ହେଲା, ତାର ଦୁଇଟି ଦାନ୍ତ ଥିଲା । ଛୁଆ ଦାନ୍ତ ଥାଇ ଜନ୍ମ ହେବାରୁ ଡାକ୍ତର ଏବଂ ପରିବାର ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଡାକ୍ତର ନବଜନ୍ମିତ ଶିଶୁର ଦାନ୍ତକୁ ବାହାର କରିବା ପାଇଁ ଉପଦେଶ ଦେଲେ । ଡାକ୍ତର କହିଲେ, ଏମିତି ଦାନ୍ତ ନେଇ ଜନ୍ମ ହୋଇଥିବା ଶିଶୁ ଆଗକୁ ବିପଦ ସହିବାକୁ ପଡ଼ିଥାଏ । ଖାସ୍ କରି ଡାକ୍ତର ଜଣକ ଅପରେସନ କରି ଛୁଆଟି ଦୁଇଟି ଦାନ୍ତ ବାହାର କରି ଦେଇଛନ୍ତି ।

ଏହା ସାଧାରଣ ଘଟଣା ହୋଇ ନ ଥିବାରୁ ଛୁଆଟିର ପରିବାର ସର୍ଜରୀ ପାଇଁ ମାନି ଯାଇଥିଲେ । ନବଜାତ ଶିଶୁର ଦାନ୍ତ ବାହାରିବା ଘଟଣା ପୁଅଙ୍କ ଅପେକ୍ଷା ଝିଅ ମାନଙ୍କ ଠାରେ ବେଶୀ ଦେଖାଯାଏ । ନବଜାତ ଛୁଆର ଜନ୍ମ ସମୟରେ ଦାନ୍ତ ବାହାରି ଥିଲେ, ମାଆ କ୍ଷୀର ପିଇବା (Breastfeeding) ଅସୁବିଧା ହୋଇଥାଏ । ଏହା ଦ୍ୱାରା ଛୁଆମାନଙ୍କୁ ଅନ୍ତ୍ର ଘା (Ulcer) ଭଳି ରୋଗରେ ଆକ୍ରନ୍ତ ହୋଇଥାଏ । ଅବିଭାବଙ୍କ କହିବା ଅନୁସାରେ ଛୁଆଟିର ଜନ୍ମରୁ ଦାନ୍ତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲୁ ।ଡା କ୍ତର ଯଥା ଶୀଘ୍ର ଏହାକୁ ବାହର କରିବା ପାଇଁ ଉପଦେଶ ଦେଲେ ।

ଛୁଆ ମାନଙ୍କର କାହିଁକି ସମୟ ପୂର୍ବରୁ ଦାନ୍ତ ଉଠିଯାଏ, ଡାକ୍ତରଙ୍କ କହିବା ଅନୁସାରେ, ଏହା ସେତେବେଳେ ହୋଇଥାଏ ଯେତେବେଳେ ଛୁଆମାନଙ୍କ ହରମୋନ ଗୁଡିଆ ନିଜ ନିଜର ସନ୍ତୁଳନ ହୋରାଇଥାନ୍ତି । ଯେତେବେଳେ ନବ ଜନ୍ମିତ ଶିଶୁଙ୍କ, ଜନ୍ମ ଅବସ୍ଥାରେ ହିଁ ଦାନ୍ତ ଉଠି ଥାଏ, ତାହା ହଳଦିଆ, ଛୋଟ ଏବଂ ଅର୍ଦ୍ଧ ବିକଶିତ ହୋଇଥାଏ । ଏହି ଦାନ୍ତ ସ୍ଥିର ହୋଇ ନ ଥାଏ, ଏହା ଅଳ୍ପ ବିକଶିତ ହୋଇଥାଏ ଏବଂ ଏହି ଦାନ୍ତ ଗୁଡିକ ହଲୁ ଥାଏ ।