ଏହି ବ୍ୟକ୍ତିଙ୍କୁ ଐଶ୍ୱର୍ଯ୍ୟା ଖୁବ୍ ଭଲ ପାଉଥିଲେ କିନ୍ତୁ ପ୍ରସିଦ୍ଧ ହେବା ପରେ ନିଜ ଜୀବନରୁ ଏହି ବ୍ୟକ୍ତିଙ୍କୁ ବାହାର କରିଦେଇଥିଲେ ।

Spread the love

ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ଆପଣମାନେ ଜାଣିଥିବେ କିନ୍ତୁ ସଲମାନ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ପ୍ରେମ ନୁହଁନ୍ତି ।

ସୁନ୍ଦର ବ୍ୟକ୍ତିତ୍ୱ ଐଶ୍ୱର୍ଯ୍ୟାଙ୍କୁ ସମସ୍ତେ ଜାଣିଛନ୍ତି । ନିଜର ସୁନ୍ଦର ବ୍ୟକ୍ତିତ୍ୱ ଓ ଚିତ୍ତାକର୍ଷଣ ଅଭିନୟ ପାଇଁ ଐଶ୍ୱର୍ଯ୍ୟା ସମସ୍ତଙ୍କ ହୃଦୟର ରାଣୀ ଅଟନ୍ତି । ଐଶ୍ୱର୍ଯ୍ୟା ସୁନ୍ଦରତାର ଉଦାହରଣ ଅଟନ୍ତି । ହୋଇଥାଇ ପାରେ ପ୍ରିୟଙ୍କା, ଦୀପିକା ହଲିଉଡ୍ ରେ ନିଜ ନାମକୁ ପ୍ରସିଦ୍ଧ କରିଛନ୍ତି କିନ୍ତୁ ଐଶ୍ୱର୍ଯ୍ୟା ନିଜ ସୁନ୍ଦର ବ୍ୟକ୍ତିତ୍ୱ ଫଳରେ ବଲିଉଡର ନାଆକୁ ସାରା ଦୁନିଆରେ ପ୍ରସିଦ୍ଧ କରାଇଛନ୍ତି । ଦୁନିଆରେ ଐଶ୍ୱର୍ଯ୍ୟଙ୍କ ବହୁତ ଲୋକ ପସନ୍ଦ କରନ୍ତି ।

ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ କାହାରିକୁ ଅଛପା ନାହିଁ । ସମସ୍ତେ ଜାଣିଛନ୍ତି ଐଶ୍ୱର୍ଯ୍ୟା ଉଭୟ ସଲମନ୍ ଓ ବିବେକ ଅବରାଏଙ୍କୁ ଭଲ ପାଇଥିଲେ । କିନ୍ତୁ ସଲମନ୍ ଙ୍କ ସହ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବହୁ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହି ଦୁଇଙ୍କ ପ୍ରେମ କାହାଣୀ କାହାରିକୁ ଅଛପା ନାହିଁ କିନ୍ତୁ ଆପଣମାନେ ଜାଣି ନଥିବେ ଐଶ୍ୱର୍ଯ୍ୟାଙ୍କ ଅନ୍ୟଜଣେ ପୁରୁଷ ବନ୍ଧୁ ଥିଲେ, ଯାହାକୁ ଐଶ୍ୱର୍ଯ୍ୟା ଖୁବ୍ ଭଲ ପାଉଥିଲେ । ନିଜ modeling ସମୟରେ ରାଜୀବ ମୂଳଚଂଦାନୀ ନାମକ ଜଣେ ବ୍ୟକ୍ତିଙ୍କ ସହ ଐଶ୍ୱର୍ଯ୍ୟାଙ୍କ ପ୍ରେମ ଚାଲିଥିଲା ।

ସଫଳତା ମିଳିବା ପରେ ସମ୍ପର୍କ ଭାଙ୍ଗି ଦେଇଥିଲେ :

କହିବାକୁ ଚାହୁଞ୍ଛୁ; ଐଶ୍ୱର୍ଯ୍ୟା ନିଜ କ୍ୟାରିଆରର ପ୍ରାରମ୍ଭରେ ରାଜୀବ ମୂଳଚଂଦାନୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଉଭୟ ଉଭୟଙ୍କୁ ନିଜ ମୋଡେଲିଙ୍ଗ ସମୟରେ ମିଶିଥିଲେ । ପେସାରେ ରାଜୀବ ମଧ୍ୟ ଜଣେ ମଡେଲ ଥିଲେ । ମିଳିତ କାମ କରିବା ସମୟରେ ଉଭୟ ପରସ୍ପର ପ୍ରେମରେ ପଡି ଯାଇଥିଲେ । ଦୁହେଁ ବହୁ ସମୟ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କରେ ରହିଥିଲେ । ୧୯୯୪ରେ Miss World ହୋଇସାରିବା ପରେ ଐଶ୍ୱରୀଆଙ୍କୁ ସଫଳତା ମିଳିବାରେ ଲାଗିଲା । ଯେତେବେଳେ ଐଶ୍ୱର୍ଯ୍ୟା ସଫଳତାର ସିଡ଼ି ଛାଡିବାରେ ଲାଗିଲେ, ନିଜ ପ୍ରେମିକ ରାଜୀବଙ୍କ ଠାରୁ ଦୁରେଇବାରେ ଲାଗିଲେ । ଯେତେବେଳେ ଚଳଚିତ୍ର ଦୁନିଆରେ ଲୋକେ ଐଶ୍ୱରୀଆଙ୍କୁ ଜାଣିବାରେ ଲାଗିଲେ, ଐଶ୍ୱର୍ଯ୍ୟା ରାଜୀବଙ୍କ ସହ ନିଜ ସମ୍ପର୍କ ଭାଙ୍ଗି ଦେଇଥିଲେ ।

ସଲମାନ ଖାନ୍ ଙ୍କ ସହ ଐଶ୍ୱର୍ଯ୍ୟା ଙ୍କ ସମ୍ପର୍କ :

ଐଶ୍ୱର୍ଯ୍ୟା କମ ଦିନ ମଧ୍ୟରେ ବଲିଉଡର ନାମିଦାମୀ ଅଭିନେତ୍ରୀ ହୋଇଗଲେ ଓ ସଲମାନଙ୍କ ସହ ନିଜ ନାମ ଯୋଡି ହୋଇଗଲା । ସଞ୍ଜୟ ଲୀଳା ଭନସାଳି ସଲମାନଙ୍କ ଜଣେ ଭଲ ବନ୍ଧୁ ଥିଲେ, ଯାହାଫଳରେ ସଲମାନଙ୍କ କଥାରେ ରାଜି ହୋଇ ନିଜ ଚଳଚିତ୍ର “ହମ୍ ଦିଲ୍ ଦେ ଚୁକେ ସନମ୍”ରେ ଐଶ୍ୱର୍ଯ୍ୟାଙ୍କୁ ଅଭିନୟର ସୁଯୋଗ ଦେଇଥିଲେ । ଭଲ ଚଳଚିତ୍ରଟି ଖୁବ୍ ନାମ କମେଇଥିଲା । ରାତାରାତି ଐଶ୍ୱର୍ଯ୍ୟା ଜଣେ ଜଣାଶୁଣା ଅଭିନେତ୍ରୀ ରୂପରେ ପରିଗଣିତ ହୋଇଗଲେ । ସଲମାନଙ୍କ ସହ ନିଜ ସଂପର୍କକୁ ଐଶ୍ୱର୍ଯ୍ୟଙ୍କ ପିତା ମାତା ଖୁସି ନ ଥିଲେ କିନ୍ତୁ ଏହାସବୁ ସତ୍ତ୍ୱେ ଐଶ୍ୱର୍ଯ୍ୟା ସଲମାନଙ୍କ ସହ ସମ୍ପର୍କରେ ରହିଥିଲେ । କିନ୍ତୁ ସଲମାନଙ୍କ ଜିଦ୍ ଖୋର ନୀତି, ଶଙ୍କା ପ୍ରବୃତ୍ତି ପାଇଁ ସଲମାନଙ୍କୁ ଛାଡ଼ି ନିଜ ଘରକୁ ଚାଲି ଆସିଥିଲେ । ସଲମାନଙ୍କ ସହ ସଂପର୍କ ଖରାପ ହୋଇସାରିବା ପରେ, ଐଶ୍ୱର୍ଯ୍ୟା ବ୍ରେକ୍ ଅପ୍ କରିଦେଇଥିଲେ । ପରେ ଐଶ୍ୱର୍ଯ୍ୟା ବିବେକଙ୍କ ସହ ସଂପର୍କ ରଖିଥିଲେ କିନ୍ତୁ ତାହା ବହୁ ଦିନ ପର୍ଯ୍ୟନ୍ତ ଚାଲି ନଥିଲା । ୨୦୦୦ ମସିହାରେ ଐଶ୍ୱର୍ଯ୍ୟା, ଅଭିଷେକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ ।