ରାଜନୀତିରୁ ବହୁତ ଦୂରରେ ଅରୁଣ ଜେଟଲିଙ୍କ ପିଲାମାନେ ! ଜାଣନ୍ତୁ କେଉଁଠି ଏବଂ କଣ କରନ୍ତି ଜେଟଲିଙ୍କ ଦୁଇ ସନ୍ତାନ ।

Spread the love

ବିଜେପି ନେତା ଅରୁଣ ଜେଟଲି ଶନିବାର ଦିନ ଦିଲ୍ଲୀର ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, ଯାହାପରେ ସାରା ଦେଶରେ ଶୋକ ଛାୟା ଖେଳିଯାଇଛି । ଅରୁଣ ଜେଟଲି ହଠାତ ଚାଲିଯିବା ଭାରତୀୟ ରାଜନୀତି କ୍ଷେତ୍ରରେ ବହୁତ ବଡ଼ ଝଟକା ଅଟେ ଯାହାର ପୂରଣ ଆସନ୍ତା ଦଶକରେ ମଧ୍ୟ ପୂର୍ଣ୍ଣ ହେବା ଅସମ୍ଭବ ଅଟେ । ଅରୁଣ ଜେଟଲିଙ୍କ ରାଜନୀତିକ କ୍ୟାରିୟରରେ ଦାଗ ଲାଗିନାହିଁ, ଯାହା ସମସ୍ତେ ଭଲ ରୂପରେ ଜାଣନ୍ତି । କିନ୍ତୁ ଏଠାରେ ଆମେ ଆପଣଙ୍କୁ ଅରୁଣ ଜେଟଲିଙ୍କ ନିଜସ୍ୱ ଜୀବନ ବିଷୟରେ କହିବା ପାଇଁ ଚାହୁଁଛୁ; ଯେଉଁମାନେ ରାଜନୀତି ଠାରୁ ବହୁତ ଦୂରରେ ରୁହନ୍ତି । ଆସନ୍ତୁ ଜାଣିବେ ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ରହିଛି ?

ଅରୁଣ ଜେଟଲିଙ୍କ ଜନ୍ମ ୨୮ ଡିସେମ୍ବର ୧୯୫୨ରେ ଦିଲ୍ଲୀରେ ହୋଇଥିଲା । ତାଙ୍କର ପିତାଙ୍କ ନାମ ମହାରାଜ କିଷାନ ଜେଟଲି ଥିଲା ଯିଏ ଜଣେ ଓକିଲ ଥିଲେ ଏବଂ ତାଙ୍କର ମାତାଙ୍କ ନାମ ରତନ ପ୍ରଭା ଜେଟଲି ଥିଲା । ଜେଟଲିଙ୍କ ଶିକ୍ଷା ଦିଲ୍ଲୀରେ ହୋଇଥିଲା । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଅରୁଣ ଜେଟଲି ଗ୍ରାଜୁଏସନ କରିଥିଲେ ଏବଂ ସେଠାରୁ ହିଁ ସେ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ଅରୁଣ ଜେଟଲି ୧୯୮୨ରେ ସୁନିତାଙ୍କ ସହ ବିବାହ କରିଥିଲେ । ବିବାହ ପରେ ଅରୁଣ ଜେଟଲିଙ୍କ ଦୁଇଟି ସନ୍ତାନ ହେଲେ ଯେଉଁମାନେ ରାଜନୀତି ଠାରୁ ଦୂରରେ ଅଛନ୍ତି ଏବଂ ସେମାନେ ଭିନ୍ନ କ୍ଷେତ୍ରରେ ନିଜର କ୍ୟାରିୟର ପ୍ରସ୍ତୁତ କରୁଛନ୍ତି ।

ଅରୁଣ ଜେଟଲିଙ୍କ ଦୁଇ ସନ୍ତାନ ଓକିଲ ଅଛନ୍ତି :

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଦୁଇ ସନ୍ତାନ ରାଜନୀତିରେ ଆସିବା ପାଇଁ କଦାପି ଇଛା ପ୍ରକଟ କରିନାହାଁନ୍ତି ଏବଂ ସେମାନଙ୍କୁ ଓକିଲାତି କ୍ଷେତ୍ରରେ କ୍ୟାରିୟର ଗଢିବା ପାଇଁ ପସନ୍ଦ କରନ୍ତି । ପିତାଙ୍କ ରାସ୍ତାରେ ଚାଲି ଜେଟଲିଙ୍କ ସନ୍ତାନମାନେ ଓକିଲାତି କରୁଛନ୍ତି । ଝିଅ ପେଶାରେ ଓକିଲ ହୋଇସାରିଛନ୍ତି । ଅନ୍ୟପକ୍ଷରେ ପୁଅ ଓକିଲାତି ଅଭ୍ୟାସ କରୁଛନ୍ତି । ଝିଅଙ୍କ ନାମ ସୋନାଲି ଅଟେ ଏବଂ ପୁଅଙ୍କ ନାମ ରୋହନ ଅଟେ । କହିବା ପାଇଁ ଚାହୁଁଛୁ; ଅରୁଣ ଜେଟଲି ନିଜ ପରିବାରକୁ ମିଡ଼ିଆ ଠାରୁ ଦୁରେଇ ରଖିଥିଲେ ଏବଂ ରାଜନୀତି କ୍ଷେତ୍ରରେ ନୂତନ ଇତିହାସ ଲେଖିଥିଲେ । ଭାରତୀୟ ରାଜନୀତିରେ ଅରୁଣ ଜେଟଲିଙ୍କ ନାମ ସ୍ଵର୍ଣ ଅକ୍ଷରରେ ଲିପିବୋଧ ହୋଇ ରହିବ ।

୨୦୧୫ରେ ଅରୁଣ ଜେଟଲିଙ୍କ ଝିଅଙ୍କ ବିବାହ ହୋଇଥିଲା :

କହିବା ପାଇଁ ଗଲେ ଅରୁଣ ଜେଟଲିଙ୍କ ସନ୍ତାନମାନେ ମିଡ଼ିଆ ନଜରରୁ ବହୁତ ଦୂରରେ ରହିଥିଲେ କିନ୍ତୁ ତାଙ୍କର ଝିଅର ପ୍ରଥମ ଥର ନିଜ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ । ଅରୁଣ ଜେଟଲି ନିଜ ଝିଅଙ୍କ ବିବାହ ବହୁତ ଧୂମଧାମରେ କରିଥିଲେ, ଯେଉଁଥିରେ ଫିଲ୍ମ ଜଗତର ବଡ଼ ବଡ଼ କଳାକାର ସାମିଲ ହୋଇଥିଲେ । ସେହି ସମୟରେ ଅରୁଣ ଜେଟଲିଙ୍କ ଝିଅ ସୋନାଲିଙ୍କ ଫୋଟ ସାରୁଖ ଖାନଙ୍କ ସହ ଭାଇରଲ ହୋଇଥିଲା । କହିବା ପାଇଁ ଚାହୁଁଛୁ; ସୋନାଲି ବ୍ୟବସାୟୀ ଏବଂ ଲୟର ଜଏସ ବକ୍ସିଙ୍କ ସହ ବିବାହ କରିଛନ୍ତି ।

ଅରୁଣ ଜେଟଲିଙ୍କ ପୁଅ କଣ କରନ୍ତି ?

ଅରୁଣ ଜେଟଲିଙ୍କ ପୁଅ ରୋହନ ପିତାଙ୍କ ଭଳି ଓକିଲ ଅଟନ୍ତି, ଯାହାଙ୍କ ପ୍ରାରମ୍ଭିକ ପାଠ ପଢ଼ା ଦିଲ୍ଲୀ ପବ୍ଲିକ ସ୍କୁଲ ଆର୍.କେ ପୂରମରୁ କରିଥିଲେ, ଏହାପରେ ସେ ଆଇନ ପଢିଥିଲେ । ଆଇନରେ ଡିଗ୍ରୀ ହାସଲ କରିବା ପରେ ରୋହନ ବର୍ତ୍ତମାନ ସୁପ୍ରିମକୋର୍ଟରେ ଅଭ୍ୟାସ ଆରମ୍ଭ କରିଛନ୍ତି । କହିବା ପାଇଁ ଚାହୁଁଛୁ; ଅରୁଣ ଜେଟଲିଙ୍କ ତୃତୀୟ ପିଡ଼ି ମଧ୍ୟ ଓକିଲାତି କ୍ଷେତ୍ରରେ ଆସିଯାଇଛନ୍ତି ଏବଂ ଜେଲଟିଙ୍କ ଜ୍ଵାଇଁ ମଧ୍ୟ ଓକିଲାତି କ୍ଷେତ୍ରରେ ଅଛନ୍ତି । ଏହିପରି ଏହି କଥାର ଅନ୍ଦାଜ ଲଗାଇ ପାରିବା ଯେ, ସାରା ପରିବାରର କେତେ ଆଇନ କାନୁନର ଜ୍ଞାନ ରହିଛି ।

ସୌଜନ୍ୟ : www.newstrend.news