ଆଖିତଳେ ଥିବା ଗାଢ଼ କଳା ଦାଗ ଗୋଟିଏ ସପ୍ତାହରେ ହଟାଇ ଦେଇପାରିବେ ! ଆପଣାନ୍ତୁ ଏହି ଉପଚାର ।

Spread the love

ଆଜିକାଲି ସମୟରେ ସବୁ ଲୋକଙ୍କ ଆଖି ତଳେ କଳା ଦାଗ ଦେଖିବାକୁ ମିଳେ । ଏହା ଆଜିକାଲିର ଗୋଟିଏ ବଡ ସମସ୍ୟା ଅଟେ । ଏହି କଳା ଦାଗ ହେବାର ମୁଖ୍ୟ କାରଣ ହେଉଛି ବଂଶାନୁଗତ, ବୟସ ବୃଦ୍ଧି, ଶୁଖିଲା ଚର୍ମ, ଅଧିକ ସମୟ ପର୍ଯ୍ୟନ୍ତ କାନ୍ଦିବା, ଅଧିକ ସମୟ କମ୍ପ୍ୟୁଟରରେ କାମ କରିବା, ମାନସିକ ଓ ଶାରୀରିକ ଅସୁସ୍ଥତା, ଅଳ୍ପ ନିଦ୍ରା ଓ ଖାଇବା ପିଇବାରେ ଅନୀୟମତା ଇତ୍ୟାଦି । ଆଖି ତଳେ କଳା ଦାଗ କୌଣସି ମାରାତ୍ମକ ଶରୀର ସମ୍ଭାଦିତ ରୋଗ ନୁହେଁ । କିନ୍ତୁ ଏହା ଫଳରେ ଆପଣ ବୁଢ଼ାପଣ ଏବଂ ଅସୁନ୍ଦର ଦେଖାଯାଆନ୍ତ । ଆପଣ ଏଥରୁ ମୁକ୍ତି ପାଇବା ପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର କହୁଛୁ ।

ଆସନ୍ତୁ ଜାଣିବା; ଆଖିତଳ କଳା ଦାଗରୁ ମୁକ୍ତି ପାଇବାର କିଛି ଘରୋଇ ଉପଚାର ।

ବାଦାମ ତେଲ :

ବାଦାମ ତେଲ ଆମର ତ୍ୱଚା ପାଇଁ ବହୁତ ଭଲ ଅଟେ । ଏହା ଏକ ପ୍ରକୃତିକ ପଦାର୍ଥ ଅଟେ । ମୁଖ୍ୟତ ଏହା ଆମର ଚେହେରା ଓ ଆଖିର ତ୍ଵଚା ପାଇଁ ବହୁତ ଉପକାରୀ ଅଟେ । ବାଦାମ ତେଲରେ ଭିଟାମିନ୍-ଇ ରହିଥାଏ, ଯାହା ଆଖି ତଳେ ଥିବା କଳା ଦାଗକୁ ଧୀରେ ଧୀରେ ଦୁର କରିବାରେ ସାହାଯ୍ୟ କରିଥାଏ । ବାଦାମ ତେଲ ସହିତ ଭିଟାମିନ୍-ଇ ଯୁକ୍ତ ତେଲ ମଧ୍ୟ ବ୍ୟବହାର କରିପାରିବେ । ରାତ୍ର ଶୋଇବା ପୂର୍ବରୁ କିଛି ବାଦାମ ତେଲକୁ ଆଙ୍ଗୁଠିରେ ନେଇ କଳା ଦାଗ ଉପରେ ଧୀରେ ଧୀରେ ମାଲିସ କରନ୍ତୁ । ରାତ୍ରିସାରା ଏହିପରି ରହିବାକୁ ଦିଆନ୍ତୁ । ସକାଳୁ ଉଠି ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହି ପ୍ରକ୍ରିୟା ଚାଲୁ ରଖିଲେ ଆପଣଙ୍କ ଆଖି ତଳ କଳା ଦାଗ ଧୀରେ ଧୀରେ କମିବାରେ ଲଗିବ ।

କାକୁଡି :

କାକୁଡି ମଧ୍ୟ କଳା ଦାଗ ଦୂର କରିବାରେ ସାହାଯ୍ୟ କରେ । କାକୁଡି କଳା ଦାଗ ଦୂର କରିବା ସହିତ ଆମର ତ୍ୱଚାକୁ ସୁନ୍ଦର ମଧ୍ୟ କରିଥାଏ । ଏଥିପାଇଁ ଆପଣ ଗୋଟିଏ ତାଜା କାକୁଡି ଆଣି ଏହାକୁ ଗୋଲାକୃତ ଭାବରେ କାଟି ଫ୍ରିଜିରେ ଅଧଘଣ୍ଟା ପାଇଁ ରଖନ୍ତୁ । ଅଧଘଣ୍ଟା ପରେ ଦୁଇ ଖଣ୍ଡ କାକୁଡି ଆଣି ନିଜର ଦୁଇ ଆଖି ଉପରେ 10 ମିନିଟ୍ ପାଇଁ ରଖନ୍ତୁ । ଏହା ପରେ ଆଖିକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହି ପରି ଏକ ସପ୍ତାହ ପର୍ଯ୍ୟନ୍ତ କରିବ ପରେ, ଆପଣ ନିଜେ ଏହାର ଉପକାରିତା ବିଷୟରେ ଜାଣିପାରିବେ ।

ଗୋଲାପ ଜଳ :

ଆମର ଆଖି ପାଇଁ ଗୋଲାପ ଜଳ ବହୁତ ଉପକାରୀ ଅଟେ । ଏହା ଆମର ଚର୍ମକୁ ସତେଜ ରଖିବା ସହ ଥକ୍କା ଆଖିକୁ ଆରାମ ଦେଇଥାଏ । ଗୋଲାପ ଜଳ ଏକ ଭଲ ସ୍କିନ୍ ଟୋନର ପରି କାର୍ଯ୍ୟ କରିଥାଏ । ଆଖି ତଳେ ଥିବା କଳା ଦାଗ ଦୂର କରିବା ପାଇଁ ହାତରେ ସାମାନ୍ୟ ଟିକିଏ ତୁଳା ନେଇ ଗୁଲାପ ଜଳରେ ଭଜାଇ, କଳା ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହିପରି ସେହି ଗୋଲାପ ଜଳ ଭିଜା ତୁଳାକୁ ନିଜ ଆଖି ବନ୍ଦ କରି ଦୁଇ ଆଖି ଉପରେ 15 ମିନିଟ୍ ରହିବାକୁ ଦିଅନ୍ତୁ । ଏହାପରେ ନିଜ ଆଖିକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହି ଉପାୟଟିକୁ କଲେ, କିଛି ସପ୍ତାହରେ ଆପଣଙ୍କର ଆଖି ତଳ କଳା ଦାଗ ଧୀରେ ଧୀରେ ଦୂରେଇ ଯିବ ।

ଟୋମାଟ :

ଟମାଟରେ ବ୍ଲିଚିଙ୍ଗର ଗୁଣ ରହିଛି । ଯାହା ଆମର ତ୍ଵଚାକୁ ଗୋରା କରିବାରେ ସହାୟକ ହୁଏ । ଯଦି ଆପଣ ନିଜର ଆଖିତଳେ ଥିବା ଗାଢ଼ କଳା ଦାଗ ଦୂର କରିବାକୁ ଚାହୁଁଛନ୍ତ, ତାହାହେଲେ ଟମାଟକୁ ବ୍ୟବହାର କରିପାରନ୍ତି । ଏଥିପାଇଁ ଆପଣଙ୍କୁ ଟମାଟ ରସ ଏକ ଚାମଚ ସହିତ ଲେମ୍ବୁ ରସ ଏକ ଚାମଚ ମିଶାଇ ଆଖିତଳ କଳା ଦାଗରେ ଲଗାଇ 10 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ, କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହିପରି କିଛି ସପ୍ତାହ ପର୍ଯ୍ୟନ୍ତ, ଏହି ଉପାୟଟିକୁ କରିବା ଦ୍ୱାରା ଆଖିତଳ କଳା ଦାଗ ଆପେ ଆପେ ଉଭେଇ ଯିବ ।