ଶାରୀରିକ ଭୋକ ମେଣ୍ଟାଇବା ପାଇଁ ଭାଇ ଭଉଣୀଙ୍କ ସମ୍ପର୍କ ଲଜ୍ୟାଜନକ ହୋଇପଡିଛି ।

Spread the love

ନିକଟ ଅତୀତରେ, ଅପରାଧ ଜନିତ ଏକ ଘଟଣା ରାୟପୁରରୁ ସାମ୍ନାକୁ ଆସିଛି । ଏହି ଘଟଣାରେ ଯାହା ହୋଇଛି; ତାହା ଶୁଣିବା ପରେ ଆପଣ ଲଜ୍ୟା ଅନୁଭବ କରିବେ । ଏହି ଘଟଣାରେ ଶାରୀରିକ ସୁଖ ମେଣ୍ଟାଇବା ପାଇଁ ଭାଇ ଭଉଣୀ ଦୁହେଁ ନିଜ ସମ୍ପର୍କକୁ ଭୁଲି ଯାଇଛନ୍ତି । ଏହି ଘଟଣାରେ ଯେଉଁ ପୁଅ ଏବଂ ଝିଅ ବିଷୟରେ ଆମେ କହିବା ପାଇଁ ଯାଉଛୁ; ନିଜ ଶାରୀରିକ ଭୋକ ମେଣ୍ଟାଇବା ପାଇଁ ନିଜ ସମ୍ପର୍କକୁ ଭୁଲିଯାଇ ସମ୍ପର୍କର ସମସ୍ତ ସୀମା ଲଙ୍ଘି ଯାଇଛନ୍ତି । ଏହି ଦୁଇ ପୁଅ ଏବଂ ଝିଅ ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କରେ ଲିପ୍ତ ଥିଲେ । ଏହି ଘଟଣାରେ ଜଡିତ ପୁଅଟି ପୋଲିସ ଆରକ୍ଷକ ହୋଇଯାଇ ଥିଲା । ପରେ ତାହାର ବିବାହ ଅନ୍ୟ ଜଣେ ଝିଅ ସହ ଠିକ୍ ହୋଇ ଯାଇଥିଲା, ନିର୍ବନ୍ଧ ମଧ୍ୟ ସରି ଯାଇଥିଲା ଏହି ସମୟରେ ପୁଅର ଭଉଣୀ ରାଗି ଯାଇଥିଲା ।

ପରେ ଭଉଣୀ ନିଜ ଭାଇ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲା, ସେହି ସମୟରେ ଘଟଣାଟି ସାମ୍ନାକୁ ଆସିଲା । ଏହି ଘଟଣାରେ ଜଡିତ ପୁଅଟି, ନିଜକୁ ଦୋଷୀ ବୋଲି ସ୍ଵୀକାର କରିଛି । ଘଟଣାରେ ସମ୍ପୃକ୍ତ ପୁଅଟି, ଝିଅଟିର ସମ୍ପର୍କରେ ମାଉସୀ ପୁଅ ଭାଇ ହେବ । ଏହାର ଅର୍ଥ ଦୁହେଁ ସମ୍ପର୍କରେ ଭାଇ, ଭଉଣୀ ଅଟନ୍ତି । ପୀଡ଼ିତାର ଏତଲାରେ ପୋଲିସ ଆରୋପି ପୋଲିସ ଅରକ୍ଷକକୁ ଗିରଫ କରି ନେଇଛି । ଏହି ଘଟଣାରୁ ମିଳିଥିବା ସୂଚନା ଅନୁସାରେ ଛତିଶଗଡର କୋରବା ଜିଲ୍ଲାର ପାଲି ଥାନା ଅନ୍ତର୍ଗତ ପୋଲମି–ତିହୋହା ଅଞ୍ଚଳର ଏହି ଘଟଣା ଅଟେ । ଏହି ଘଟଣାରେ ଆରୋପି ଏବଂ ପୀଡ଼ିତା ପରିବାର ଦୁହିଁଙ୍କ ପରିବାର ଏକତ୍ର ରୁହନ୍ତି । ଆରୋପି ଆରକ୍ଷକ ରମେଶ ପୁତ୍ର ରାଧେଲାଲ ସାହୁ ବର୍ତ୍ତମାନ ବିଲାସପୁରରେ କାର୍ଯ୍ୟରତ ଅଟେ ।

ଏହି ଘଟଣାରେ ଆରୋପ ଲାଗିଛି ଯେ; ୨୦୧୭ ମସିହାରେ ଆରୋପି ନିଜ ପିତୃଗ୍ରାମ ତିହୋଲାରେ ରହୁଥିବା ଭଉଣୀ କୁମାରୀ ରାଣୀ ସାହୁ (କାଳ୍ପନିକ ନାମ ) ୨୪ ବର୍ଷୀୟକୁ ପ୍ରଥମେ ନିଜ ପ୍ରେମ ଜାଲରେ ଫସାଇଥିଲା ପରେ ବିବାହର ପ୍ରତିଶ୍ରୁତି ଦେଇ ଲଗାତର ଶାରୀରିକ ସମ୍ପର୍କ ରଖି ଚାଲୁଥିଲା । ଦୁହିଁଙ୍କ ଏହିପରି ଶାରୀରିକ ସମ୍ପର୍କ ଦୀର୍ଘ ୨ବର୍ଷ ପର୍ଯ୍ୟନ୍ତ ଚାଲି ଥିଲା । ପରେ ପୁଅଟିର ଚାକିରି ହୋଇସାରିବା ପରେ ପୁଅଟି ନିର୍ବନ୍ଧ କରି ଦେଇଥିଲା । ବର୍ତ୍ତମାନ ପୁଅଟି ବିରୁଦ୍ଧରେ, ପୋଲିସ ମାମଲା ରଜ୍ଜୁ କରି ନେଇଛି ।