ବିନା ବିବାହରେ ମାଆ ହୋଇଗଲେ ଅର୍ଜୁନ ରାମପାଲଙ୍କ ବାନ୍ଧବୀ । ସ୍ୱାଗତ କରିବା ପାଇଁ ଆସିଲେ ଅଭିନେତାଙ୍କ ଝିଅ ।

Spread the love

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ତୃତୀୟ ଥର ପାଇଁ ପିତା ହୋଇଛନ୍ତି । ଅର୍ଜୁନ ରାମପାଲଙ୍କ ବାନ୍ଧବୀ ଗୋବ୍ରିଏଲା ପୁଅଟିଏ ଜନ୍ମ ଦେଇଛନ୍ତି । ଏହି ଖୁସିର ମୁହୂର୍ତ୍ତରେ ଅର୍ଜୁନଙ୍କ ଦୁଇ ଝିଅ ଶିଶୁର ସ୍ୱାଗତ କରିବା ପାଇଁ ପହଞ୍ଚିଥିଲେ । ଅର୍ଜୁନ ରାମପାଲଙ୍କ ନିଜ ବାନ୍ଧବୀଙ୍କ ଠାରୁ ଏକ ପୁତ୍ର ସନ୍ତାନ ହୋଇଛି, ଯାହାକୁ ନେଇ ସମସ୍ତେ ଖୁସି ଅଛନ୍ତି । ଅର୍ଜୁନ ରାମପାଲ ନିଜ ବାନ୍ଧବୀଙ୍କ ସହ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି କିନ୍ତୁ ଦୁହେଁ ପିତାମାତା ହୋଇଯାଇଛନ୍ତି । ଦୁହେଁ ପରସ୍ପର ଲିଭଇନ ସମ୍ପର୍କରେ ରୁହନ୍ତି । ଆସନ୍ତୁ ଜାଣିବେ ଆମର ଏହି ପୋଷ୍ଟରେ କଣ ସବୁ ରହିଛି ଆପଣଙ୍କ ପାଇଁ ?

ଗତ ଗୁରୁବାର ଦିନ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଅର୍ଜୁନ ରାମପାଲଙ୍କ ବାନ୍ଧବୀ ଗୋବ୍ରିଏଲା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଯାହାର ସ୍ୱାଗତ କରିବା ପାଇଁ ଅର୍ଜୁନଙ୍କ ଦୁଇ ଝିଅ ମଧ୍ୟ ପହଞ୍ଚିଥିଲେ । ଅର୍ଜୁନଙ୍କ ଜୀବନରେ ବିଗତ ବର୍ଷ ବହୁତ କିଛି ଘଟିଥିଲା କିନ୍ତୁ ଏହି ବର୍ଷ ଅର୍ଜୁନଙ୍କ ପାଇଁ ଖୁସି ନେଇ ଆସିଛି । ବିଗତ ବର୍ଷ ଅର୍ଜୁନଙ୍କ ମାଆଙ୍କ ଦେହାନ୍ତ ହୋଇଯାଇଥିଲା, ଅନ୍ୟପକ୍ଷରେ ନିଜ ପତ୍ନୀଙ୍କ ଠାରୁ ଛାଡପତ୍ର ହୋଇ ଯାଇଥିଲା । ଯାହାପରେ ଅର୍ଜୁନଙ୍କ ଜୀବନରେ ଗୋବ୍ରିଏଲଙ୍କ ଆଗମନ ପରେ ଦୁହିଙ୍କ ସମ୍ପର୍କ ବଢିଥିଲା, ଯାହା ସମସ୍ତଙ୍କ ସାମ୍ନାରେ ରହିଛି ।

ତୃତୀୟ ଥର ପିତା ହୋଇଛନ୍ତି ଅର୍ଜୁନ ରାମପାଲ :

ଅର୍ଜୁନ ରାମପାଲଙ୍କ ବାନ୍ଧବୀ ଗୋବ୍ରିଏଲଙ୍କ ବୁଧବାର ଦିନ ଡାକ୍ତରଖାନାରେ ଭର୍ତି କରାଯାଇଥିଲା, ଯାହାପରେ ସେ ଗୁରୁବାର ଦିନ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ମୁହୂର୍ତ୍ତରେ ସାରା ସମୟ ଅର୍ଜୁନଙ୍କ ପୁତ୍ରୀମାନେ ଡାକ୍ତରଖାନାରେ ଉପସ୍ଥିତ ଥିଲେ । ଅର୍ଜୁନ ରାମପାଲଙ୍କ ପୁତ୍ରୀମାନେ ପିତାଙ୍କ ବାନ୍ଧବୀଙ୍କ ସମ୍ପୂର୍ଣ୍ଣ ଧ୍ୟାନ ରଖିଥିଲେ ଏବଂ ସେମାନେ ଶିଶୁର ସ୍ୱାଗତ ମଧ୍ୟ କରିଥିଲେ । ଅର୍ଜୁନ ରାମପାଲଙ୍କ ଝିଅଙ୍କ ବ୍ୟତୀତ ଡାକ୍ତରଖାନାରେ ଗୋବ୍ରିଏଲଙ୍କ ପିତାମାତା ମଧ୍ୟ ଉପସ୍ଥିତ ଥିଲେ । କହିବା ପାଇଁ ଚାହୁଁଛୁ, ଅର୍ଜୁନଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଦୁଇଜଣ ଝିଅ ଅଛନ୍ତି ।

ଗୋବ୍ରିଏଲଙ୍କୁ ନିଜ ପରିବାରର ସଦସ୍ୟ ମାନନ୍ତି ଦୁଇ ଝିଅ :

ଅର୍ଜୁନ ରାମପାଲଙ୍କ ବିଗତ ଦିନ ନିଜ ଝିଅ ମାନଙ୍କ ବିଷୟରେ କହିଥିଲେ, ମୋ ଦୁଇ ଝିଅ ମୋ ସହ ବହୁତ ନିକଟତର ଅଟନ୍ତି । ଯାହାଫଳରେ ସେମାନେ ଭଲ ରୂପେ ମୋ ବିଷୟରେ ଜାଣନ୍ତି । ଅର୍ଜୁନ କହିଛନ୍ତି ଗୋବ୍ରିଏଲଙ୍କ ସହ ମୋର ଦୁଇ ଝିଅଙ୍କ ବନ୍ଧୁତା ଭଲ ଅଟେ । ଅର୍ଜୁନ କହିଛନ୍ତି, ମୁଁ ବହୁତ ଭାଗ୍ୟବାନ ଅଟେ, ମୋର ଝିଅମାନେ ମୋ ବାନ୍ଧବୀଙ୍କୁ ନିଜ ପରିବାରର ସଦସ୍ୟ ଭାବିଛନ୍ତି । ମୋତେ ମୋ ଝିଅମାନଙ୍କ ଉପରେ ଗର୍ଵ ହେଉଛି ।

୨୦ ବର୍ଷ ପରେ ଅର୍ଜୁନ ଏବଂ ମେହେରଙ୍କ ବିବାହରେ ବିଛେଦ ହୋଇଥିଲା :

ବିଗତ ବର୍ଷ ଅର୍ଜୁନ ଏବଂ ମେହେରଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯାହାପରେ ସେମାନଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଥିଲା । କହିବା ପାଇଁ ଚାହୁଁଛୁ; ଅର୍ଜୁନ ଏବଂ ମେହେରଙ୍କ ବିବାହ ସମ୍ପର୍କ ୨୦ ବର୍ଷ ପର୍ଯ୍ୟନ୍ତ ତିଷ୍ଟି ରହିଥିଲା କିନ୍ତୁ ଏହି ବିବାହ ପରେ ଭାଙ୍ଗି ଯାଇଥିଲା ।ବର୍ତ୍ତମାନ ଦୁହେଁ ଦୁହିଁଙ୍କ ଜୀବନ ଖୁସିରେ ବିତାଉଛନ୍ତି କିନ୍ତୁ ବିବାହ କରିନଥିଲେ । ଅର୍ଜୁନ ଏବଂ ମେହେର ନିଜ ଝିଅଙ୍କ କାରଣରୁ ଏକ ବନ୍ଧୁ ରୂପେ ମିଳାମିଶା କରନ୍ତି, ଝିଅଙ୍କୁ ପିତାମାତାର ଅଭାବ ନରହୁ ।