
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଡୁଆ ସୂତାକୁ ଖୋଲିବା ପାଇଁ ପୁଣି ଇଡି ର ନୂଆ ବ୍ଲୁ ପ୍ରିଣ୍ଟ । ଅର୍ଚ୍ଚନା ର ମୋଟା ଅଙ୍କର ପର୍ଦାଫାସ ଉପରେ ଇଡି କରିବ ପର୍ଦାଫାସ ତିନି ଦିନ କାଳ ଅର୍ଚ୍ଚନା ନାଗ ଙ୍କ ସଂମ୍ପର୍କ ରେ ଥିବା ଲୋକଙ୍କୁ ଇଡି ପଚରା ଉଚୁରା କରି ସାରିବା ପରେ ଦିଲ୍ଲୀ କୁ ଜାଇ ଅଧିତକ ଖୋଲତାଳ ଆରମ୍ଭ କରିବ ଇଡି ।
ପ୍ରାଥମିକ ଖୋଳତାଳ ଭିତରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ସହିତ ଥିବା ବିଜନେସ ପାର୍ଟନର ଖଗେଶ୍ୱର ଙ୍କୁ 37 ଲକ୍ଷରୁ ଅଧିକ ଟଙ୍କା ର କାରବାର ହୋଇଥିବା ଇଡି ପାଖରେ ତଥ୍ୟ ରହିଛି । ଖଗେଶ୍ୱର ପାତ୍ରଙ୍କୁ ତୃତୀୟ ଥର ପାଇଁ ରିମାଣ୍ଡ ଆବେଦନ ପିଟିସନ ରେ ଏହି କଥା ଦର୍ଶାଇଛି ଇଡି । ତେବେ ନାଗ ଏବଂ ଚାନ୍ଦ ଙ୍କ ଆର୍ଥିକ କାରବାର ସହିତ 5 ବର୍ଷରେ 2.5 କୋଟିର ସଂମ୍ପତି କେମିତି ଅର୍ଜନ କରାଗଲା ଏହି ନେଇ ସତ ବାହାର କରିବ ଇଡି ।
ସେହି ପରି ଏହି 10 ମାସ ମଧ୍ୟରେ ତିନି ଜଣଙ୍କ ମଧ୍ୟରେ 50 ଲକ୍ଷ ଟଙ୍କା କାରବାର ହୋଇଥିବା ସୂଚନା ରହିଛି । ସୁପ୍ରିମ ଅଟୋ ମୋବାଇଲ ରୁ 22 ଲକ୍ଷ 60 ଲକ୍ଷ ଟଙ୍କା ଜଗବନ୍ଧୁ ଙ୍କ ପାଖକୁ ଆସିଛି । ସେପଟେ ଅର୍ଚ୍ଚନା ଙ୍କ ପାଖରୁ ଖଗେଶ୍ୱର ଙ୍କ ପାଖକୁ 5 ଲକ୍ଷ ଟଙ୍କା ଜାଇଛି । ସେହି ପରି ଜଗବନ୍ଧୁ ଙ୍କ ଏକାଉଣ୍ଟ ରୁ ସୁପ୍ରିମ ଅଟୋ ମୋଇଲ କୁ ତିନି ଲକ୍ଷ ।
ସୁପ୍ରିମ ଅଟୋ ମୋବାଇଲ ରୁ ଅର୍ଚ୍ଚନା ଏକାଉଣ୍ଟକୁ 4 ଲକ୍ଷ 59 ହଜାର ଖଗେଶ୍ୱର ଙ୍କ ଠାରୁ ଜଗବନ୍ଧୁ ଙ୍କ ଏକାଉଣ୍ଟ କୁ 1 ଲକ୍ଷ 90 ହଜାର ଟଙ୍କା ଟ୍ରାନ୍ସଫର ହୋଇଛି । ଫଳରେ ଅର୍ଚ୍ଚନା ର ନାଗଫାସରେ ପଡିଥିବା ସବୁ ପ୍ରଭାବ ଶାଳୀ ଙ୍କ ଚିତ୍ର ଏବଂ ଚରିତ୍ର ବର୍ତମାନ ସମୟ ରେ ସାମ୍ନାକୁ ଆସିବ ।
କାରଣ ହନି ଟ୍ରାପ ସୂତ୍ରଧର ଶ୍ରଦ୍ଧାଞଳୀ ଏବଂ ଅର୍ଚ୍ଚନା ଙ୍କ ଡ୍ରାଇଭର ଚନ୍ଦନ ଙ୍କୁ ପଚରା ଉଚୁରା ସମୟ ରେ ସେମାନଙ୍କ ମୁହଁରୁ ବହୁତ କଥା ଯୋଗାଡ କରିଛି ଇଡି । ଏପରି କି ଦୁଇ ଦୁଇ ଜଣଙ୍କ ବ୍ୟବସାୟୀ ଙ୍କ ପାଖକୁ ଟଙ୍କା ଟ୍ରାଞାକ୍ସନ ର ତଥ୍ୟ ବାହାର କରିଛି ଇଡି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।