ଇଡିକୁ ଅପେକ୍ଷା କରିଥିବା ଅର୍ଚ୍ଚନା ,ଏବେ ଖୋଲି କହିଦେଲା କି ଏହି ନେତାଙ୍କ ନାମ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ ପସେଇ ଦିଆଜାଇଛି । ମୋ ପାଟିକୁ ବନ୍ଦ କରି ରଖାଜାଇଛି । ମୁଁ ମୁହଁ ଖୋଲିଲେ ସାରା ରାଜ୍ୟ ଦୋହଲିବ । କେବଳ ମୁଁ ଇଡି କୁ ଅପେକ୍ଷା କରିଥିଲି । ଏବେ ସମୟ ଆସି ଜାଇଛି ମୁହଁ ଖୋଲିବାକୁ । ମତେ 30 ମିନିଟ ସମୟ ଦିଆଯାଉ ନେତା ମନ୍ତ୍ରୀ ବ୍ୟବସାୟୀ କିଏ କିଏ ସାମିଲ ରହିଛନ୍ତି । ମୁଁ ସମସ୍ତ ଙ୍କ ନାମ କହିବି । ଗତ 6 ତାରିଖ ରେ କୋର୍ଟ କୁ ଆସିବା ବେଳେ ଏହି ଭଳି କିଛି ବୟାନ ଦେଇଥିଲେ ଅର୍ଚ୍ଚନା ନାଗ । ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଅର୍ଚ୍ଚନା ଙ୍କ କଳା ସାମ୍ରାଜ୍ୟ ରେ ସାମିଲ ରହିଥିବା ବଡ ବଡିଆ ଙ୍କ ଗୁମର ପେଡି ଖୋଲିବ ବୋଲି ସମସ୍ତେ ଅପେକ୍ଷା କରିଥିଲେ । ହେଲେ ବର୍ତମାନ ସମୟ ରେ ଅର୍ଚ୍ଚନା ପାର୍ଟି ଖୋଲୁ ନଥିବା ବେଳେ ତଦନ୍ତ ରେ ସହାୟତା କରୁ ନଥିବାର ଇଡି ପକ୍ଷରୁ ସୂଚନା ଦିଆଜାଇଛି । ଇଡି ହାତରେ 7 ଦିନ ରିମାଣ୍ଡ ରହିଥିବା ବେଳେ 5 ଦିନ ବିତିଗଲାଣି । ଅର୍ଚ୍ଚନା ଙ୍କ ମୁହଁରୁ ସେମିତି କିଛି ତଥ୍ୟ ସାମ୍ନାକୁ ଆସୁନି ।

Archana a

ସେପଟେ ଜେଲ ରେ ରହିଥିବା ଜଗବନ୍ଧୁ ବି ଖଗେଶ୍ୱର ପାତ୍ର ଏବଂ ଶ୍ରଦ୍ଧାଞଳୀ ବେହେରା ଙ୍କୁ ବି ମୁହାଁ ମୁହିଁ ଜେରା କରି ବଡ ଗୁମର ଖୋଲିବାକୁ କହୁଥିବା ଇଡି ଏବେ ନିରାସ ହୋଇ ପଡିଛନ୍ତି । ତେବେ ଅର୍ଚ୍ଚନା କୁ ମୁହଁ ଖୋଲିବାକୁ କିଏ ମନା କରିଛି କି କାହାର ଚାପ ପ଼ଡିଛି । ଯାହାକି ନେଇ କେସ ର ମୋଡ ଭିନ୍ନ ଦିଗକୁ ଯାଉଛି । ଅନ୍ୟପଟେ 12 ତାରିଖ ରେ ଅର୍ଚ୍ଚନା ଙ୍କ ରିମାଣ୍ଡ ସରୁ ଥିବା ବେଳେ ପୁଣି ଥରେ ରିମାଣ୍ଡ ରେ ଆଣିବା ପାଇଁ କୋର୍ଟ ଙ୍କ ନିକଟ ରେ ଇଡି ଆବେଦନ କରିବ ହୋଲି ଜଣା ପଡିଛି ।

ସେପଟେ ଜଗବନ୍ଧୁ 13 ତାରିଖ ରେ କୋର୍ଟ ରେ ହାଜର ହେବାକୁ ଥିବା ବେଳେ ତାଙ୍କୁ ମଧ୍ୟ ରିମାଣ୍ଡ ରେ ଇଡି ଆଣିବ ବୋଲି କୁହାଜାଇଛି । ଏହା ପରେ ଉଭୟ ଜଗବନ୍ଧୁ ଏବଂ ଅର୍ଚ୍ଚନା ଙ୍କୁ ସାମ୍ନା ଙ୍କୁ ଆଣି ଇଡି କିଛି ନୂଆ ତଥ୍ୟ ସାମ୍ନା କୁ ଆଣିବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *