ଘୋଷଣା ହେଲା ନିର୍ବାଚନ ତାରିଖ :- ଏପ୍ରିଲ୍ ୧୧ରୁ ସାଧାରଣ ନିର୍ବାଚନ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ ।

Spread the love

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା । ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ମତଦାନ ହେବ । ମୋଟା ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ସମ୍ପଦାନ ହେବ । ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ହେବ ମତଦାନ ।

ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି କହିଲେ ଯେ, ଆସନ୍ତୁଆ ମେ ମାସ ୨୩ ତାରିଖରେ ଭୋଟ ଗଣନା ହେବ ସଂଗେ ସଂଗେ ନୂଆ ସରକାର ମଧ୍ୟ ସ୍ଥିର ହେବ ।

ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ଆସନ୍ତା ୧୧ ଏପ୍ରିଲ ପ୍ରଥମ ପର୍ଯ୍ୟାୟ,

୧୮ ଏପ୍ରିଲ ଦ୍ୱିତୀୟ ପର୍ଯ୍ୟାୟ,

୨୩ ଏପ୍ରିଲ ତୃତୀୟ ପର୍ଯ୍ୟାୟ, ଏବଂ

୨୯ ଏପ୍ରିଲ ଚତୁର୍ଥ ପର୍ଯ୍ୟାୟ.

ମେ ୬ରେ ପଞ୍ଚମ ପର୍ଯ୍ୟାୟ,

ମଇ ୧୨ ଷଷ୍ଠ ପର୍ଯ୍ୟାୟ,

ମେ ୧୯ରେ ସପ୍ତମ ପର୍ଯ୍ୟାୟ ଏବଂ

ମେ ୨୩ରେ ହେବ ମତଗଣନା ।