ରାତିରେ ବିଛଣାକୁ ଯିବା ପୂର୍ବରୁ ଏହି ଦୁଇଟି ଅଙ୍ଗରେ ଲଗାନ୍ତୁ ତେଲ ଏବଂ ଦେଖନ୍ତୁ ଚମତ୍କାର….

Spread the love

ଆଜି ଆମେ ଆପଣମାନଙ୍କୁ ଏପରି ହିଁ ଦୁଇଟି ଅଙ୍ଗ ବିଷୟରେ କହିବୁ, ଯେଉଁଠି ରାତ୍ରିରେ ବିଛଣାକୁ ଯିବା ପୂର୍ବରୁ ତେଲ ଲଗାଇବା ଦ୍ୱାରା ଆପଣ ଅନେକ ଗୁଡିଏ ସମସ୍ୟା ଯଥା କଷ୍ଟରୁ ମୁକ୍ତି ପାଇପାରିବେ ।

ଘର ଏବଂ ଅଫିସ ଉଭୟର ଦାୟିତ୍ୱ ବହନ କରି ମହିଳାମାନେ ଥକି ଯାଆନ୍ତି ଯେ, ତାଙ୍କୁ ନିଜର ଦେଖାଶୁଣା କରିବା ପାଇଁ ମଧ୍ୟ ସମୟ ମିଳେ ନାହିଁ । ଯଦି ଆପଣ ମଧ୍ୟ ନିଜ ଶରୀରର ଯତ୍ନ ନେଇପାରୁ ନାହାନ୍ତି ଏବଂ ଏପରି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି; ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆଜି ଆମେ ଆପଣମାନଙ୍କ ପାଇଁ ଗୋଟିଏ ଏପରି ଉପାୟ ନେଇଆସିଛୁ ଯାହାକୁ ଶୋଇବା ପୂର୍ବରୁ କେବଳ ୫ ମିନିଟ ପାଇଁ କରିବା ଦ୍ୱାରା ଆପଣ ନିଜ ଭଲ ଭାବରେ ନିଜର ଯତ୍ନ ରଖିପାରିବେ । ତେବେ ଡେରି କରିବା କାହିଁକି ଆସନ୍ତୁ ଜାଣିବା କଣ ଅଟେ ଏହି ଉପାୟ ।

ସୋରିଷ ତେଲର ବ୍ୟବହାର ଅଧିକାଂଶ ଘରମାନଙ୍କରେ କରାଯାଇଥାଏ । କେତେକ ମହିଳାମାନେ ଏହାର ବ୍ୟବହାର ଖାଦ୍ୟ ତିଆରି କରିବା ପାଇଁ କରିଥାନ୍ତି ଏବଂ ଆଉ କିଛି ଶରୀରର ମାଲିସ କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରନ୍ତି । ସୋରିଷ ତେଲ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଏହି ତେଲରେ କେତେଗୁଡିଏ ଭିଟାମିନ, ପୋଷଣ ଏବଂ ଅନ୍ୟ ପୋଷାକ ତତ୍ତ୍ୱ ରହିଛି, ଯାହା ଶରୀରକୁ ଲାଭ ପହଞ୍ଚାଇଥାଏ । ଯଦି ରାତ୍ରିରେ ବିଛଣାକୁ ଯିବା ପୂର୍ବରୁ ଏହାକୁ ଶରୀରର କିଛି ଅଂଶରେ ଲଗାଇବା, ତେବେ ବହୁତ ଭଲ ଉପଶମ ମିଳିଥାଏ । ଆଜି ଆମେ ଆପଣମାନଙ୍କୁ ଏପରି ହିଁ ୨ଟି ଅଙ୍ଗ ବିଷୟରେ କହିବୁ, ଯେଉଁଠି ସୋରିଷ ତେଲ ଲଗାଇବା ଦ୍ୱାରା ଆପଣଙ୍କ କେତେଗୁଡିଏ କଷ୍ଟ ଦୂର ହୋଇଥାଏ ।

ତଳି ପାଦରେ ସୋରିଷ ତେଲର ମାଲିସ :

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ନିଜ ପାଦର ତଳେ ଅର୍ଥାତ ତଳି ପାଦରେ ସୋରିଷ ତେଲର ମାଲିସ କରିବେ, ତେବେ ଚକ୍ଷୁର ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ ଏବଂ ଆପଣଙ୍କୁ ନିଦ ମଧ୍ୟ ଭଲ ହୋଇଥାଏ । ଏତଦବ୍ୟତୀତ ଶରୀର ସୁସ୍ଥ ଏବଂ ଦୃଢ଼ ମଧ୍ୟ ରହିଥାଏ । ଏହା ବ୍ୟତୀତ ବର୍ତ୍ତମାନ ଅଧିକାଂଶ ମହିଳା ନିଜର ଓଜନ ବୃଦ୍ଧି ସମସ୍ୟାରୁ ଚିନ୍ତିତ ରହନ୍ତି । ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ପାଦର ତଳ ଅର୍ଥାତ ତଳି ପାଦରେ ସୋରିଷ ତେଲ ମାଲିସ କରିବେ; ତେବେ ଏଥିରୁ ଆପଣଙ୍କ ଶରୀରରେ ରହିଥିବା ଚର୍ବି ସହିତ ଆପଣଙ୍କ ଓଜନ ମଧ୍ୟ ହ୍ରାସ ହେବ । ଏହା ସଙ୍ଗେ ସଙ୍ଗେ ତଳି ପଦରେ ମାଲିସ କରିବା ଦ୍ୱାରା ଆପଣଙ୍କ ଶରୀରରେ ସତେଜତା ଆସିଥାଏ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ରହିଥାଏ ।

ନାଭିରେ ତେଲ ମାଲିସ :

ନାଭି ଆମ ଶରୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଏହି ଅଂଶରେ ସୋରିଷ ତେଲ ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟା ତ ଦୂର ହୋଇଥାଏ, ତା’ସଙ୍ଗେ ଓଠରେ ସୁନ୍ଦରତା ମଧ୍ୟ ଆସିଥାଏ । ଏହା ବ୍ୟତୀତ ନାଭିରେ ସୋରିଷ ତେଲ ଲଗାଇବା ଦ୍ୱାରା ପେଟ ବ୍ୟଥା ଏବଂ ପାଚନ ସମ୍ବନ୍ଧିତ କଷ୍ଟ ମଧ୍ୟ ଦୂର ହୋଇଥାଏ । ଏହା ବ୍ୟତୀତ ଆଖିରେ ଜ୍ଵଳନ ସୃଷ୍ଟି ହେବ, କୁଣ୍ଡିଆ ଇତ୍ୟାଦି ସମସ୍ୟାରୁ ମଧ୍ୟ ଠିକ ଉପଚାର ମିଳିଥାଏ ।

କଣ ଆପଣଙ୍କ ତ୍ୱଚା ଶୁଖିଲା ଦେଖାଯାଉଛି କି ? ତେବେ ନିଜର କ୍ରିମ ଛାଡ଼ି ନାଭିରେ ଟିକିଏ ତେଲରେ ମାଲିସ କରନ୍ତୁ । ଏହି ସହଜ ଉପାୟ ଆପଣଙ୍କ ତ୍ୱଚାକୁ ନରମ ଏବଂ କୋମଳ କରିବାରେ ସାହାଯ୍ୟ କରେ । ନାଭିରେ ତେଲ ଲଗାଇବା ଦ୍ୱାରା ଆପଣଙ୍କ ଆଖ ପାଖର ଅଂଶର ତ୍ୱଚାର ଡ୍ରାଇନେସ ବା ଶୁଖିବା ସମସ୍ୟାରୁ ମୁକ୍ତି ମିଳିଥାଏ ଓ ତ୍ଵଚାରେ ସୁନ୍ଦରତା ଆସିଥାଏ ।

ସୋରିଷ ତେଲର ଲାଭ :

ସୋରିଷ ତେଲରେ ଭିଟାମିନ-ଇ ଭରପୁର ମାତ୍ରାରେ ରହିଥାଏ, ଏଥିପାଇଁ ଏହାକୁ ଶରୀରରେ ମାଲିସ କରିବା ଦ୍ୱାରା ତ୍ୱଚାକୁ ପୋଷଣ ମିଳିଥାଏ । ଏହି ତେଲର ମାଲିସ କରିବା ଦ୍ୱାରା ତ୍ୱଚାରେ କମଳତା ଆସେ, ତ୍ୱଚା ନରମ ଓ ସ୍ୱାସ୍ଥ୍ୟ ମଧ୍ୟ ରହେ । ସାଥିରେ ସୋରିଷ ତେଲରେ ଏଣ୍ଟିବେକ୍ଟେରିୟଲ ଗୁଣ ମଧ୍ୟ ରହିଥାଏ, ଏଥିପାଇଁ ସୋରିଷ ତେଲର ମାଲିସ ଦ୍ୱାରା ତ୍ୱଚାର ସଂକ୍ରମଣ ଏବଂ କୁଣ୍ଡିଆ ହେବା ମଧ୍ୟ ଦୂର ହୋଇଥାଏ ଓ ଶରୀର ପାଇଁ କ୍ଷତିକାରକ ଟୋକ୍ସିଂସ ମଧ୍ୟ ବାହାରକୁ ବାହାରି ଆସେ ।

ବିଶେଷ କରି ମହିଳା ମାନଙ୍କୁ ରାତିରେ ପ୍ରତିଦିନ ମାଲିସ କରିବା ଉଚିତ । ଏପରି କରିବା ଦ୍ୱାରା ଶରୀରର ଅଙ୍ଗ କୋମଳ ହୋଇଥାଏ ଏବଂ ପାଚନ ଶକ୍ତି ମଧ୍ୟ ଦୃଢ଼ ରୁହେ ।