ଅପେକ୍ଷା ହେଲା ଅନ୍ତ । ମାର୍ଚ୍ଚ ରୁ ଆରମ୍ଭ ହେବ Jio ର ଏହି ସୁବିଧା, ୩ ମାସ ପର୍ଯ୍ୟନ୍ତ ମିଳିବ ସବୁକିଛି ମାଗଣା।

Spread the love

ରିଲାଇନ୍ସ Jio ଭାରତୀୟ ଟେଲିକମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାର ଅଳ୍ପ ଦିନ ମଧ୍ୟରେ ଆଗକୁ ବଢି ଟେଲିକମ କମ୍ପାନୀ ହୋଇଯାଇଛି । ଏହି ଟେଲିକମ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ଗ୍ରାହକଙ୍କ ପ୍ରତି ସମର୍ପିତ । ଏହି କମ୍ପାନୀ ପ୍ରତିଟି ଖାସ୍ ସୁଯୋଗରେ ନିଜ ଗ୍ରାହକଙ୍କ ପାଇଁ ସବୁବେଳେ ଆଣିଥାଏ କିଛି ଖାସ୍ ଓ ନୂଆ ନୂଆ ଅଫର୍ । ଯାହାଦ୍ୱାରା ଗ୍ରାହକ ମଧ୍ୟ ଏହି ଅଫର୍ ସୁଯୋଗ ଉଠାଇ ପାରୁଛନ୍ତି ଓ ଗ୍ରାହକମାନଙ୍କୁ ବହୁତ ଲାଭବାନ ମଧ୍ୟ ହୋଇଥାଏ । କିଛି ଦିନ ପୂର୍ବରୁ ଏହି କମ୍ପାନୀ ନିଜ ନିଉ ୟିଏର୍ ଅଫର୍ ଲଞ୍ଚ କରିଥିଲା । ଯେଉଁଥିରେ ଏହି କମ୍ପାନୀ ନିଜର ସମସ୍ତ ଗ୍ରାହକମାନଙ୍କୁ ୧୦୦ ପ୍ରତିଶତ କେଶବ୍ୟାକ୍ ଦେଇଥିଲା । ରିଲାଇନ୍ସ Jio ବହୁତ ଶୀଘ୍ର ଭାବେ ନିଜ ସେବାକୁ ଚାରିଆଡେ ବିସ୍ତାର କରୁଅଛି ଓ ବର୍ତ୍ତମାନ ସ୍ଥିତିରେ Jio ଶୀଘ୍ର ହିଁ ନିଜର ଗିଗାଫାଇବର୍ ମଧ୍ୟ ଆରମ୍ଭ କରିବ ତଥା ଏହି ସେବା ମାର୍ଚ୍ଚ ମାସରୁ ଦେଶର ବିଭିନ୍ନ ସହରରେ ଆରମ୍ଭ ହୋଇଯିବ । ତ ଆସନ୍ତୁ ଜାଣିବା jio ଗିଗାଫାଇବର୍ ଦ୍ୱାରା ଗ୍ରାହକମାନେ କେଉଁ କେଉଁ ସୁବିଧା ପାଇ ପାରିବେ ।

Jio ଗିଗାଫାଇବର ସେବା ଦ୍ୱାରା ମିଳିବାକୁ ଯାଉଥିବା ପ୍ରିଭିଉ ଅଫର କୁ ବହୁତ ପୂର୍ବରୁ ହି ଲଞ୍ଚ କରି ଦେଇଛି। ଗିଗାଫାଇବର ର କନେକ୍ସନ ନେଉଥିବା ଗ୍ରାହକ ମାନଙ୍କୁ ପ୍ରଥମ ର ୩ ମାସ ସବୁକିଛି ମାଗଣାରେ ମିଳିବ ତଥା କମ୍ପାନୀ ପ୍ରତ୍ୟେକ ଗ୍ରାହକକୁ ୧୦୦ ଜିବି ଡାଟା ୧୦୦ ଏମବିପିଏସ ସ୍ପିଡ଼ ରେ ଯୋଗାଇ ଦେବ। jio ର ଫାଇବର ସେବା ର ପରୀକ୍ଷଣ ମୁମ୍ବାଇ ତଥା ଦିଲ୍ଲୀ ଏନ୍ସିଆର ର କିଛି ଜାଗାରେ ବହୁତ ପୂର୍ବରୁ ହି କରାଯାଇ ସରିଛି। ମିଡ଼ିଆ ର ରିପୋର୍ଟ ଅନୁଯାୟୀ ରିଲାଇନ୍ସ Jio ଦେଶର ୩୦ଟି ବଡ ବଡ ସହରରେ ନିଜର ଫାଇବର ଟୁ ହୋମ ର ସେବା ଶୀଘ୍ର ହି ଆରମ୍ଭ କରିବାକୁ ଯାଉଛି। ଜିଓ ର ଏହି ସେବାରେ ଗ୍ରାହକଙ୍କୁ ଅନେକ ସୁବିଧା ମିଳିବ।

ଏହି ୩୦ଟି ସହରରେ ଆରମ୍ଭ ହେବ ଗିଗାଫାଇବର୍ ସେବା :

କମ୍ପାନୀ ଯେଉଁ ସହର ଗୁଡିକରେ ଏହି ସେବା ସର୍ଵ ପ୍ରଥମେ ଆରମ୍ଭ କରିବାକୁ ଯାଉଛି ସେହି ସହର ଗୁଡିକ ହେଲା ବେଙ୍ଗାଳୁରୁ, ଚେନ୍ନାଇ, ରାଞ୍ଚି, ପୁନେ, ଭୋପାଳ, ଲକ୍ଷ୍ନୌ, କାନପୁର, ପାଟଣା, ପ୍ରୟାଗ ରାଜ୍, ରାୟପୁର, ଅମୃତସର, ଚଣ୍ଡୀଗଡ଼, ଜୋଧପୁର, କୋଟା, ନୂଆଦିଲ୍ଲୀ, ନାଗପୁର, ଗାଜିଆବାଦ, ଲୁଧିଅନା, ମଦୁରାଇ, ନାସିକ, ଫରିଦାବାଦ, କୟମ୍ବୁଟୁର, ଗୁଆହାଟି, ଆଗ୍ରା, ମେରଥ,ରାଜକୋଟ, ଶ୍ରୀନଗର, ସୋଲାପୁର, ଇନ୍ଦର ।