ଅପରାଜିତା : ସର୍ପ ବିଷରୁ ପିଲିୟା ପର୍ଯ୍ୟନ୍ତ ସମସ୍ତ ରୋଗର ବଡ ଶତ୍ରୁ…..

Spread the love

ଅପରାଜିତା ଏକ ଲତା ଜାଦୀୟ ଉଦ୍ଭିଦ । ଧଳା ଓ ନୀଳ ଭେଦରେ ଫୁଟୁଥିବା ଫୁଲର ରଙ୍ଗକୁ ନେଇ ଏହା ଦୁଇ ପ୍ରକାରର ହେଲେ ମଧ୍ୟ ଔଷଧୀୟ ଗୁଣ ଦୃଷ୍ଟିରୁ କିଛି ଊଣା ନୁହେଁ । ପତ୍ର ଗୁଡ଼ିକ ସଜନା ପତ୍ର ପରି କିନ୍ତୁ ଆକାରରେ ଟିକେ ବଡ଼ । ନୀଳ ଅପରାଜିତାକୁ କେହି କେହି କୃଷ୍ଣ ଅପରାଜିତା ଓ କାନ କଟା ଗଛ ବୋଲି କହିଥାନ୍ତି । ଭାରତର ଅଧିକାଂଶ ସ୍ଥାନରେ ଏହି ଲତା ଜାତୀୟ ବୃକ୍ଷ ଦେଖିବାକୁ ମିଳେ । ମାରତ୍ମକତା ବିଷ ଠାରୁ ଆରମ୍ଭ କରି ଶରୀର ବିଭିନ୍ନ ରୋଗକୁ ଠିକ୍ କରିଥାଏ । ଆମର ଆଖ ପାଖରେ ଏପରି ଅନେକ ଗଛ ରହିଛି ଯାହା ଆମ ଦୈନନ୍ଦିନ ଜୀବନରେ ଆବଶ୍ୟକତା ରହିଛି କିନ୍ତୁ ସେହି ଗଛ ଗୁଡିକୁ ଆମେ ଚିହ୍ନି ନ ପରି ନଷ୍ଟ ଅର୍ଥାତ ଉପାଡି ଦେଉଛୁ । କିନ୍ତୁ ବାସ୍ତବରେ ସେହି ଗଛ ଗୁଡିଏ ଆମପାଇଁ ଆନେକ ଲାଭଦାୟକ ଓ ଫଳପ୍ରଦ ହୋଇଥାଏ । ଆଜି ଆମେ ଠିକ ସେମିତି ଏକ ଅନୁଚ୍ଛେଦ ନେଇ ଆପଣଙ୍କ ପାଖକୁ ଆସିଛୁ, ଅପରାଜିତା ଲତା ଜାତୀୟ ଉଦ୍ଭିଦ ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି । ଏହି ଫୁଲ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଦେବଦେବୀଙ୍କ ପୂଜାର୍ଚ୍ଚନାରେ ଏହି ଫୁଲ ବ୍ୟବହାର କରାଯାଏ । କେବଳ ସେତିକି ନୁହେଁ, ଏହା ଫୁଲ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଠିକ୍ ରଖିଥାଏ :

ଅପରାଜିତା ଫୁଲର ଏକ ଚମତ୍କାରିତା ଗୁଣ ମନେ ରଖନ୍ତୁ, ଯଦି ଆପଣଙ୍କ ଘରେ ଅପରାଜିତା ଫୁଲ ଅଛି ତେବେ ଜାଣନ୍ତୁ, କେଉଁ ଭଳି ଭାବେ ଆପଣ ସ୍ୱାସ୍ଥ୍ୟ ଓ ତ୍ୱଚାକୁ ଫାଇଦା ଦେଇପାରିବେ ।

– ଏହି ଫୁଲ ସାପର ଶତ୍ରୁ ହୋଇଥାଏ, ଏହା ସାପର ବିଷକୁ ଶରୀରରୁ ବାହାର କରି ଦେଇଥାଏ । ଏହାର ଚେରକୁ ଖରାରେ ଶୁଖାଇ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ, ସେଥିରେ ଘିଅ ମିଶାଇ; ଯାହାକୁ ସାପ ଚୋଟ ମରିଥାଏ, ସେହି ବ୍ୟକ୍ତି ବା ପିଲାଙ୍କୁ ଏହି ଔଷଧ ଖୁଆଇ ଦିଅନ୍ତୁ । ଏହାଦ୍ୱାରା ବିଷ ଶରୀରରୁ ବାହାରି ଯାଇଥାଏ ।

– ଏହା ପିଲିଆ ରୋଗୀଙ୍କ ପାଇଁ ବହୁତ ଫାଇଦା ଦେଇଥାଏ, ପିଲିୟା ରୋଗୀଙ୍କ ପାଇଁ ଅପରାଜିତା ଫୁଲର ମଞ୍ଜି ଅଧା ଗ୍ରାମ ପେଷି ଚୂର୍ଣ୍ଣ କରନ୍ତୁ ଏବଂ ଏହାକୁ ଗରମ ପାଣି ସହ ଦିନରେ ଦୁଇଥର ପିଅନ୍ତୁ । ଏହା ପିଲିୟା ରୋଗକୁ ଦୂର କରିଦେବ ।

– ଏହା ଛଡା ଏହାର ତେଲକୁ ନାକରେ ଲଗାଇଲେ ଅର୍ଦ୍ଧକପାଳ ବା ମାଇଗ୍ରିନକୁ କମି ଯାଇଥାଏ । ଏହିପରି ଲଗାତାର ଏକ ସପ୍ତାହ ପର୍ଯ୍ୟନ୍ତ କରିବା ଦ୍ୱାରା ଅର୍ଦ୍ଧକପାଳ ସମୂଳେ ନଷ୍ଟ ହୋଇଯାଇଥାଏ ।

– ଏହା ତ୍ୱଚା ପାଇଁ ବହୁତ ଫାଇଦା ଦେଇଥାଏ, ଏହା ତ୍ୱଚାରୁ କଳା ଦାଗ ଓ ମୁହଁରୁ ବ୍ରଣକୁ ଦୂର କରିଦିଏ । ଏହାର ଚେରକୁ ଲହୁଣୀ ସହ ଲଗାଇଲେ ମୁହଁରୁ କଳା ଚିହ୍ନ ଦୂର ହୋଇଯାଏ । ଏହା ଧଳା ଦାଗ ଜନିତ ସମସ୍ୟା ରୋଗକୁ ଅତି ଶୀଘ୍ର ଭଲ କରି ଦେଇଥାଏ । ଏହାର ଚେରକୁ ବାଟି ଶରୀରରେ ଲଗାଇଲେ ଶରୀରରେ ଧଳା ଦାଗ ଦୂର ହୋଇଯାଏ ।

ଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ । ଗଳଗଣ୍ଡ, ସର୍ପବିଷ, ଶୋଥ, କାନର କ୍ଷତ, ଅନ୍ଧାରକଣା, ଯୌବନକାଳୀନ ମୁଖବ୍ରଣ ଓ ପେଟରୋଗ ନିମନ୍ତେ କବିରାଜମାନେ ଏହାର ଉପଯୋଗ କରିଥାନ୍ତି । ଏହାର ଚେର ସର୍ପକୁ ଦୂରରେ ରଖେ ବୋଲି ମାନ୍ୟତା ରହିଛି ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ।