ଅନୁଷ୍ଖା ଓ ବିରାଟଙ୍କ ଘରକୁ ଶୀଘ୍ର ହିଁ ଆସିବାକୁ ଯାଉଛି ଖୁସି ଖବର ।

Spread the love

ଅନୁଷ୍ଖା ଓ ବିରାଟ କୋହଲି ଖୁବ୍ ଶୀଘ୍ର Baby shower ଆୟୋଜନ କରିବାର ନଜରକୁ ଆସିବେ ।

ଅନୁଷ୍ଖା ଓ ବିରାଟ କୋହଲି ଆଜିକାଲି କୌଣସି ନ କୋଣସି ବିଷୟକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ଯେଉଁଠି ବିରାଟ କୋହଲି ଆଇପିଏଲ୍ କୁ ନେଇ ଚର୍ଚ୍ଚାରେ ରହିବା ବେଳେ ଅନୁଷ୍ଖା କିଛି ଫୋଟୋ ଚିତ୍ର ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାରେ ରହୁଛନ୍ତି । ଏହିସବୁ ଖବର ମଧ୍ୟରେ, ଅନୁଷ୍ଖା ଗର୍ଭବତୀ ହେବା କଥା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । Baby shower ଆୟୋଜନକୁ ନେଇ ଦୁହେଁ ଖୁବ୍ ଚର୍ଚ୍ଚାରେ । ଅନୁଷ୍ଖା ଓ ବିରାଟଙ୍କ ଉପରେ ସର୍ବଦା ମିଡିଆର ନଜର ରହିଥାଏ । ଯାହାଫଳରେ ଏହା ଶୁଣିବା ପାଇଁ ମିଳୁଛି; ଅନୁଷ୍ଖା ଗର୍ଭବତୀ ଅଛନ୍ତି । ଆସନ୍ତୁ ଜାଣିବେ ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ସବୁ ଖାସ ରହିଛି ।

ଅନୁଷ୍ଖା ଓ ବିରାଟ କୋହଲି ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯେଉଥିରେ କେବଳ କିଛି ନିକଟ ସମ୍ପର୍କୀୟ ହିଁ ସାମିଲ ହୋଇଥିଲେ । ବିବାହର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଯାହାଫଳରେ ସମସ୍ତଙ୍କୁ ଅନୁଷ୍ଖାଙ୍କ ଗର୍ଭବତୀ ହେବା କଥା ଶୁଣିବା ପାଇଁ ଇଛା ରହିଛି । କେବଳ ଏତିକି ହିଁ ନୁହେଁ, ନିଜେ ଅନୁଷ୍ଖା ଓ ବିରାଟ କୋହଲି ମଧ୍ୟ ଏହା ଚହୁଁଛନ୍ତି । କହିବା ପାଇଁ ଚାହୁଞ୍ଚୁ; ଅନୁଷ୍କାଙ୍କ ପାଖରେ କୌଣସି ଚଳଚିତ୍ର ପାଇଁ ଅଫର ନାହିଁ ଓ ମିଡିଆ ରିପୋର୍ଟକୁ ଯଦି ମାନିବା; ତାହେଲେ ଅନୁଷ୍ଖା ବର୍ତମାନ ଗର୍ଭବତୀ ଅଛନ୍ତି ।

ଗର୍ଭବତୀ ଅଛନ୍ତି ଅନୁଷ୍ଖା ଶର୍ମା :

ଇଂରାଜୀ ୱେବସାଇଟ୍ ଡିଏନଏ ଅନୁସାରେ ଅନୁଷ୍ଖା ଶର୍ମା ମାଆ ହେବା ପାଇଁ ଯାଉଛନ୍ତି । କିନ୍ତୁ ବହୁତ ସମୟ ହେବ, ସେ ଏହି କଥାକୁ ସମସ୍ତଙ୍କ ଠାରୁ ଲୁଚାଇ ଚାଲିଛନ୍ତି । ୱେବସାଇଟ୍ ଦାବି କରିକହିଛି ଅନୁଷ୍ଖା ଓ ବିରାଟ କୋହଲି ଖୁବ୍ ଶୀଘ୍ର Baby showerର ଆୟୋଜନ କରିବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ ଇଂରାଜୀ ୱେବସାଇଟ୍, ଅନୁଷ୍ଖା ମାଆ ହେବା କଥାକୁ ନେଇ କିଛି କିଛି ତର୍କ ମଧ୍ୟ ଦେଇଛି ।

ସ୍ଵାମୀଙ୍କ ଠାରୁ ଦୂରରେ ରହିବା ପାଇଁ ଚାହୁଁ ନାହାନ୍ତି ଅନୁଷ୍ଖା ଶର୍ମା :

ମିଡିଆ ରିପୋର୍ଟକୁ ଯଦି ମାନିବା ଅନୁଷ୍ଖା ଶର୍ମା, ବିରାଟ କୋହଲିଙ୍କ ଆଖପାଖରେ ହିଁ ଦେଖିବାକୁ ମିଳୁଛନ୍ତି ଓ ନିଜକୁ ବିରାଟଙ୍କ ଠାରୁ ଦୂରେଇବା ପାଇଁ ଚାହୁଁନାହାନ୍ତି । ବିରାଟ ନିଜେ ହିଁ ଅନୁଷ୍ଖାଙ୍କୁ ନିଜ ପାଖେପାଖେ ରହିବା ପାଇଁ କହିଛନ୍ତି । କହିବା ପାଇଁ ଚାହୁଞ୍ଚୁ; ଅନୁଷ୍ଖା ଚଳଚିତ୍ର ଦୁନିଆର ଚାକଚକ୍ୟରୁ ମଧ୍ୟ ଦୂରେଇ ରହିବା ପାଇଁ ଚାହୁଁଛନ୍ତି । ଏହି କଥାକୁ ଲୁଚାଇବାକୁ ଯାଇ ଅନୁଷ୍ଖା ଶର୍ମା କିଛି ଫୋଟଚିତ୍ର ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଖୁବ୍ ଶୀଘ୍ର Baby showerର ଆୟୋଜନ ହେବ :

ଇଂରାଜୀ ୱେବସାଇଟ୍ ଡିଏନଏ ଅନୁସାରେ ଅନୁଷ୍ଖା ଓ ବିରାଟ କୋହଲି ଖୁବ୍ ଶୀଘ୍ର ବେବି ସାୱ୍ବରର ଆୟୋଜନ କରିବା ପାଇଁ ଯାଉଛନ୍ତି; ଯେଉଁଥିରେ କେବଳ ନିକଟ ସମ୍ପର୍କୀୟ ହିଁ ସାମିଲ ହେବେ । ଅନୁଷ୍ଖା ଓ ବିରାଟଙ୍କ ଘରକୁ ଆସିବା ପାଇଁ ଥିବା ନୂଆ ଅତିଥିକୁ ନେଇ ଖୁବ୍ ଖୁସିରେ ଅଛନ୍ତି । ଯାହାଫଳରେ ସେମାନେ ନିଜର ପ୍ରଶଂସକ ମାନଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ଚେଷ୍ଟା କରିଛନ୍ତି । କହିବା ପାଇଁ ଚାହୁଞ୍ଚୁ; ମାଆ ହେବା ପରେ ମଧ୍ୟ ଅନୁଷ୍ଖା ଚଳଚିତ୍ରରେ କାମ ଜାରି ରଖିବେ, ଯାହା ବିଷୟରେ ସେ ପ୍ରଥମରୁ ହିଁ ବିରାଟଙ୍କ ସହ କଥା ହୋଇ ସାରିଛନ୍ତି ।