ପତ୍ନୀ କିରଣଙ୍କ ପାଇଁ ଅନୁପମ ଖେର ଅଭିନେତ୍ରୀଙ୍କୁ ଧମକ ଦେଇଥିଲେ, କହିଥିଲେ-“ତୁମକୁ କ୍ୟାରିୟର କରିବାକୁ ଦେବି ନାହିଁ” !

Spread the love

ବଲିଉଡରେ ଆଜି ସୁଦ୍ଧା ବହୁତ ବିବାଦ ହୋଇଛି, କିନ୍ତୁ ଏମିତି ମଧ୍ୟ କିଛି ବିବାଦ ରହିଛି ଯାହାକୁ ଦୁନିଆ ଆଜି ମଧ୍ୟ ଭୁଲି ପାରିନାହିଁ । ଏମିତି ହିଁ ଏକ ବିବାଦ ହୋଇଥିଲା ୨୦୦୦ ମସିହାରେ ଯେତେବେଳେ ନିର୍ଦ୍ଦେଶକ ରିତୁପର୍ଣ୍ଣା ଘୋଷଙ୍କ ଚଳଚ୍ଚିତ୍ର ବାଡୀୱାଲୀ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଆୱାର୍ଡ ନିମନ୍ତେ ନାମାଙ୍କନ ହୋଇଥିଲା । କିରଣ ଖେରଙ୍କ ଏହି ଚଳଚ୍ଚିତ୍ରରେ ବହୁତ ବଡ଼ ବିବାଦ ହୋଇଥିଲା, ଯାହା ସହିତ ଜଡିତ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଚୁର ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ସର୍ବତ୍ର ଏହାର ଚର୍ଚ୍ଚା ହେଉଛି । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ କାହାଣୀ କଣ ଅଟେ ।

ଯେତେବେଳେ କିରଣ ଖେରଙ୍କ ବଙ୍ଗାଳୀ ଚଳଚ୍ଚିତ୍ର ଉପରେ ଉଠିଥିଲା ବଡ଼ ପ୍ରଶ୍ନ

କିରଣ ଖେର ରିତୁପର୍ଣ୍ଣା ଘୋଷଙ୍କ ଚଳଚ୍ଚିତ୍ର ବାଡୀୱାଲୀରେ ଜଣେ ବିଧବା ମହିଳାଙ୍କ ଅଭିନୟ କରିଥିଲେ, ଯିଏକି ଏକ ବଡ଼ ଘର ଅର୍ଥାତ ମହଲରେ ରହୁଥିଲେ । ଏହି ଚଳଚ୍ଚିତ୍ରକୁ ବଙ୍ଗାଳୀ ଭାଷାରେ ତିଆରି କରାଯାଇଥିଲା, ଏବଂ ଏହାକୁ କିରଣ ଖେରଙ୍କ ସ୍ୱାମୀ ଅନୁପମ ଖେର ପ୍ରଯୋଜନା କରିଥିଲେ । ଏହା ଗୋଟିଏ ବହୁତ ସୁନ୍ଦର ଚଳଚ୍ଚିତ୍ର ଥିଲା, ଯାହାକୁ କି ରିତୁପର୍ଣ୍ଣା ଘୋଷ ନିଜ ଯାଦୁ କଳାର ସହିତ ପ୍ରସ୍ତୁତ କରିଥିଲେ । ଏହି ଚଳଚ୍ଚିତ୍ରର ଆରମ୍ଭ ହେବାର ୧୫ ମିନିଟରେ ହିଁ ଆପଣଙ୍କୁ ବୁଝା ପଡିଯିବ ଯେ କିରଣ ଖେରଙ୍କ ସ୍ୱର ଅଭିନେତ୍ରୀ ରୀଟା କୋଇରାଲଙ୍କ ସହ ମିଶି ଯାଉଛି । ରୀଟା କୋଇରାଲ ତାଙ୍କ ସମୟରେ ବଙ୍ଗାଳୀ ଚଳଚ୍ଚିତ୍ର ଏବଂ ଟିଭି ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ରହିଛନ୍ତି ।

google

କିରଣଙ୍କ ସ୍ୱର ରୀଟାଙ୍କ ସ୍ୱର ସହିତ ମେଳ ଖାଇଯାଉଥିବା ଦ୍ୱାରା ଏହା କୁହାଯାଇଥିଲା ଯେ, ଚଳଚ୍ଚିତ୍ରକୁ ଡ଼ବିଂ କରାଯାଇଥିଲା । କିନ୍ତୁ ସମସ୍ୟା ଏହା ଥିଲା କି ଚଳଚ୍ଚିତ୍ରରେ ରୀଟା କୋଇରାଲଙ୍କୁ ଡ଼ବିଂର ଶ୍ରେୟ ଦିଆଯାଇନଥିଲା । ଯେତେବେଳେ ଏହି ଚଳଚ୍ଚିତ୍ର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଆୱାର୍ଡ ପାଇଁ ମନୋନୀତ ହୋଇଥିଲା ସେହି ସମୟରେ ଖଣ୍ଡପୀଠର ସଦସ୍ୟ ରହିଥିବା ବଙ୍ଗାଳୀ ନିର୍ଦ୍ଦେଶକ ଗୌତମ ଘୋଷ ମଧ୍ୟ ଏହି କଥା ଉପରେ ଗୁଋତ୍ୱାରୋପ ଦେଇଥିଲେ । ସ୍କ୍ରିନିଂ ସମୟରେ ସେ ବାଡୀୱାଲୀରେ କିରଣଙ୍କ ସ୍ୱରକୁ ରୀଟା କୋଇରାଲଙ୍କ ସ୍ୱର ବୋଲି ଜାଣିପାରିଥିଲେ । ଏହା ପରେ ସେ ରୀଟାଙ୍କୁ ଫୋନ କରି ପଚାରିଥିଲେ, “କଣ ତୁମେ ଏହି ଚଳଚ୍ଚିତ୍ର ଡ଼ବିଂ କରିଛ ? ଯଦି କରିଛ ତେବେ କୁହ, ତୁମେ ମଧ୍ୟ ଏଥିପାଇଁ ଅନ୍ତର୍ଜାତୀୟ ଆୱାର୍ଡ ଜିତି ପାରିବ” ।

google

ବାଡୀୱାଲୀ ଚଳଚ୍ଚିତ୍ର ପାଇଁ କିରଣ ଖେରଙ୍କୁ ଉତ୍ତମ ଅଭିନେତ୍ରୀ ବର୍ଗରେ ଆୱାର୍ଡ ମିଳିବାକୁ ଯାଉଥିଲା । ଏମିତିରେ ଯଦି ରୀଟା ନିଜ ଡ଼ବିଂର କଥା କହିଥାନ୍ତେ ତେବେ ତାଙ୍କୁ ମଧ୍ୟ କିରଣଙ୍କ ସହିତ ଆୱାର୍ଡ ଦିଆଯାଇଥାନ୍ତା । କାରଣ ଆପଣ ଗୋଟିଏ ଆନ୍ତର୍ଜାତୀୟ ଆୱାର୍ଡକୁ ନିଜ ଡ଼ବିଂ ପାଇଁ ପ୍ରଦର୍ଶନକାରୀଙ୍କ ସହିତ ସେୟାର କରିପାରିବେ । ବାସ୍ତବରେ, ବର୍ତ୍ତମାନ ଯେଉଁ ଭିଡ଼ିଓ ଭାଇରାଲ ହେଉଛି, ଏହା ଆମକୁ ବୟାନ କରୁଛି କି, ଯେତେବେଳେ ରୀଟା ଏହି କଥାକୁ ମାନିଥିଲେ ସେ ରିତୁପର୍ଣ୍ଣାଙ୍କ ଚଳଚ୍ଚିତ୍ରରେ କିରଣ ଖେରଙ୍କୁ ନିଜ ସ୍ୱର ଦେଇଥିଲେ ତେବେ କଣ ହୋଇଥିଲା ।

ଅନୁପମ ଖେର କ୍ୟାରିୟର ଶେଷ କରିଦେବାର ଦେଇଥିଲେ ଧମକ !

ରୀଟା କୋଇରାଲଙ୍କ ସ୍ୱରରେ ଏମିତି କିଛି ଖାସ କଥା ଥିଲା ଯାହାଫଳରେ ନିର୍ଦ୍ଦେଶକ ଗୌତମ ଘୋଷ ମାନି ନଥିଲେ କି ସେମାନେ ଡ଼ବିଂ କରିନାହାଁନ୍ତି ବୋଲି । ସେ ରୀଟାଙ୍କୁ କହିଥିଲେ କି, ଯଦି ସେ ସତ ନକହିବେ ଏବଂ ଜୂରୀ ମାନଙ୍କୁ କିଛି ସମୟପରେ ଯଦି ଜଣା ପଡ଼ିବ, ତେବେ ଚଳଚ୍ଚିତ୍ରକୁ ଅଯୋଗ୍ୟ ଘୋଷଣା କରିଦିଆଯିବ । ଏହାପରେ ରୀଟା ବ୍ୟସ୍ତ ବିବ୍ରତ ହୋଇ ତାଙ୍କୁ ଏହା କହିଦେଇଥିଲେ ଯେ, ତାଙ୍କୁ ଏହି କଥା ଲୁଚାଇବା ପାଇଁ କୁହାଯାଇଥିଲା ।

google

ବର୍ତ୍ତମାନ ଯେଉଁ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ରୀଟା କୋଇରାଲ ସେଥିରେ ଚଳଚ୍ଚିତ୍ର ବାଡୀୱାଲୀ ସମୟର କଥା କହୁଥିଲେ । ଚଳଚ୍ଚିତ୍ର କାହାଣୀର ଖଳନାୟକ ବାଵ ବିଶ୍ୱାସର ଅଭିନୟ କରିଥିବା ଅଭିନେତା ଶାଶ୍ୱତ ଚାଟାର୍ଜୀଙ୍କ ଶୋ’ରେ ରୀଟା ଖୁଲାସା କରିଥିଲେ ।

ସେ କହିଥିଲେ-ମୁଁ ରିତୁ ଦା(ରିତୁପର୍ଣ୍ଣା ଘୋଷ)ଙ୍କ ପାଇଁ ଡ଼ବିଂ କରିଥିଲେ, ଯାହାକୁ କରିବା ପାଇଁ ମୋତେ ପଇସା ମିଳିଥିଲା । କିନ୍ତୁ ସେହିଦିନ ରାତିରେ ମୋତେ ଅନୁପମ ଖେରଙ୍କ ଫୋନ କଲ ଆସିଥିଲା । ସେ ମୋତେ ପଚାରିଥିଲେ କି, ମୋତେ କେତେ ପଇସା ଦିଆଯାଇଛି । ମୁଁ ତାଙ୍କୁ କହିବାରୁ ସେ ମୋତେ କହିଥିଲେ କି, ମୋର ଡ଼ବିଂ କାମ ପାଇଁ ସେ ଅଲଗା ପଇସା ରଖିଛନ୍ତି । ପୁନର୍ବାର ସେ ଏପରି ଏକ ମୂଲ୍ୟ କହିଥିଲେ, ଯାହାକି କାହାକୁ ମଧ୍ୟ ଡ଼ବିଂ ପାଇଁ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।

google[/caption]

ରୀଟା ଆଗକୁ କହିଥିଲେ କି, ସେ ତାଙ୍କୁ ପଚାରିଥିଲେ ଯେ, ଏହି ମୂଲ୍ୟ ଟଙ୍କା ଆକାରରେ ନା ଚେକ ଆକାରରେ ଦରକାର ? ମୁଁ କହିଲି ଯାହା ଆପଣଙ୍କୁ ଠିକ ଲାଗିବ । ଅନୁପମ କହିଥିଲେ କି, ସେ ଟଙ୍କା ଆକାରରେ ପଇସା ପଠାଇ ଦେବେ, କିନ୍ତୁ ମୋତେ ଅଲଗା ଦିନରେ ମିଡିଆରେ ଯାଇ କହିବାକୁ ପଡ଼ିବ କି, ମୁଁ ଏହି ଡ଼ବିଂ କରିନାହିଁ । ରୀଟା ଏହା ମଧ୍ୟ କହିଥିଲେ କି, ଅନୁପମ ତାଙ୍କୁ କିପରି ଧମକ ମଧ୍ୟ ଦେଇଥିଲେ । ସେ କହିଥିଲେ, “ସେ କହିଥିଲେ କି ତୁମକୁ କେବେ ମଧ୍ୟ ବଲିଉଡରେ କ୍ୟାରିୟର କରିବାକୁ ଦେବି ନାହିଁ । ଦେଖିବି କି ତୁମେ କୋଲକାତାରେ କେମିତି କାମ କରିବ” ।

ଅନୁପମ ନିଷ୍ପତି ନେଇଥିଲେ କି କେବେହେଲେ ମଧ୍ୟ ବଙ୍ଗାଳୀ ଚଳଚ୍ଚିତ୍ରରେ ପ୍ରଯୋଜନା କରିବେ ନାହିଁ

ଜଣାଇଦଉଛୁ ଯେ, କିରଣ ଖେର ଏବଂ ଚଳଚ୍ଚିତ୍ର ସହିତ ଜଡିତ ସମସ୍ତ ଲୋକଙ୍କୁ ଏହି କଥା ପ୍ରତ୍ୟେକ ସ୍ଥାନରେ କହିଥିଲେ କି, କିରଣ ବାଡୀୱାଲୀ ପାଇଁ ୬ ମାସ ପର୍ଯ୍ୟନ୍ତ ବଙ୍ଗାଳୀ ଭାଷା କହିବା ପାଇଁ ପ୍ରଶିକ୍ଷଣ ନେଇଥିଲେ । କିନ୍ତୁ ତାଙ୍କ ସ୍ୱର ଏକଦମ ରୀଟା କୋଇରାଲଙ୍କ ଭଳି କିପରି ହୋଇଥିଲା ଏହି ବିଷୟରେ ସେ କିଛି କହିନଥିଲେ ।

google

ସେହି ସମୟରେ ଯେତେବେଳେ ଏହି ବିବାଦ ହୋଇଥିଲା, ସେତେବେଳେ ଅନୁପମ ଖେର କହିଥିଲେ କି ତାଙ୍କୁ ଏହି କଥାକୁ ନେଇ ବହୁତ ଖରାପ ଲାଗିଛି ଏବଂ ସେ କେବେହେଲେ ମଧ୍ୟ କୌଣସି ବଙ୍ଗାଳୀ ଚଳଚ୍ଚିତ୍ରରେ ପ୍ରଯୋଜନା କରିବେ ନାହିଁ । ସେ କହିଥିଲେ ଯେ, “ବଙ୍ଗାଳୀ ଚଳଚ୍ଚିତ୍ରରୁ ବାହାରୁ ଜଣେ ଅଭିନେତା ୪୦-୫୦ ଲକ୍ଷ ଗୋଟିଏ ଚଳଚ୍ଚିତ୍ରକୁ ପ୍ରଯୋଜନା କରିବାରେ ଲଗାଇଥିଲେ । ଚଳଚ୍ଚିତ୍ର ବହୁତ ଅନ୍ତର୍ଜାତୀୟ ଆୱାର୍ଡ ଜିତିଥିଲା ଏବଂ ବର୍ତ୍ତମାନ ସେ ସେହି ବ୍ୟକ୍ତିଙ୍କୁ ମିଛୁଆ କହୁଛନ୍ତି, ଯିଏକି ଏହି ଚଳଚ୍ଚିତ୍ର ପାଇଁ ୬ ମାସ ବଙ୍ଗାଳୀ ଭାଷା ଶିଖିଥିଲେ । ଏହା ବହୁତ ଲଜ୍ଜାଜନକ ଅଟେ । ମୁଁ କେବେହେଲେ ମଧ୍ୟ ବଙ୍ଗାଳୀ ଚଳଚ୍ଚିତ୍ରରେ ପ୍ରଯୋଜନା କରିବେ ନାହିଁ” ।

google

ସେହି ସମୟରେ ଅନ୍ତର୍ଜାତୀୟ ଆୱାର୍ଡ ଜୂରୀଙ୍କ ସାମ୍ନାରେ ବହୁତ ବଡ଼ ସମସ୍ୟା ଥିଲା । ଲୋକମାନେ ଏହି ମାମଲାରେ ବାଣ୍ଟି ହୋଇଯାଇଥିଲେ । ଶେଷରେ ଚଳଚ୍ଚିତ୍ର ନିର୍ମାତାଙ୍କ ପକ୍ଷରୁ ଏକ ସତ୍ୟପାଠ ତାଙ୍କୁ ଦିଆଗଲା, ଯେଉଁଥିରେ କୁହାଯାଇଥିଲା କି ଚଳଚ୍ଚିତ୍ର ଡ଼ବିଂ କରାଯାଇନାହିଁ । ଏହାପରେ ଜୂରୀମାନେ ସେମାନଙ୍କ ନିଷ୍ପତି ନେଇଥିଲେ ଏବଂ ଶେଷରେ କିରଣ ଖେର ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ ଜିତିଥିଲେ । ରୀଟା କୋଇରାଲଙ୍କ ନାମରେ କିଛି ମଧ୍ୟ ଉଲ୍ଲେଖ କରାଯାଇନଥିଲା ।

କିଛି ବର୍ଷ ପରେ ନିର୍ଦ୍ଧେଶକ ରିତୁପର୍ଣ୍ଣା ଘୋଷ ଏହି କଥାକୁ ମାନିଥିଲେ କି, ଯାହା ମଧ୍ୟ ହୋଇଥିଲା ସବୁ ଭୁଲ ଥିଲା ଏବଂ ତାଙ୍କୁ ଏହି କଥାର ପ୍ରାଯଶ୍ଚିତ ରହିଛି । ସେ ଏହା ମଧ୍ୟ କହିଥିଲେ ଯେ, ଅନ୍ତର୍ଜାତୀୟ ଆୱାର୍ଡ ଜିତିବା ପରେ ମିଳିଥିବା ପଇସାକୁ ସେ ରୀଟାଙ୍କ ସହିତ ବାଣ୍ଟିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ଏହା ସହିତ ରିତୁପର୍ଣ୍ଣା ଏହା ମଧ୍ୟ କହିଥିଲେ କି, ଅନୁପମ ଖେର ପ୍ରଯୋଜକ ହୋଇଥିବା ହେତୁ ତାଙ୍କ ପାଇଁ ସତ କହିବା କଷ୍ଟସାଧ୍ୟ ହୋଇଯାଇଥିଲା ।