ଅନୁପମ ଖେର ସେହି ଷ୍ଟାର ମାନଙ୍କୁ ନିଶାନା ସାଧିଛନ୍ତି, ଯେଉଁମାନେ ଭାରତରେ ରହିବା ପାଇଁ ଡରୁଛନ୍ତି ।

Spread the love

ଅନୁପମ ଖେର ବଲିଉଡର ସେହି ଷ୍ଟାରମାନଙ୍କୁ ନିଶାନା ସାଧିଛନ୍ତି, ଯେଉଁମାନେ କହିଥିଲେ ଭାରତରେ ରହିବା ପାଇଁ ଭୟ କରୁଛନ୍ତି ।

ଅମୁପମ ଖେର ଏହିଭଳି ଜଣେ ବଲିଉଡର ତାରକା ଅଟନ୍ତି; ଯିଏ କୌଣସି ମଧ୍ୟ ବିଷୟ ଉପରେ ନିଜର ଖୋଲା ମତ ପୋଷଣ କରିଥାନ୍ତି । ବିଷୟ ସାମାଜିକ ହେଉ କିମ୍ବା ରାଜନୈତିକ, ନିଜର ଦମ୍ଭତାର ସହ ମତ ପୋଷଣ କରିଥାନ୍ତି ଅନୁପମ ଖେର । ଅନୁପମଙ୍କ ପତ୍ନୀ କିରଣ ଖେରଙ୍କ ନିର୍ବାଚନ ପ୍ରଚାରରେ ଅନୁପମ କିରଣଙ୍କ ସାଥ ଦେଇଥିଲେ । କିରଣ ଖେର ନିର୍ବାଚନରେ ବିଜୟ ଲାଭ କରିବା ପରେ ଅନୁପମ କାନପୁରର ପିଏସଆଇଟିରେ ଆୟୋଜିତ ସମ୍ମାନ ସମାହାରରେ ଯୋଗ ଦେଇଥିଲେ । ସେହି ସମୟରେ ସେ ବଲିଉଡର ସେହି କଳାକାରଙ୍କ ଉପରେ ନିଶାନା ସାଧିଛନ୍ତି, ଯେଉଁମାନଙ୍କୁ ଭାରତରେ ରହିବା ପାଇଁ ଭୟ ଲାଗୁଥିଲା ।

ଅନୁପମ କହିଛନ୍ତି; ତାଙ୍କର ପତ୍ନୀ କିରଣ ଖେର ଦୁଇଥର ସାଂସଦ ହେଲେ । କିରଣଙ୍କ ସହ ଅନୁପମ ମଧ୍ୟ ସାମାଜିକ କାର୍ଯ୍ୟରେ ସହଯୋଗ କରୁଛନ୍ତି କିନ୍ତୁ ବର୍ତ୍ତମାନ ଅନୁପମ ରାଜନୀତିରେ ପାଦ ଦେବା ପାଇଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଅନୁପମ କହିଛନ୍ତି; ଯଦି ସେ ଭବିଷ୍ୟତରେ ରାଜନୀତିରେ ଆସନ୍ତି, ତେବେ ସେ ନିଜ ପ୍ରଶଂସକଙ୍କୁ ସର୍ଵ ପ୍ରଥମେ ଜଣାଇବେ । ସେ ବଲିଉଡର ସେହି କଳାକାରଙ୍କ ଉପରେ ନିଶାନା ସାଧିଛନ୍ତି, ଯେଉଁମାନଙ୍କୁ ଭାରତରେ ରହିବା ପାଇଁ ଭୟ ଲାଗୁଥିଲା । ଅନୁପମ କହିଛନ୍ତି, ସେହି ଲୋକମାନେ ନିଜକୁ ମିଥ୍ୟାବାଦୀ ରୂପେ ପ୍ରମାଣିତ କରିଛନ୍ତି । ଭୟଭୀତ ହେଉଥିବା ବ୍ୟକ୍ତି କଦାପି ଖୋଳାରେ ଏହିଭଳି ବୟାନ ଦେଇ ପାରନ୍ତି ନାହିଁ ।

କହିବା ପାଇଁ ଚାହୁଁଛୁ, ଅନୁପମ ଖେର ସର୍ବଦା ନିଜ ମାତାଙ୍କ ଫୋଟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ନିକଟରେ ଅନୁପମଙ୍କ ମାତା ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଏବଂ ନିଜ ଟୁଇଟ୍ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟିବା ପାଇଁ ଇଛା ପ୍ରକୋଟ କରିଛନ୍ତି । ସେହି ବିଷୟରେ ଅନୁପମ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଫୋନ କରି ମାଆଙ୍କ ଆଶୀର୍ବାଦ ମାଗିଥିଲେ । ଏତିକି କଥା ପ୍ରଧାନମନ୍ତ୍ରୀଙ୍କ, ମୋ ପାଇଁ ବଡ଼ ବିଷୟ ଅଟେ ବୋଲି ଅନୁପମ କହିଛନ୍ତି ।

ଅନୁପମ କହିଛନ୍ତି, ମୁଁ ଅଭିନେତା ହେବା ପୂର୍ବରୁ ଜଣେ ଶିକ୍ଷକ ଥିଲି । ମୋତେ ପଢ଼ାଇବାକୁ ବହୁତ ଭଲ ଲାଗେ । ଯେତେବେଳେ ଡ୍ରାମା ସ୍କୁଲରୁ ପଢ଼ା ଶେଷ କରିଥିଲି, ସେହି ସମୟରେ ଭାବିଥିଲି ଗୋଟିଏ ସ୍କୁଲ ଖୋଲିବି । ମୋର ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୫ ବର୍ଷ ପୁରା ହୋଇ ଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ୫୧୫ଟି ଫିଲ୍ମରେ ଅଭିନୟ କରି ସାରିଛି । ମୁମ୍ବାଇରେ ୧୫ ବର୍ଷ ହେବ ଗୋଟିଏ ସ୍କୁଲ ମଧ୍ୟ ଚଳାଉଛି । ଯେଉଁଠି ନୂଆଁ କଳାକାରଙ୍କୁ ପଢାଉଛି ।

ନିଜ ଅଭିନୟ ଜୀବନ ବିଷୟରେ କହିବା ପାଇଁ ଯାଇ କହିଛନ୍ତି, ବର୍ତ୍ତମାନ ସେ ଆମେରିକାରେ ଏକ ଧାରାବାହିକରେ କାର୍ଯ୍ୟ କରୁଛନ୍ତି । କାରଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ ଜଣେ ବୃଦ୍ଧ କଳାକାର ରୂପେ ପରିଗଣିତ କରାଯାଉଛି କିନ୍ତୁ ସେ ଏଠାରେ ଅନେକ ଫିଲ୍ମରେ ଅଭିନୟ କରୁଛନ୍ତି । ସେ ୨୬/୧୧ ଚଳଚିତ୍ରରେ ଅଭିନୟ କରିଛନ୍ତି, ଯାହା ଆମେରିକାରେ ରିଲିଜ୍ ହୋଇସାଇଛି ଏବଂ ଖୁବ୍ ଶୀଘ୍ର ଭାରତରେ ମଧ୍ୟ ରିଲିଜ୍ ଅପେକ୍ଷାରେ ରହିଛି ।