ନିଜ ରିଲ ଜୀବନର ପତ୍ନୀଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି ଅନୁପମ୍ ଖେର୍, କହିଛନ୍ତି ଆପଣଙ୍କର କଥା ବହୁତ ମନେ ପଡୁଛି ।

Spread the love

ବଲିଉଡରେ ବିଗତ 2 ରୁ 3 ବର୍ଷ ମଧ୍ୟରେ ଅନେକ ତାରକାଙ୍କ ନିଧନ ହୋଇଯାଇଛି । ଏହି ତାରକା ମାନଙ୍କ ସ୍ଵାଭାବିକ ମୃତ୍ୟୁ ହୋଇନାହିଁ କି ଏହି ତାରକାମାନେ ଦୀର୍ଘ ସମୟରୁ ରୋଗରେ ପଡି ମୃତ୍ୟୁ ବରଣ କରି ନାହାନ୍ତି । ସେମାନଙ୍କର ହଠାତ୍ ମୃତ୍ୟୁ ହୋଇଯାଇଛି । ଏହିପରି ଅନ୍ୟ ଜଣେ ତାରକା ହେଉଛନ୍ତି ରିମା ଲାଗୁ, ଏହି ଅଭିନେତ୍ରୀ ଜଣକ ଅନେକ ଚଳଚିତ୍ରରେ ମାଆଙ୍କ ଭୂମିକା କରିଥିବାର ଦେଖିଥିବେ କିନ୍ତୁ ଏହି ଅଭିନେତ୍ରୀଙ୍କ ହଠାତ୍ ମୃତ୍ୟୁ ହୋଇ ଯାଇଥିଲା । ରିମା ଲାଗୁ ଅନେକ ଚଳଚିତ୍ରରେ ମାଆ କିମ୍ବା ଭାଉଜ ଚରିତ୍ରରେ ଅଭିନୟ କରିଥିବାର ଦେଖିଥିବେ । ରିମାଙ୍କ ମୃତ୍ୟୁ ବାର୍ଷିକାରେ ନିଜ ରିଲ୍ ଜୀବନର ପତ୍ନୀଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରି ହୃଦୟସ୍ପର୍ଶୀ କଥା କହିଛନ୍ତି ।

ନିଜ ରିଲ୍ ଜୀବନର ପତ୍ନୀଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି ଅନୁପମ୍ ଖେର୍ :

ଅନୁପମ୍ ଖେର୍ ନିଜ ଟୁଇଟରରେ ଅଭିନେତ୍ରୀ ରିମା ଲାଗୁଙ୍କ ଦ୍ଵିତୀୟ ବାର୍ଷିକାରେ ମନେ ପକାଇଛନ୍ତି । ରିମାଙ୍କୁ ମନେ ପକାଇ ନିଜ ଟୁଇଟରରେ ଲେଖିଛନ୍ତି, “ମୁଁ ରିମା ଲାଗୁଙ୍କୁ ବହୁତ ମିସ୍ କରୁଛି ।” ଅନୁପମ୍, ରିମାଙ୍କ ଏକ ମରାଠି ଚଳଚିତ୍ର ସିଂହାସନର ଫୋଟୋ ମଧ୍ୟ ଶେୟାର କରିଛନ୍ତି ।

ଅନୁପମ୍ ଖେର୍ ରିମା ଲାଗୁଙ୍କ ସହ “କୁଛ କୁଛ ହୋତା ହେ”, “ଜୁଡୱା”, “ଗୁମରାହ”, “ଦିୱାନା ମସ୍ତନା”, “ବଂଶ”, “ଝୁଟ୍ ବୋଲେ କୋୟା କାଟେ”, “ହମ ଆପକେ ହେ କୋନ”, “ଶ୍ରୀମାନ ଆଶିକ”, “ପ୍ରେମଗ୍ରନ୍ଥ” ପରି ଚଳଚିତ୍ର ଗୁଡିକରେ କାର୍ଯ୍ୟ କରିଛନ୍ତି । ଏ ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଅନୁପମଙ୍କ ଅନୁସାରେ ରିମା ଜଣେ ଭଲ ଅଭିନେତ୍ରୀ ଅଟନ୍ତି ।

ଏହି ପ୍ରକାରରେ ରିମା ଲାଗୁ ଦୁନିଆକୁ ଅଲବିଦା କରିଛନ୍ତି :

୫୯ ବର୍ଷ ବୟସରେ ରିମା ଲାଗୁଙ୍କ ମୃତ୍ୟୁ ହୃଦଘାତରେ ହୋଇଯାଇଥିଲା । ୧୭ ମଇ ୨୦୧୭ରେ ରାତ୍ର ପ୍ରାୟ ୧.୦୦ ଘଣ୍ଟା ସମୟରେ ମୁମ୍ବାଇର କୋକିଳବେନ ଡାକ୍ତରଖାନାରେ ଏଡମିଟ୍ କରଯାଇଥିଲା । ଚିକିସ୍ଥା ହେବା ପରେ ସେ ଶୋଇ ଯାଇଥିଲେ ନିଦରେ । ହିଁ, ପୁନଶ୍ଚ ତାଙ୍କର ହଠାତ୍ ଅନ୍ୟ ଗୋଟିଏ ଆଟାକ୍ ଆସିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶେଷ ସମୟରେ ସେ ଷ୍ଟାର ପ୍ଲସର ଧାରାବାହିକ ନାମକରଣରେ ଦମୟନ୍ତୀ ମେହେତାଙ୍କ ଭୂମିକାରେ ଅଭିନୟ କରୁଥିଲେ । ରିମା ଲାଗୁ ବଲିଉଡର ପ୍ରସିଦ୍ଧ ମାଆ ଥିଲେ । ଏହିପରି କୁହାଯାଇପାରେ ନିରୁପା ରାଏ ଏବଂ ରାଖୀ ଗୁଲଜାରଙ୍କ ପରେ “ରିମା ଲାଗୁ” ଜଣେ ଏହିପରି କଳାକାର ଥିଲେ ଯିଏ ମାଆଙ୍କ ଚରିତ୍ରରେ ଭଲ ଅଭିନୟ କରିପାରିଥିଲେ । ରିମା ପ୍ରସିଦ୍ଧ ଅଭିନେତା ବିବେକ ଲାଗୁଙ୍କ ସହ ବିବାହ କରିଥିଲେ କିନ୍ତୁ ସେମାନେ ପରେ ବିଛିନ୍ନ ହୋଇଯାଇଥିଲେ । ତାଙ୍କର ଝିଅ ମୃଣୟୀ ମରାଠୀ ଚଳଚିତ୍ର ସହ ହିନ୍ଦୀ ଚଳଚିତ୍ରରେ ମଧ୍ୟ ସକ୍ରିୟ ଅଛନ୍ତି । ରିମା ପ୍ରାୟତଃ ସଲମାନ ଖାନଙ୍କ ମାଆଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏହାସହ ସରୁଖ ଖାନ, ଆମିର ଖାନ ଏବଂ ସଞ୍ଜୟ ଦତ୍ତଙ୍କ ମାଆଙ୍କ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।