ସହିଦ ଯବାନଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର

Spread the love

ଓଡ଼ିଆ ସହିଦ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦୁଇ ପରିବାରକୁ ଜଣାଇଲେ ସମବେଦନା ଓ ସହାୟତା ରାଶି ଘୋଷଣା କଲେ ସରକାର

୨ ଓଡ଼ିଆ ସହିଦ ପରିବାରଙ୍କ ସହ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ସହୀଦ ପରିବାରକୁ ସମବେଦନା ଜଣାଇଛନ୍ତି । ପୁଲୱାମା ଆକ୍ରମଣରେ ଦୁଇଜଣ ଓଡ଼ିଆ ବୀର ସହିଦ ହୋଇଛନ୍ତି । ସେମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଲାର ରତନପୁର ଗାଁର ମନୋଜ ବେହେରା । ଆତଙ୍କବାଦୀ ହାମଲାରେ ଏହି ଦୁଇ ଓଡ଼ିଆ ବୀର ସହିଦ ହୋଇଛନ୍ତି । ଏହାସହ ସହିଦଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ସହିଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରି ଥିଲେ କିନ୍ତୁ ପରବର୍ତ୍ତ ସମୟରେ ଅନୁକମ୍ପା ମୂଳକ ସହାୟତା ରାଶି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ଅନ୍ୟପକ୍ଷରେ ଦୁଇ ସହିଦ୍‌ଙ୍କ ପିଲାମାନଙ୍କ ପାଠ ପଢ଼ା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ଏବଂ ସହିଦଙ୍କ ମା ଓ ପତ୍ନୀଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୟୁପିର ୧୨ ଯବାନ ସହିଦ, ସହାୟତା ରାଶି ଘୋଷଣା କଲେ ଯୋଗୀ ସରକାର

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ପ୍ରାଣ ହରାଇଛନ୍ତି । ତେବେ ତାଙ୍କ ମଧ୍ୟରୁ ୟୁପିର ୧୨ ଜଣ ଯବାନ ସହିଦ ହୋଇଥିବା କଥା ଜଣାପଡୁଛି । ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଯୋଗୀ ସରକାର । ୧୨ ଜଣ ଯବାନଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ଯୋଗୀ ସରକାର । ସମସ୍ତ ସହିଦ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଟଙ୍କା ସହ ପରିବାରର ଜଣଙ୍କୁ ଚାକିରି ମଧ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି ଯୋଗୀ ସରକାର