ଧାରା-୩୭୦, ଅନୁଚ୍ଛେଦ ୩୫-A, ସପକ୍ଷରେ ଏକଜୁଟ ହେଲେ ଜମ୍ମୁ କାଶ୍ମୀରର ଲୋକମାନେ………

Spread the love

ଜମ୍ମୁ କାଶ୍ମୀରର ଗୁଲାମ ନବି ଆଜାଦ କଂଗ୍ରେସର ବରିଷ୍ଟ ନେତା ଗୁଲାମ ନବି ଆଜାଦ କହିଲେ, ଅନୁଚ୍ଛେଦ ୩୫-ଏ ସମର୍ଥନ କରି ଏହାକୁ “କୌଣସି କ୍ଷେତ୍ରର” ବା ହିନ୍ଦୁ ବନାମ ମୁସଲମାନମାନଙ୍କ ମଧ୍ୟରେ ବିବାଦ ନ କରିବା ପାଇଁ ଏପିଲ୍ କରିଲେ । ଆଜାଦ ଏଠାର ସମ୍ବାଦତଙ୍କୁ କହିଲେ “ଜମ୍ମୁର ଲଦାଖ ଓ କାଶ୍ମୀର ଲୋକ ସମ୍ବିଧାନିକ ବ୍ୟବସ୍ଥା ଜାରି ରଖିବା ପକ୍ଷରେ ସମସ୍ତେ ଏକଜୁଟ ଅଛନ୍ତି… । କୌଣସି କ୍ଷେତ୍ରରେ ମଧ୍ୟ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସ୍ତୃଷ୍ଟି କରନ୍ତୁ ନାହିଁ । ଏହା ତିନୋଟି କ୍ଷେତ୍ର ଗୋଟିଏ ହିଁ ଅଟେ ।

ଅନୁଚ୍ଛେଦ ୩୫-ଏ ରଦ୍ଦ କରିବାର ପ୍ରୟାସ ଉପରେ ପ୍ରକାଶ ହେଉଥିବା ଚିନ୍ତା ବିଷୟରେ ପଚାରିବାରୁ ପୂର୍ବ ମୁଖ୍ୟମନ୍ତ୍ରୀ କହିଲେ, “ଲୋକମାନେ ଏହି ବିଷୟରେ ଅବଗତ ଅଛନ୍ତି କି, କାଶ୍ମୀରରେ ଯେଉଁ ସ୍ଥିତି ଅଛି ସେଥିରେ ବାହାରରୁ କୌଣସି ମଧ୍ୟ ବ୍ୟକ୍ତି ଆସି ଘାଟିରେ ବାସ କରିବା ନିମନ୍ତେ ଯାଉନାହାଁନ୍ତି” । ଏହି ବ୍ୟବସ୍ଥା ୧୯୫୪ରେ ଗୋଟିଏ ରାଷ୍ଟ୍ରୀୟ ଆଦେଶ ଜରିଆରେ ସମ୍ବିଧାନରେ ସାମିଲ କରାଯାଇଥିଲା । ଏହା ରାଜ୍ୟର ବାହାର ଲୋକଙ୍କୁ କୌଣସି ସ୍ଥିର ସମ୍ପତ୍ତି କିଣିବା ଠାରୁ ପ୍ରତିବନ୍ଧିତ କରିଥାଏ । ଏହି ଅନୁଚ୍ଛେଦର ସାମ୍ବିଧାନିକ ମାନ୍ୟତାକୁ ଟକ୍କର୍ ଦେବା ବାଲା ଆଜ୍ଞାଦେଶ ଗୁଡ଼ିକୁ ଉଚ୍ଚତମ ନ୍ୟାୟାଳୟରେ ଶୀଘ୍ର ହିଁ ବିଚାରଣ ହେବାର କାର୍ଯ୍ୟକ୍ରମ ଅଛି ।

କଂଗ୍ରେସ ମହାସଚିବ କହିଲେ କି, ଏହି ଅନୁଚ୍ଛେଦକୁ ରଦ୍ଦ କରିଲେ ଜମ୍ମୁ ଓ ଲଦାଖର ଲୋକଙ୍କୁ ଅଧିକ କ୍ଷତି ହେବ । କାରଣ ଲୋକମାନେ ଏହି ଦୁଇ ଶାନ୍ତିପୂର୍ଣ୍ଣ କ୍ଷେତ୍ରରେ ଜାଗା କିଣିବାକୁ ପ୍ରସ୍ତୁତରେ ଅଛନ୍ତି । ଜମାତ-ଏ-ଇସ୍ଲାମି ସଙ୍ଗଠନ ଉପରେ ପ୍ରତିବନ୍ଧ ଲଗେଇବାର କେନ୍ଦ୍ରର ନିର୍ଣ୍ଣୟକୁ ନେଇ ଆଜାଦ କହିଲେ କି, ଯଦି କୌଣସି ସଂଗଠନ ଅଶାନ୍ତି ବ୍ୟାପିବାରେ ସାହାଯ୍ୟ କରିଥାଏ, ତେବେ ତାହା ବିରୋଧରେ ଶକ୍ତ ପଦକ୍ଷେପ ନେବା ଉଚିତ । ସେ ଯେକୌଣସି ଧର୍ମ ସମ୍ବନ୍ଧରେ ମଧ୍ୟ ହେଇଥାଉ । ଆଜାଦ ଗୋଟିଏ କାର୍ଯ୍ୟକ୍ରମରେ କହିଲେ, ସେମାନଙ୍କ ପାର୍ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟକୁ ନେଇ ନିର୍ବାଚନ ଆୟୋଜନର ନିର୍ଣ୍ଣୟକୁ ପାଳନ କରିବେ ।

କଂଗ୍ରେସର ନେତା ନବଜୋତ ସିଂହ ସିଦ୍ଧୁଙ୍କ ଅଳ୍ପ ଦିନ ତଳେ ଦେଇଥିବା ଟିପ୍ପଣୀ ଗୁଡ଼ିକର, ଖାସ୍ କରି ପାକିସ୍ତାନ ଉପରେ ତାଙ୍କର ବୟାନ ବିଷୟରେ ପଚାରିବାରୁ ଆଜାଦ ଥଟ୍ଟା କରି କହିଲେ କି, ସେ ଗୋଟିଏ ଖେଳାଳି ଅଟନ୍ତି ଓ ବେଳେବେଳେ ବଲ୍ ରୁ ୬ ରନ୍ ସଂଗ୍ରହ ପାଇଁ ସୀମା ରେଖା ବାହାରକୁ ପହଞ୍ଚାଇ ଦିଅନ୍ତି ।