ରାନୀ ପଣ୍ଡାଙ୍କୁ ଅନୁଭବ ଦେଲେ କଡା ଜବାବ

rani p.

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁପରଷ୍ଟାର ଅନୁଭବ ମହାନ୍ତି କୁ ବିବାହ କରିବେ ବୋଲି ମନେ ମନେ ସ୍ଥିର କରିସାରିଲେଣି ରାଣୀ ପଣ୍ଡା । ବହୁ ଚର୍ଚ୍ଚା ରେ ରହୁଥିବା ରାଣୀ ପଣ୍ଡା ନିଜେ ଏକ ଭିଡିଓ କୁ ନେଇ ଚର୍ଚ୍ଚା ରେ ଆସିଛନ୍ତି । ପ୍ରସିଦ୍ଧ ଅନୁଭବ ମହାନ୍ତିଙ୍କୁ ବିବାହ ପ୍ରସ୍ତାବ ଦେଉଛନ୍ତି ରାଣୀ ପଣ୍ଡା । ନିଜର ଏକ ଭିଡିଓ ପ୍ରସ୍ତୁତ କରି ବିବାହ କରିବାକୁ ଅନୁରୋଧ ମଧ୍ୟ କରୁଛନ୍ତି ।

ତେବେ ଡିସେମ୍ବର ୨୪ ତାରିଖ ଦିନ ଅଭିନେତା ଅନୁଭବ ମହାନ୍ତିଙ୍କ ର ଜନ୍ମଦିନ ଥିଲା । ଆଉ ଏହି ସମୟରେ ଅନୁଭବ ଏକ ଭିଡିଓ ତିଆରି କରିଥିଲେ । ଆଉ ସିଏ କହିଥିଲେ କି ଆଜି ମୋର ଜନ୍ମଦିନ ପାଇଁ ଶୁଭେଚ୍ଛା ଦେଉଛି । ଆଜି ମୋ ଫ୍ୟାନ୍ସ ମାନଙ୍କୁ ଅନେକ ଅନେକ ଧନ୍ୟବାଦ । କିଛି ଅସୁବିଧା ପାଇଁ ଏ ବର୍ଷ ମୁଁ ଜନ୍ମଦିନ ପାଳନ କରି ପାରିଲିନି । ଯଦି ଆପଣମାନେ ମୋ ଜନ୍ମଦିନ ପାଳନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଆଖପାଖରେ ଥିବା ଗରିବ ଲୋକଙ୍କ ସହ ପାଳନ କରନ୍ତୁ ।

rani pa

ଯେତେବେଳେ ମୋତେ ଛାଡପତ୍ର ମିଳିବ ସେଇଦିନ ମୁଁ ନୂଆ ଜନ୍ମ ପାଇଁବି । ଆଉ ସେଇଦିନ ମୁଁ ଆପଣ ମାନଙ୍କ ସହ ଧୁମଧାମରେ ଜନ୍ମଦିନ ପାଳନ କରିବି । ଏହି ଭିଡିଓ ଭାଇରାଲ ହେବା ସହିତ ରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା ଆସିଥିଲା ।

ରାଣୀ ପଣ୍ଡା ଏକ ସିଧାସଳଖ ଅନୁଭବଙ୍କୁ କହିଛନ୍ତି ଯେ ଛାଡପତ୍ର ପରେ ମୋତେ ବିବାହ କର । ମୁଁ ଭଲରେ ତମ ଜନ୍ମଦିନ ପାଳନ କରିବି । ଯଦି ଅନୁଭବ ମହାନ୍ତି ରାଜି ହୁଅନ୍ତି ବିବାହ ପାଇଁ ତେବେ ମୁଁ କଟକ ବାଲିଯାତ୍ରା ବୁକ୍ କରିବି । କଟକ ବାଲିଯାତ୍ରା ପଡିଆରେ ମୁଁ ଅନୁଭବ ମହାନ୍ତିଙ୍କ ସହ ବିବାହ କରିବି । ଆଉ ବହୁତ ଧାମଧାମରେ ମଧ୍ୟ ଆମ ବାହାଘର ହେବ । ଆଉ ସାରା ଓଡିଶା ଦେଖିବ । ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *