ସୌରଭ ଗାଙ୍ଗୁଲିଙ୍କ ଝିଅ କହିଛନ୍ତି ଏହିପରି କିଛି କଥା,ଆଜି କାଲି ପରିବାରରେ ମୋ ସ୍ଥାନ ଅନ୍ୟ ଜଣେ ନେଇଯାଇଛି ।

Spread the love

ଭାରତୀୟ କ୍ରିକେଟର ଦାଦା କୁହାଯାଉଥିବା ଖେଳାଳି ହେଲେ ସୌରଭ ଗାଙ୍ଗୁଲି ସେ ବର୍ତ୍ତମାନ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ଏହି ଲକଡାଉନ ସମୟରେ ସେ ଓ ତାଙ୍କ ପରିବାର କୋଲକାତାରେ ରହୁଛନ୍ତି । ଏହି କଥା ସମସ୍ତେ ଜାଣିଛନ୍ତି ଯେ ସୌରଭ ଗାଙ୍ଗୁଲି ନିଜ ଝିଅ ସନା ଗାଙ୍ଗୁଲିଙ୍କୁ ବହୁତ ଭଲପାଆନ୍ତି । ଦୁଇଜଣଙ୍କ ଫୋଟୋ ସର୍ବଦା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ନିକଟରେ ସନା ଗାଙ୍ଗୁଲି ସୋସିଆଲ ମିଡିଆରେ ନିଜ ପରିବାର ସହ ଏକ ଫୋଟୋ ସେୟାର କରିଛନ୍ତି ।

ସନା ଏକ ଫୋଟୋ ସେୟାର କରିଛନ୍ତି ଓ ଏହି ଫୋଟୋରେ ତାଙ୍କର ବାପା ଓ ମା ଙ୍କ ସହ ଏକ ଡଗି ରହିଥିଲା, ଯାହା ସହ ଗାଙ୍ଗୁଲି ଓ ତାଙ୍କ ପତ୍ନୀ ଡୋନା ବହୁତ ମସ୍ତି କରୁଛନ୍ତି । ଏହି ଫୋଟୋଟିକୁ ସେୟାର କରି ସନା କ୍ୟାପ୍ସନରେ ଲେଖିଛନ୍ତି ଯେ ବର୍ତ୍ତମାନ ଆମ ଘରେ ମୋ ସ୍ଥାନ ଏହି ଡଗି ନେଇଯାଇଛି ।

ଝିଅ ସହ ସମୟ କଟାଇ ବହୁତ ଖୁସି ଲାଗୁଛି ।

Google

ଗାଙ୍ଗୁଲିଙ୍କ ଝିଅ ସନା ବିଦେଶରେ ପାଠ ପଢନ୍ତି ଓ ସେ ତାଙ୍କ ପରିବାର ଠାରୁ ବହୁତ ଦୂରରେ ମଧ୍ୟ ରୁହନ୍ତି । ବର୍ତମାନ ବିଶ୍ଵବ୍ୟାପୀ କରୋନା ପାଇଁ ସେ ପରିବାର ସହ ଅଛନ୍ତି । ଗାଙ୍ଗୁଲି ନିକଟରେ ଏକ ସାକ୍ଷାତକାରରେ କହିଥିଲେ, ବର୍ତ୍ତମାନ ସମୟରେ ସେ ନିଜ ଝିଅ ସହ ସମୟ ଅତିବାହିତ କରି ବହୁତ ଖୁସିରେ ଅଛନ୍ତି । ଗାଙ୍ଗୁଲି କହିଛନ୍ତି ଘରେ ସନା ଯେତେବେଳେ ଖାଇବା ପ୍ରସ୍ତୁତ କରୁଥାନ୍ତି ସେ ସେହି ସମୟରେ ରୋଷେଇ ଘରେ ମୁଁ ସନା ସହ ଉପସ୍ଥିତ ରୁହେ । ଗାଙ୍ଗୁଲି କହିଛନ୍ତି, ଏହି ସମୟରେ ଦୁହେଁ ଏକତ୍ର ଫିଲ୍ମ ଦେଖନ୍ତି । ବର୍ତମାନ ଗାଙ୍ଗୁଲୀଙ୍କ ଝିଅର ବୟସ ୧୮ ବର୍ଷ ହୋଇଯାଇଛି ସେଥିପାଇଁ ଏହିସମୟ ତାକୁ ବୁଝିବା ଓ ବୁଝାଇବାର ସମୟ ଅଟେ ।

ସନା ମୋର ସୋସିଆଲ ମିଡ଼ିଆ ଗୁରୁ- ଗାଙ୍ଗୁଲି ।

Google

ଗାଙ୍ଗୁଲି କହିଛନ୍ତି ଏହିସମୟରେ ତାଙ୍କ ଝିଅ ସନା ସୋସିଆଲ ମିଡ଼ିଆ ବିଷୟରେ ତାଙ୍କୁ ଟ୍ରେନିଂ ଦେଉଛନ୍ତି । ସୋସିଆଲ ମିଡ଼ିଆ କିଭଳି ଭାବରେ ଚଳାଇବାକୁ ହେବ ଏହିସବୁ ଜ୍ଞାନ ସନା, ଗାଙ୍ଗୁଳିଙ୍କୁ ଶିଖାଉଛନ୍ତି । ସେ ତାଙ୍କ ଫୋଟୋ ଏଡିଟ ସହ ଲୋକ ମାନଙ୍କୁ କିପରି ଭାବରେ ଟ୍ୟାଗ କରାଯାଏ ସେ ସମ୍ପର୍କରେ ଶିଖାଉଛନ୍ତି । ଏଥିସହ ଗାଙ୍ଗୁଲି ନିଜ ଝିଅକୁ ଗୁରୁ ଆଖ୍ୟା ଦେଇଛନ୍ତି ଓ କହିଛନ୍ତି ମୋବାଇଲ ଜନିତ ଯେକୌଣସି ସମସ୍ୟା ଦେଖାଦେଲେ ସେ ସନାଙ୍କ ପାଖକୁ ଯାଆନ୍ତି ।

Google

ଗାଙ୍ଗୁଲି ତାଙ୍କ କ୍ରିକେଟ କ୍ୟାରିଅର ଭିତରେ ବଡ଼ ବଡ଼ ବୋଲରଙ୍କ ସମ୍ନା କରିଥିଲେ ଓ ସେଥିରେ ସେ ସଫଳ ମଧ୍ୟ ହୋଇଥିଲେ । ବର୍ତ୍ତମାନ ଗାଙ୍ଗୁଲୀ ଭାରତୀୟ କ୍ରିକେଟ ବୋର୍ଡ ଅଥଵା BCCIର ଅଧକ୍ଷ ଅଛନ୍ତି । ଗାଙ୍ଗୁଲି କହିଛନ୍ତି ଖେଳ ସମୟ ସମୟ ଓ ଏହି କରୋନା ସମୟ ପ୍ରାୟତଃ ଏକାପରି । ଗାଙ୍ଗୁଲି କହିଛନ୍ତି ଏହି ସମୟ ଦୁନିଆ ପାଇଁ ଏକ ଜଟିଳ ସମୟ ଏହା ସତ୍ତ୍ୱେ ଆମେ ଏହା ଉପରେ ବିଜୟ ହାସଲ କରିପାରିବା ।