ପୁଣି ଆସୁଛି ଆଉ ଏକ ଲଘୁଚାପ,ଆସନ୍ତା ୬ ରୁ ପୁଣି ଆସୁଛି ଆଉ ଏକ ଲଘୁଚାପ। ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା…

Heavy rains

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଥରେ ଆସିବା ପାଇଁ ଯାଉଛି ଲଘୁଚାପ ଆସନ୍ତା 6 ତାରିଖ ରୁ ପୁଣି ଥରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପାଇଁ ଯାଉଛି । ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ବିସ୍ତାର ରୂପେ ପଢନ୍ତୁ । ତେବେ ଆସନ୍ତା 6 ତାରିଖ ରେ ପୁଣି ଆସିବା ପାଇଁ ଯାଉଛି ଆଉ ଏକ ଲଘୁଚାପ ତେବେ କଣ ଏହା ବାତ୍ୟା ର ରୂପ ନେବ କି ନାହିଁ । ସେପଟେ ଓଡିଶା ପିଛା ଛାଡୁନାହିଁ କାଳବୈଶାଖୀ 13 ଟି ଜିଲ୍ଲା କୁ ସତର୍କ ସୂଚନା ଜାରି କରାଜାଇ ଥିବା ବେଳେ ଅଗଷ୍ଟ 4 ତାରିଖ ଯାଏ ରାଜ୍ୟରେ ପାଗ ସୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି ।

ସେପଟେ 6 ରୁ ବଢିବ ବର୍ଷା ର ପରିମାଣ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ତେବେ ପ୍ରବଳ ବର୍ଷା ପବନ ନେଇ ସତର୍କ ସୂଚନା ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଅଗଷ୍ଟ 6 ତାରିଖ ରେ ପୁଣି ଥରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଥିବା ଏକ ଲଘୁଚାପ ପ୍ରଭାବ ରେ 6 ରୁ 12 ତାରିଖ ଯାଏ ବର୍ଷା ଲାଗି ରହିବ । ଆସନ୍ତା 5 ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରୀ ରହିବ ମଝିରେ ମଝିରେ ଅପରାହ୍ନରେ ପରିଚାଳନା ଜନିତ ବର୍ଷା ହୋଇପାରେ ।

rain

ତେବେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଜୁଲାଇ 1 ରୁ 29 ତାରିଖ ସୁଧା ରାଜ୍ୟରେ 368.3 ମିଲିମିଟର ବର୍ଷା ହୋଇଛି । ସାଧାରଣତଃ ବର୍ଷା ହେବା ଏହି ସମୟ ମଧ୍ୟରେ 344.6 ମିଲିମିଟର ବର୍ଷା ହୋଇଥାଏ । ଅର୍ଥାତ୍ ବର୍ତ୍ତମାନ ସୁଧା ରାଜ୍ୟରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ତେବେ ପ୍ରକାଶ ଥାଉ କି ଜୁନରେ ରାଜ୍ୟରେ ବର୍ଷା 39.7 ପ୍ରତିଶତ କମ୍ ରହିଥିଲା ବର୍ତ୍ତମାନ ସୁଧା ମାଲକାନଗିରିରେ ସର୍ବାଧିକ 536 ମିଲିମିଟର ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ 291 କିଲୋମିଟର ବର୍ଷା ହୋଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦୁଇଦିନ ହେଲା ରାଜ୍ୟରେ ପାଗ ମୁଖ୍ୟତଃ ଖରାଟିଆ ରହିଛି ରାଜ୍ୟରେ କାଁ ଭାଁ କିଛି ସ୍ଥାନରେ ବଜ୍ରପାତ ବର୍ଷା ହୋଇଛି ମୌସୁମୀ ବିରତି ଜାରୀ ରଖିଥିବାରୁ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହୁଛି |ତେବେ ଅଗଷ୍ଟ 5 ତାରିଖ ଯାଏ ଏହିଭଳି ଶୁଖିଲା ପାଗ ଜାରୀ ରହିବ 5 ତାରିଖ ରାତିରେ ପୁଣି ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଭାଗ କହିଛି ସେପଟେ ମୌସୁମୀ ନିମ୍ନଚାପରେଖାର ମୁତରଣ ଗତି ସହ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇ ଯାଇଛି ।

rain 1

ଫଳରେ ରାଜ୍ୟରେ ବର୍ଷାର ପରିମାଣ କମିଛି ଓ ଗତ 24 ଘଣ୍ଟାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ଵାଭାବିକ ଠାରୁ 2 ରୁ 3 ଡିଗ୍ରୀ ଯାଏ ଅଧିକ ରେକର୍ଡ କରାଯାଇଛି । ତଥା ଏହା ସହିତ କିଛି କିଛି ସ୍ଥାନରେ ବଜ୍ରପାତ ର ସମ୍ଭାବନା ରହିଛି ତେବେ ବିଭିନ୍ନ ମୋଡେଲ ରୁ ଜଣା ପଡୁଛି ଯେ ଅଗଷ୍ଟ 6 ରେ ବଙ୍ଗୋପ ସାଗର ରେ ଏକ ବଡ ଧରଣ ର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ ଯାଉଥିବା ବେଳେ ଏହାର ପ୍ରଭାବ ରେ ରାଜ୍ୟ ରେ 6 ରୁ 12 ତାରିଖ ମଧ୍ୟରେ ରାଜ୍ୟରେ ଅଧିକାଶଂ ଜିଲ୍ଲା ମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପଶୁପାଳକ କହିଛନ୍ତି ।

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ହିଁ ଏହି ନେଇ ସ୍ପଷ୍ଟ ଚିତ୍ର ଜଣା ପଡିବ । ପାଣିପାଗ ବିଭାଗ କହିଛନ୍ତି ଆନ୍ଧ୍ର ଏବଂ ତାମିଲନାଡୁ 4 ରୁ 5 ତାରିଖ ଯାଏ ବେଶୀ ବର୍ଷା ହେବ ନାହିଁ । ତେବେ କିଛି କିଛି ସ୍ଥାନ ରେ ସ୍ୱଳ୍ପ ବର୍ଷା ସହିତ 6 ଏବଂ 7 ରେ ଗୋଟେ ଛୋଟ ଲଘୁଚାପ ହୋଇପାରେ ବୋଲି ସୂଚନା ପ୍ରଦାନ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *