Indian Team for World Cup 2019 : ଭାରତୀୟ କ୍ରିକେଟ ଦଳ ଘୋଷଣା !

Spread the love

ଆଇସିସି ବିଶ୍ଵ କପ କ୍ରିକେଟ ୨୦୧୯ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା ଆଜି ଅପରାହ୍ନ ୩ ଘଣ୍ଟାରେ ହୋଇଛି । କ୍ରିକେଟ ମହାକୁମ୍ଭ ପାଇଁ ଭାରତୀୟ ଖେଳାଳିଙ୍କୁ ଚୟନ କରିବା ପାଇଁ ଆଜି ବିସିସିଆର ଅଧିକାରୀ ଓ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତାମାନେ ମଧ୍ୟାହ୍ନ ୧୨ ଘଣ୍ଟାରେ ଚୟନ ପ୍ରକ୍ରିୟା ଆରମ୍ବ କରିଥିଲେ । ଭାରତୀୟ ଦଳ ଚୟନ ସମୟରେ କ୍ୟାପଟେନ ବିରାଟ କୋହଳି ଓ କୋଚ ରବି ଶାସ୍ତ୍ରୀ ଉପସ୍ଥିତ ଥିଲେ ।

ମେ’ ୩୦ ତାରିଖ ରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ଵକପ ପାଇଁ ବିସିସିଆଇ ୧୫ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି । ବିଶ୍ୱକପ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ସେହିଭଳି ରୋହିତଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।

ଏହାଛଡା ବିସିସିଆଇ ମହେନ୍ଦ୍ର ସିଂହ ଧୋନି, ଶିଖର ଧୱନ, କେ. ଏଲ୍. ରାହୁଲ, ବିଜୟ ଶଙ୍କର, କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମିଙ୍କୁ ବିଶ୍ୱକପ ଲଢେଇ ପାଇଁ ମୈଦାନକୁ ଓହ୍ଲାଇଛି । ତେବେ ରିଷଭ ପନ୍ତଙ୍କୁ ବିଶ୍ୱକପ ଦଳରୁ ବାଦ ଦିଆଯାଇଛି । ସେହିଭଳି ଅଶ୍ୱିନୀଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇ ନାହିଁ ।