ଏହି ଦିନ ହେବ ବିଶ୍ଵକପ୍ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା !

Spread the love

ଆଜିକାଲି ବିଶ୍ୱକପ ପାଇଁ ସବୁଆଡେ ଚର୍ଚ୍ଚା ଚାଲିଛି । ଏହା ମଧ୍ୟରେ ବିଶ୍ୱକପ କ୍ରିକେଟ ପାଇଁ ଦଳର ଘୋଷଣା ହୋଇଛି । ଜଣାନ୍ତୁ କାହାକୁ ସୁଯୋଗ ମିଳିଛି ।

ବିଶ୍ୱକପ ପାଇଁ ଦଳ ଘୋଷଣାର ଶେଷ ତାରିଖ ହେଉଛି ୨୩ ଏପ୍ରିଲ୍ । କିନ୍ତୁ ବିସିସିଆଇ ୮ ଦିନ ପୂର୍ବରୁ ହିଁ ଦଳ ଘୋଷଣା କରିବାର ଯୋଜନା କରିଛି ।

ଭାରତୀୟ କ୍ରିକେଟ ଦଳର ୧୫ ଜଣିଆ ସଦସ୍ୟ ଦଳ ଏପ୍ରିଲ୍ ୧୫ ତାରିଖ ଦିନ ମୁମ୍ବାଇରେ ଘୋଷଣା କରାଯିବ । ପ୍ରଶାସକ ଓ ପଦାଧିକାରୀ ସୋମବାର ଦିନ ଏକ ବୈଠକ ବସାଇ ଏହି ନିଷ୍ପତି ନେଇଛନ୍ତି । ବିଶ୍ୱକପ ଦଳ ଘୋଷଣାର ଶେଷ ତାରିଖ ୨୩ ଏପ୍ରିଲ୍ ଅଟେ କିନ୍ତୁ ବିସିସିଆଇ ୮ ଦିନ ପୂର୍ବରୁ ହିଁ ଦଳ ଘୋଷଣାର ନିଷ୍ପତି ନେଇଛି । ବିଶ୍ୱକପ ୩୦ ମଇରୁ ଇଂଲଣ୍ଡରେ ଖେଳାଯିବ ।

ଭାରତୀୟ ଦଳରେ ଅଧିନାୟକ ବିରାଟ କୋହଳିଙ୍କ ସମେତ ଅନେକ ଖେଳାଳି ଅଛନ୍ତି, ଯେଉଁମାନଙ୍କ ଖେଳିବା ନିଶ୍ଚିନ୍ତ ଅଟେ । କିଛି ଖେଳାଳି ଏପରି ଅଛନ୍ତି; ଯେଉଁମାନେ ନିଜ ଭାଗ୍ୟ ପରୀକ୍ଷା ପାଇଁ ଚାହିଁ ବସିଛନ୍ତି । ଦଳରେ ୪ ନମ୍ବର ସ୍ଥାନକୁ ନେଇ ବହୁତ ଚିନ୍ତା ରହିଛି କିନ୍ତୁ ଚୟନକର୍ତ୍ତା ରୁଷଭ ପନ୍ତ ଓ ଅମ୍ବାଟି ରାଇଡୁଙ୍କ ଉପରେ ଭରସା ରଖିଛନ୍ତି ।

ବିଜୟ ଶଙ୍କର ମଧ୍ୟ କିଛି ମାସ ହେବ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି । ହୋଇଥାଇ ପାରେ ବିଜୟଙ୍କୁ ଅଲ୍-ରାଉଣ୍ଡର୍ ହିସାବରେ ଦଳରେ ସାମିଲ କରାଯାଇ ପାରେ ।ଦଳରେ ଚତୁର୍ଥ ବୋଲର୍ ର ଆବଶ୍ୟକତା ରହିଛି । ଆଇପିଏଲ୍ ରେ ବାଂଲୋର ପାଇଁ ଭଲ ପ୍ରଦର୍ଶନ କରୁଥିବା ନବଦୀପ୍ ସୋନି ମଧ୍ୟ ଚୟନକର୍ତ୍ତାଙ୍କ ନଜରରେ ଅଛନ୍ତି ।ଦଳ ଚୟନ ସମୟରେ କୋଚ ରବି ଶାସ୍ତ୍ରୀ ଓ ଅଧିନାୟକ କୋହଳିଙ୍କୁ ମଧ୍ୟ ପଚରା ଯିବ ।

ବିଶ୍ୱକପ 2019 ପାଇଁ ଭାରତୀୟ ଦଳର ଖେଳସୂଚୀ:

୧. ଭାରତ ବନାମ ଦକ୍ଷିଣ ଆଫ୍ରିକା ୫ ଜୁନ୍

୨. ଭାରତ ବନାମ ଅଷ୍ଟ୍ରେଲିଆ ୯ ଜୁନ୍

୩. ଭାରତ ବନାମ ନ୍ୟୁଜଲ୍ୟାଣ୍ଡ ୧୩ ଜୁନ୍

4. ଭାରତ ବନାମ ପାକିସ୍ଥାନ ୧୬ ଜୁନ୍

5. ଭାରତ ବନାମ ଆଫଗାନିସ୍ତାନ ୨୨ ଜୁନ୍

6. ଭାରତ ବନାମ ୱେଷ୍ଟ ଇଣ୍ଡିଜ ୨୭ ଜୁନ୍

7. ଭାରତ ବନାମ ଇଂଲଣ୍ଡ ୩୦ ଜୁନ୍

8.ଭାରତ ବନାମ ବାଂଲାଦେଶ ୨ ଜୁଲାଇ

9. ଭାରତ ବନାମ ଶ୍ରୀଲଙ୍କା ୬ ଜୁଲାଇ

ଏହି ସମୟରେ ବିସିସିଆଇକୁ ଅଷ୍ଟ୍ରେଲିଆ ତରଫରୁ ୨ କୋଟି ୯ ଲକ୍ଷ ଟଙ୍କା ମିଳିବ । ଜଣେ ଅଧିକାରୀ କହିଛନ୍ତି; ଆମକୁ ଅଷ୍ଟ୍ରେଲିଆ ତରଫରୁ ଗତ ଦ୍ୱିପାକ୍ଷିକ ଖେଳ ପାଇଁ ଟଙ୍କା ମିଳିବାର ଅଛି ସେଥିପାଇଁ କଥାବାର୍ତ୍ତା ଚାଲିଛି । ପୁଣି ଥରେ ୨୦ ଏପ୍ରିଲରେ ବୈଠକ ବସିବ ।