ବିଶ୍ୱକପ ପୂର୍ବରୁ ହିଁ ଅନିଲ କୁମ୍ବଲେ ଭବିଷ୍ୟବାଣୀ କରିଛନ୍ତି, କହିଛନ୍ତି ଏହି ଦଳ ସେମିଫାଇନାଲ ଖେଳିବ ।

Spread the love

ଭାରତର ପୂର୍ବ ଟେଷ୍ଟ କ୍ୟାପଟେନ ଅନିଲ କୁମ୍ବଲେ କହିଛନ୍ତି, ସେମିଫାଇନାଲ ଏହି ଦଳ ନିଶ୍ଚିନ୍ତ ଖେଳିବ ।

ଭାରତର ପୂର୍ବ ଟେଷ୍ଟ କ୍ୟାପଟେନ ଅନିଲ କୁମ୍ବଲେ ୩୦ ମଇରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଅନିଲ କୁମ୍ବଲେ ସେମିଫାଇନାଲର ଦଳକୁ ନେଇ ନିଜର ମତ ପୋଷଣ କରିଛନ୍ତି, ଯାହାଫଳରେ ଖେଳ ଜଗତରେ ଚାଂଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଯାଇଛି । ଅନିଲ କୁମ୍ବଲେ ଆଗାମୀ ବିଶ୍ୱକପର ସେମିଫାଇନାଲର ବିଜେତା ଦଳର ଘୋଷଣା କରି ଚଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛନ୍ତି ଏବଂ ଏହା ପଛର କାରଣ ମଧ୍ୟ ସେ କହିଛନ୍ତି । କୁମ୍ବଲେଙ୍କ ଏହି ବାକ୍ୟ ପରେ ଭାରତୀୟ ଦଳରେ ଚଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଯାଇଛି । ଆସନ୍ତୁ ଜାଣିବେ ପୁରା ଘଟଣା କଣ ହୋଇଛି ?

ଭାରତର ପୂର୍ବ ଟେଷ୍ଟ ଦଳର କ୍ୟାପଟେନ ଅନିଲ କୁମ୍ବଲେ ବିଶ୍ୱକପର ପ୍ରତି ଦଳର ବିଶ୍ଳେଷଣ କରି ଅଷ୍ଟ୍ରେଲିଆକୁ ସେମିଫାଇନାଲର ବିଜେତା ବୋଲି କହିଛନ୍ତି । କୁମ୍ବଲେ କହିଛନ୍ତି, ଅଷ୍ଟ୍ରେଲିଆ ସର୍ବଦା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥାଏ । ଏହି କାରଣରୁ ଏହିଥର ମଧ୍ୟ ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚିବ । ଏହା ବ୍ୟତୀତ ଅନ୍ୟ ଗୋଟିଏ କାରଣ କୁମ୍ବଲେ କହିଛନ୍ତି, ଯାହାଫଳରେ ଅଷ୍ଟ୍ରେଲିଆ ବିଶ୍ୱକପ ଜିତି ପାରିବ ।

ଷ୍ଟିଭ୍ ଏବଂ ବର୍ଣ୍ଣରଙ୍କ ଫେରିବା ପରେ ଅଷ୍ଟ୍ରେଲିଆ ମଜଭୁତ ଦଳ ପାଲଟି ଯାଇଛି :

କୁମ୍ବଲେ ମିଡ଼ିଆକୁ କହିଛନ୍ତି ଷ୍ଟିଭ୍ ଏବଂ ବର୍ଣ୍ଣର ଅଷ୍ଟ୍ରେଲିଆର ମୁଖ୍ୟ ଖେଳାଳି ଅଟନ୍ତି, ଯାହାଙ୍କ ଉପରେ ଗତବର୍ଷ ବ୍ୟାନ ଲାଗିଥିଲା । ଯାହାଫଳରେ ଅଷ୍ଟ୍ରେଲିଆ ଦଳ ଏକ ପଛୁଆ ଦଳ ରୂପେ ପରିଗଣିତ ହେଉଥିଲା କିନ୍ତୁ ସେମାନେ ଦଳରେ ପୁଣି ଥରେ ଯୋଗ ଦେବା ପରେ ଅଷ୍ଟ୍ରେଲିଆ ଦଳ ମଜଭୁତ ହୋଇଯାଇଛି । କୁମ୍ବଲେ ଆଗକୁ କହିଛନ୍ତି ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ ଭଲ ପ୍ରଦର୍ଶନ କରୁଥିଲା ଏବଂ ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଫଳରେ ଦଳ ଆହୁରି ମଜଭୁତ ହୋଇଯିବ ।ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ ଭାରତ ବିରୁଦ୍ଧରେ ଭାରତରେ ଭଲ ପ୍ରଦର୍ଶନ କରିପାରିଥିଲା । ଏହା ହିଁ ମୁଖ୍ୟ କାରଣ ଅଟେ ଯେଉଁଥି ପାଇଁ ଅଷ୍ଟ୍ରେଲିଆ ସେମିଫାଇନାଲର ଏକ ବିଜେତା ଦଳ ହୋଇପାରିବ ।

ବିଶ୍ୱକପରେ ଅଷ୍ଟ୍ରେଲିଆର ଭଲ ପ୍ରଦର୍ଶନ କରିଛ :

ଅନିଲ କୁମ୍ବଲେ ନିଜ କଥାକୁ ଆଗକୁ ବଢ଼ାଇ କହିଛନ୍ତି, ଅଷ୍ଟ୍ରେଲିଆ ସର୍ବଦା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଛି ଏବଂ ଏହି ଦଳ ଭିତରେ ସେହି ଆତ୍ମବିଶ୍ଵାସ ରହିଛି ଯାହା ସେମାନଙ୍କୁ ବିଶ୍ୱକପ ଜିତାଇବାରେ ସାହାଯ୍ୟ କରିବ । ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡର ପିଚ୍ ଗୁଡିକୁ ଭଲ ରୂପେ ଜାଣିଛନ୍ତି । ଏହା ମଧ୍ୟ ଏକ କାରଣ ଅଟେ, ଯାହା ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ପହଞ୍ଚି ପାରିବ ଏବଂ ନିଜ ପ୍ରଦର୍ଶନ ଫଳରେ ସମସ୍ତଙ୍କ ମନ ଜିଣି ପାରିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରୁ ଗୋଟିଏ ଦଳ ବିଜେତା ହୋଇପାରନ୍ତି :

ଯୁବରାଜ ସିଂହ ନିକଟରେ ମିଡ଼ିଆକୁ କହିଛନ୍ତି, ଭାରତ ଏବଂ ଇଂଲଣ୍ଡ ମଧ୍ୟରୁ ଗୋଟିଏ ଦଳ ବିଜେତା ହୋଇପାରନ୍ତି । ଯୁବରାଜ କହିଛନ୍ତି; ମୋର ପ୍ରଥମ ଏବଂ ଦ୍ଵିତୀୟ ଏହି ଦୁଇଟି ଦଳ ଅଟେ ଏବଂ ତୃତୀୟ ଦଳ ରୂପେ ମୁଁ ଅଷ୍ଟ୍ରେଲିଆକୁ ମାନୁଛି । ସ୍ମିଥ ଏବଂ ବର୍ଣ୍ଣର ଦଳକୁ ଫେରିବା ପରେ ଦଳ ମଜଭୁତ ହୋଇଛି କିନ୍ତୁ ମୋର ପ୍ରଥମ ଏବଂ ଦ୍ଵିତୀୟ ଏହି ଦୁଇଟି ଦଳ ରୂପେ ଭାରତ ଏବଂ ଇଂଲଣ୍ଡ ଅଟେ ।