ଅଣ୍ଡା ଠାରୁ ବେଶୀ ମଧ୍ୟ ଅଧିକ ପ୍ରୋଟିନରେ ଭାରପୁର, ଏହି 5ଟି ଶାକାହାରୀର….

Spread the love

ବହୁତ ଲୋକଙ୍କ ଘରେ ଅଣ୍ଡା ରୋଷେଇ ହୋଇ ନ ଥାଏ ତଥାପି ସେମାନେ ଖାଇଥାନ୍ତି କାରଣ ସେମାନେ ଅଣ୍ଡା ଠାରୁ ମିଳୁଥିବା ପ୍ରୋଟିନ ପାଇଁ ଅଣ୍ଡା ଖାଆନ୍ତି । କିନ୍ତୁ ଯଦି ପ୍ରକୃତରେ ଆପଣ ଅଣ୍ଡା ଖାଇବାକୁ ଚାହିଁ ନ ଥାନ୍ତି କିନ୍ତୁ ପ୍ରୋଟିନ ଯୋଗୁଁ ଖାଇବାକୁ ପଡି ଥାଏ ତେବେ ଏବେ ତାକୁ ଭୁଲି ଯାଆନ୍ତୁ । କାରଣ ଏବେ ଅଣ୍ଡା ଛଡା ଏମିତି ବହୁତ ଜିନିଷ ଅଛି ଯାହାକୁ ଖାଇଲେ ଅଣ୍ଡା ଠାରୁ ବେଶୀ ପ୍ରୋଟିନ ମିଳିଥାଏ ଏବଂ ଏଥିରେ ଆପଣଙ୍କୁ ପ୍ରୋଟିନ ଛଡା ଏମିତି ବହୁତ ତତ୍ୱ ମିଳିବ ଯାହାକି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ଯାହାକୁ ଅଣ୍ଡା ଖାଇବାର ଥାଏ ସେ ସ୍ୱାଦ ପାଇଁ ବେସି ଅଣ୍ଡା ଖାଇ ନିଅନ୍ତି । କାହିଁକି ନା ଯଦି ସ୍ୱାସ୍ଥ୍ୟର କଥା କହିବା ତେବେ ଅଣ୍ଡାର ମୁକାବିଲାରେ ଏମିତି ବହୁତ ଖାଦ୍ୟ ପଦାର୍ଥ ଅଛି । ଅଣ୍ଡା ଠାରୁ ବେଶୀ ପ୍ରୋଟିନ ଏହି 5ଟି ଶାକାହାରୀର ଜିନିଷରେ ରହିଥାଏ ।  ବିଶ୍ୱାସ ହେଉନାହିଁ ଯଦି ଥରେ ଏହି ଜିନିଷ ସବୁର ପ୍ରୟୋଗ କରି ଦେଖନ୍ତୁ । ତା’ପରେ ଆପଣ ଜାଣିପାରିବେ ପ୍ରୋଟିନ ଆଉ ଭିଟାମିନସ୍ ପାଇଁ ଅଣ୍ଡା ଖାଇବା ଅପେକ୍ଷା ଏହିସବୁ ଜିନିଷର ବ୍ୟବହାର କଲେ ଅଧିକ ଲାଭ ମିଳିବ ।

ଅଣ୍ଡା ଠାରୁ ବେଶୀ ପ୍ରୋଟିନ ଶାକାହାରୀର ଏହି 5ଟି ଜିନିଷରେ ଭରି ରହିଛି:-

ଯଦି ଆପଣ ଶରୀରର ପ୍ରୋଟିନ ଅଣ୍ଡା ଦ୍ୱାରା ପୁରା କରିଥାନ୍ତି ଆଉ ବାକି ଜିନିଷରେ ଆପଣ ଶାକାହାରି ଅଟନ୍ତି ତେବେ ଆପଣ ଅଣ୍ଡାକୁ ଟାଟା କରି ଶକାହାରି ଯୁକ୍ତ ଏହି 5ଟି ଜିନିଷର ସେବନ ଆରମ୍ଭ କରି ଦିଅନ୍ତୁ । ଏହି ଶକାହାରି ପଦାର୍ଥ ବିଷୟରେ ଜାଣିଲା ପରେ ଯଦି ଆପଣ ସେସବୁ ଖା’ନ୍ତି ତେବେ ଏହାର ପ୍ରଭାବ ଆପଣଙ୍କୁ ନିଶ୍ଚିତ ଜଣା ପଡିଯିବ ।

ଡାଲି:- ଡାଲିରେ ବହୁତ ପ୍ରକାରର ପ୍ରୋଟିନ ଆଉ ଭଟାମିନ୍ସ ମିଳିଥାଏ । ଯଦି ଆପଣ ପ୍ରତିଦିନ ଏକ ପ୍ରକାରର ଡାଲି ଖାନ୍ତି ତ ଆପଣଙ୍କୁ ଏଥିରେ ସ୍ୱାଦ ଆଉ ସ୍ୱାସ୍ଥ୍ୟ ଦୁଇଟିରେ ଲାଭ ମିଳିବ । ଆପଣ ଡାଲିକୁ ପୌଷ୍ଟିକର ଖଜାନା ମଧ୍ୟ କହିପାରନ୍ତି ଯାହାକି ଅନେକ ଗୁଡିଏ ରୋଗରୁ ଆପଣଙ୍କୁ ଦୁରେଇ ରଖି ଥାଏ ।

ସବୁଜ ମଟର:- ପ୍ରାୟତଃ ମଟର ସମସ୍ତେ ଖାଆନ୍ତି ! ଶୀତ ଦିନେ ସବୁଜ ମଟର ଖାଇବାର ମଜା ହିଁ କିଛି ଅଲଗା ଥାଏ ଏଥିରେ ଆମକୁ ସ୍ୱାଦ ସହିତ ସ୍ୱାସ୍ଥ୍ୟ ମଧ୍ୟ ଅନେକ ଫାଇଦା ମିଳିଥାଏ । ମଟରରେ ପ୍ରୋଟିନ ଆଉ ଭିଟାମିନସ୍ ପ୍ରଚୁର ପରିମାଣରେ ଭରପୁର ହୋଇ ରହିଥାଏ ।

ଦୁଗ୍ଧଜାତ ଜିନିଷ:- ସାଧାରଣତଃ ଏହା ସମସ୍ତେ ଜାଣନ୍ତି ଯେ Dairy ବା କ୍ଷୀର, ଦହି, ଘିଅ ଆଉ ପନିରରେ ପ୍ରୋଟିନ ଭରପୁର ମାତ୍ରାରେ ମହଜୁଦ ରହି ଥାଏ । ଯଦି ଆପଣ ଏହିସବୁ ଜିନିଷ ପ୍ରତି ଦିନ ସେବନ କରିବେ ତେବେ ଆପଣଙ୍କୁ ବହୁତ ପ୍ରକାରର ପୋଷକ ତତ୍ୱ ମିଳି ପାରିବ ଏବଂ ଶରୀରକୁ ଆବଶ୍ୟକ ପ୍ରୋଟିନ ମଧ୍ୟ ମିଳିବ, ଯାହାଦ୍ୱାରା ଶରୀର ସ୍ୱାସ୍ଥ୍ୟବାନ ରହିବ ।

ସବୁଜ ପନିପରିବା:-  ଶୀତ ଦିନେ ସବୁଜ ପନିପରିବା ଭରପୁର ମାତ୍ରାରେ ମିଳି ଥାଏ କିନ୍ତୁ ଆପଣ ଯଦି ଏହିସବୁ ସବୁଜ ପନିପରିବା ବର୍ଷର ବାରମାସ ଖାଇବେ ତ ଆପଣଙ୍କ ଶରୀରରେ ପ୍ରୋଟିନ ବା ଭିଟାମିନର ଅଭାବ ହେବ ନାହିଁ ଏବଂ ରୋଗ ଠାରୁ ଦୁରେଇ ରହିପାରିବ । ସବୁଜ ପନିପରିବାକୁ ନ୍ୟୁଟ୍ରିସଂସର ପାୱାର ହାଉସ ବୋଲି ମଧ୍ୟ କୁହାଯାଇଥାଏ । ଖାସ୍ କରି ପାଳଙ୍ଗ ଶାଗରେ ବେଶି ନ୍ୟୁଟ୍ରିସଂସ ଆଉ ପ୍ରୋଟିନ ମିଳି ଥାଏ ।

ଏକ ମୁଠା ଶୁଖିଲା ଫଳ (ଡ୍ରାଇଫୁଡ଼):- ଡ୍ରାଇ ଫୁଡ଼ ଖାଇବା ସାଧାରଣତଃ ବହୁତ ଲାଭଦାୟକ ହୋଇଥାଏ । ଏହି କଥା ତ ସମସ୍ତେ ଜାଣିଛନ୍ତି କିନ୍ତୁ ଏହା ଜଣା ନ ଥିବ ଯେ ଏଥିରେ ବହୁତ ପ୍ରକାରର ନ୍ୟୁଟ୍ରିସଂସ ମିଳି ଥାଏ । ଖାସ୍ କରି ବାଦାମରେ ଥିବା ପ୍ରୋଟିନ ସହଜରେ ଶରୀରରେ ପାଚନ ହୋଇ ଯାଇ ଥାଏ ଆଉ ଏହାର ଫାଇଦା ବି ଶୀଘ୍ର ରୁ ଅତି ଶୀଘ୍ର ମିଳିଥାଏ । ଏଥିପାଇଁ ଏହି ସବୁ ଖାଇଲେ ଆପଣଙ୍କୁ ଅଣ୍ଡା କିମ୍ବା ଆଉ କିଛି ନନଭେଜ ଖାଇବାର କିଛି ଆବଶ୍ୟକତା ନାହିଁ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ଭଲ ଲାଗିଲେ Share କରନ୍ତୁ !