ଅଣ୍ଡାର ଏହି 4ଟି ବ୍ୟଞ୍ଜନ ଦ୍ୱାରା ନିଜ ପେଟର ଓଜନ ହ୍ରାସ କରନ୍ତୁ

Spread the love

ଓଜନ କମେଇବା ପାଇଁ ଖାଦ୍ୟରେ ପ୍ରୋଟିନ ହେବା ନିହାତି ଦରକାର ହୋଇଥାଏ । ପ୍ରୋଟିନ ଆପଣଙ୍କର ଶରୀରର ମୋଟାବୋଲିଜମ ସନ୍ତୁଳନ ରଖିଥାଏ । ତା’ସହିତ ଆପଣଙ୍କର ଭୋକକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ ଅର୍ଥାତ ଭୋକ କମ୍ କରାଇଥାଏ । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହା ଯେ ତାହା ପେଟର ଚର୍ବି ଅଂଶକୁ ହ୍ରାସ କରିଥାଏ । ଯେତେବେଳେ ଆମେ ପ୍ରୋଟିନ ବିଷୟରେ କଥା ହେଉ ତୋ ସର୍ବ ପ୍ରଥମେ ଆମ ମୁଣ୍ଡକୁ ଅଣ୍ଡା ହିଁ ଆସିଥାଏ । କାରଣ ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଭରପୁର ହୋଇରହିଥାଏ । ଏବଂ ଅଣ୍ଡାକୁ ସଠିକ ଖାଇଲେ ଆପଣ ନିଜର ଓଜନ ହ୍ରାସ କରି ପାରିବେ ।

ଅଣ୍ଡାରେ କମ୍ ମାତ୍ରାରେ କ୍ୟାଲେରି ମିଳିଥାଏ ଏତଦବ୍ୟତୀତ ଅଣ୍ଡା ଦ୍ୱାରା ବହୁତ ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥାଏ, ଯାହାଫଳରେ ଭୋକ ଅନୁଭବ ହୁଏ ନାହିଁ । ଅଣ୍ଡାରେ ପ୍ରୋଟିନ, ଆଇରନ, ଫୋସଫରେସ୍ ଓ ଅନ୍ୟ ଭିଟାମିନ୍ସ ମିଳିଥାଏ । ମେଦ ବହୁଳତା କମେଇବା ଓ ଡିଟିଙ୍ଗ ପାଇଁ ଅଣ୍ଡା ଖାଇବାର ଅର୍ଥ ହେଲା ଆପଣ ଆପଣଙ୍କ ଶରୀରକୁ ଦୁର୍ବଳ କରି ଆପଣ ନିଜ ଶରୀରର ଓଜନକୁ ହ୍ରାସ କରୁଛନ୍ତି ଏବଂ ଆପଣଙ୍କର ଶରୀରକୁ ଆବଶକ୍ୟ ନ୍ୟଟ୍ରେଟ ମିଳୁଅଛି । ଏଠାରେ ଆମେ ଆପଣଙ୍କୁ ଆଜି ଏମିତି କିଛି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅଣ୍ଡା ପାକପଦ୍ଧତି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କର ପେଟର ମେଦ ବା ଚର୍ବି ନିଶ୍ଚିତ ଭାବରେ କମିବ ।

ସ୍କ୍ରମ୍ଭଲଡ଼ ଏଗ୍ :-

ସ୍କ୍ରମ୍ଭଲଡ଼ ଏଗ୍ ବନାଇବା ବହୁତ ସହଜ ଅଟେ । ଏହା ଆପଣଙ୍କ ଶରୀରର ଓଜନ କମାଇବା ସାନ୍ଗେ ସଂଗେ ସଙ୍ଗେ ସଙ୍ଗେ ଆପଣଙ୍କୁ ସ୍ୱାସ୍ଥ୍ୟବାନ ମଧ୍ୟ ରଖିଥାଏ । ଏହାକୁ ଆପଣ ବିଭିନ୍ନ ପ୍ରକାର ଫଳ ଓ କଞ୍ଚା ପରିବା ସହିତ ମଧ୍ୟ ଖାଇ ପାରିବେ ।

ଆଁମଲେଟ:-

ଅଣ୍ଡା ଆଁମଲେଟ ସବୁଠାରୁ ପ୍ରସିଦ୍ଧ ପାକପଦ୍ଧତି ଅଟେ । ଏହାକୁ ଆପଣ ଆପଣଙ୍କର ହିସାବରେ ପ୍ରସ୍ତୁତ କରିପାରିବେ ।

ଏଗ୍ ଉଇଥ ବିନ୍ସ:-

ବିନ୍ସ (ଶିମ୍ବ ମଞ୍ଜି)ରେ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ । ଏହାକୁ ଆପଣ ଅଣ୍ଡା ସହିତ ତିଆରି କରି ଖାଇ ପାରିବେ । ଏହାକୁ ଖାଇବାର ବହୁତ ସମୟ ଯାଏଁ ଆପଣଙ୍କୁ ଭୋକ ଲାଗିବ ନାହୁଁ ।

ଅଙ୍କୁରିତ ସଲାଡ଼ ସହିତ ଅଣ୍ଡା:-

ଅଙ୍କୁରିତ ସଲାଡ଼ ସହିତ ଅଣ୍ଡା ଆପଣଙ୍କର ସ୍ୱାସ୍ଥ୍ୟର ବି ଧ୍ୟାନ ରଖି ଥାଏ । ତା’ସହିତ ଆପଣଙ୍କର ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଖାଇବା ପାଇଁ ସ୍ୱାଦିଷ୍ଟ ଓ କ୍ୟାଲେରିମୁକ୍ତ ହୋଇଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ।