ଆଉ ବେଲେ ବେଲେ ଖାଇବନି କି, ମାଆ କୁ ହଇରାଣ କରିବନି ପିଣ୍ଟୁ । ତାଙ୍କର ଶେଷ ବେଳର ଫଟୋ ଭାଇରାଲ

pintu 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ ନାହାନ୍ତି ରାଣ୍ଡି ପୁଅ ଅନନ୍ତା । ଆଉ ସେ ଭାଙ୍ଗି ଯାଉଥିବା ନଇ ବନ୍ଧକୁ ବି ଛାତି ମାଡି ଅଟକାଇ ପାରିବେ ନାହିଁ କି ମାଆ ଠାରୁ ବେଲେ ବେଲେ ପଖାଳ ମାଗି ଏକା ସାଙ୍ଗରେ ଖାଇବେ ନାହିଁ । ଗାଁ ଲୋକଙ୍କର ବାଡି ବିଲରେ ଜହ୍ନି କାକୁଡି ସବୁ ଭଲରେ ଭଲରେ ଫଳି ଯିବ କାରଣ ତାଙ୍କୁ ଛାଡି ଆଉ କେହି ଖାଇବେ ନାହିଁ । ଗାଁ ଜାକ ଲୋକ ଅନନ୍ତା କୁ କେହି ଗାଳି ଗୋଲଜ ଦେବେ ନାହିଁ କାରଣ ସେ ଏବେ ପରା ଅଫେରା ରାଇଜର ରାଜା ।

ସମସ୍ତଙ୍କ ମନରେ ଥିବା ଅନନ୍ତା ଏବେ ଆଉ କାହାରିକୁ ହସେଇ ପାରିବେ ନାହିଁ କି କନ୍ଦେଇ ପାରିବ ନାହିଁ କାରଣ ସେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଜାଇଛନ୍ତି । ସେ ଏମିତି ଏକ କଳା କାର ଯେ ଓଡ଼ିଶା ଫିଲ୍ମ ଏବଂ କଳାକାର ଜଗତରେ ସାଉଠିଚନ୍ତି ଅନେକ ଭଲ ପାଇବା । ସେ ଭିଲିଆନ ବି ହୋଇଛନ୍ତି , ସେ ମାଆ ର ଗୋଟିଏ ଭଲ ପୁଅ ବି ହୋଇଛନ୍ତି ଆଉ ଏବେ ସେ ସତ ଅଭିନୟ କରି ଏ ଦୁନିଆ ଛାଡି ଚାଲି ଜାଇଛନ୍ତି ।

Pintu

ତାଙ୍କର ପୂର୍ବ ଦିନ ଗୁଡିକ ଭଲରେ କଟିଥିବା ବେଳେ ଜୀବନର ଶେଷ ସମୟରେ ବହୁତ କଷ୍ଟ ପାଇଛନ୍ତି ପିଣ୍ଟୁନନ୍ଦ । ଲୋକ ପ୍ରିୟ ଅଭିନେତା ପିଣ୍ଟୁନନ୍ଦ ଙ୍କର ବୁଧବାର ରାତିରେ ହାଇଦ୍ରାବାଦର ଯୋଷଦା ହସ୍ପିଟାଲ ରେ ପରଲୋକ ଘଟିଛି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କର 45 ବର୍ଷ ହୋଇଥିଲା ରାତି ପ୍ରାୟ 11.25 ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେ ଲିଭର ସିରସିସ୍ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ଟି ପୁରା ନଷ୍ଟ ହୋଇଯାଇଥିବା କୁହାଯାଇଥିଲା । ଲିଭର ପ୍ରତିରୋପଣ ଆସାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା କିନ୍ତୁ ଏଥିପାଇଁ 50 ଲକ୍ଷ ଟଙ୍କା ଆବସ୍ୟକତା ଥିବାରୁ ତାଙ୍କର ଚିକିତ୍ସ୍ୟା ବିଳମ୍ବିତ ହୋଇ ଚାଲିଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *