ଗୋଟିଏ ହିଁ ଫିଲ୍ମରେ ବଲିଉଡ ଇଣ୍ଡଷ୍ଟ୍ରିରେ ମିଳିଯାଇଥିଲା ସଫଳତା, କିନ୍ତୁ ଗୋଟିଏ ଦୁର୍ଘଟଣା ଜୀବନ ବଦଳାଇ ଦେଇଥିଲା ।

Spread the love

ରାତାରାତି ଷ୍ଟାର ହୋଇ ଯାଇଥିଲେ କିନ୍ତୁ ଗୋଟିଏ ଦୁର୍ଘଟଣାରେ ସ୍ମୃତିଶକ୍ତି ହରାଇ ବସିଥିଲେ ଏବଂ ଚେହେରା ମଧ୍ୟ ବିଗିଡି ଯାଇଥିଲ ।

ବଲିଉଡରେ ଅନେକ ଯୁବାପିଢି ଆଖିରେ ଅନେକ ସ୍ୱପ୍ନ ନେଇ ଆସିଥାନ୍ତି, ମୁମ୍ବାଇର ମାୟା ନଗରୀକୁ । କିନ୍ତୁ ବଲିଉଡର ଏହି ଚାକଚକ୍ୟରେ କେଉଁ ତାରକା କେତେବେଳେ ଚମକି ଉଠିବା ବେଳେ କୌଣସି ତାରକା କେତେବେଳେ ମଉଳି ଯାଏ କେହି କେବେ ଭାବି ନଥାନ୍ତି । ଭାଗ୍ୟ କେତେବେଳେ କାହାର ବଦଳି ଯାଇଥାଏ, କେହି ଜାଣି ନଥାନ୍ତି । ବଲିଉଡରେ ଏହିଭଳି ଅନେକ ତାରକା ଅଛନ୍ତି; ଯେଉଁମାନେ ଏକଦା ଲୋକଙ୍କ ହୃଦୟ ଜିଣି ପାରିଥିଲେ କିନ୍ତୁ ବର୍ତ୍ତମାନ ସେମାନଙ୍କ ବିଷୟରେ ଲୋକଙ୍କୁ ବିଶେଷ କିଛି ଜଣା ନାହିଁ ।

ନିକଟରେ ଆମେ ଆପଣଙ୍କୁ କହିଥିଲୁ, ଅନୁପମ ଖେର ଯାହାଙ୍କୁ ଲୋକେ ଖୁବ୍ ପସନ୍ଦ କରୁଥିଲେ । ବର୍ତ୍ତମାନ ତାଙ୍କ ପାଖରେ ଅଭିନୟ କରିବା ପାଇଁ ବିଶେଷ କିଛି ପ୍ରୋଜେକ୍ଟ ନାହିଁ, ଏହି ବିଷୟରେ ନିଜେ ଅନୁପମ ଖେର ଏକ ସାକ୍ଷାତକାର ସମୟରେ କହିଥିଲେ । କହିବା ପାଇଁ ଚାହୁଁଛୁ, କିଛି ଅତୀତର କଳାକାର ଅଜଣାରେ ଜୀବନ ଅତିବାହିତ କରୁଛନ୍ତି । ଆଜି ଆମେ ଏହି ଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ବଲିଉଡର ଚକଚକ୍ୟରୁ ନିଜକୁ ଦୁରେଇ ଦେଇଛନ୍ତି । ମହେଶ ଭଟ୍ଟଙ୍କ ଫିଲ୍ମ “ଆଶିକି” ଆପଣମାନେ ଦେଖିଥିବେ, ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପେ ଅନୁ ଅଗ୍ରୱାଲ୍ ଅଭିନୟ କରି ରାତାରାତି ଷ୍ଟାର ପାଲଟି ଯାଇଥିଲେ କିନ୍ତୁ ବିଗତ ଦିନର ସେହି ଷ୍ଟାର ଅଭିନେତ୍ରୀ ବର୍ତ୍ତମାନ କେଉଁଠି ଅଛନ୍ତି କେହି ଜାଣନ୍ତି ନାହିଁ ।

କହିବା ପାଇଁ ଚାହୁଁଛୁ, ମହେଶ ଭଟ୍ଟଙ୍କ ଫିଲ୍ମରୁ ସଫଳତା ପାଇ ଷ୍ଟାର ପାଲଟି ଯାଇଥିବା ଅନୁ ଅଗ୍ରୱାଲ୍ ବର୍ତ୍ତମାନ ଗୁମନାମୀ ଜୀବନ ବିତାଉଛନ୍ତି । ଆଜି ଏହି ଅଭିନେତ୍ରୀ ବିହାରର ମୁଙ୍ଗେରରେ ନିଜର ଜୀବନ ବିତାଉଛନ୍ତି । ଆଜି ଇଣ୍ଡଷ୍ଟ୍ରିରେ ଏହିଭଳି କୌଣସି ତାରକା ନାହାଁନ୍ତି ଯିଏ ଏହି ଅଭିନେତ୍ରୀଙ୍କ ବିଷୟରେ କିଛି ଖବର ରଖିଛନ୍ତି । ଅନୁ ନିଜର ପ୍ରଥମ ଫିଲ୍ମରେ ସଫଳତା ପାଇବା ସ୍ୱତେ ଅନୁଙ୍କୁ ୯ ବର୍ଷ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ମିଳିନଥିଲା । କିନ୍ତୁ ଯେତେବେଳେ ଅନୁଙ୍କୁ ୯ ବର୍ଷ ପରେ ଅଭିନୟର ସୁଯୋଗ ମିଳିଥିଲା ପୁନଶ୍ଚ ସେତେଟା ସଫଳତା ପାଇ ପାରିନଥିଲେ ଅନୁ ।

୧୯୯୯ ମସିହାରେ ଅନୁଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ଏତେ ପରିମାଣରେ ଭୟଙ୍କର ଥିଲା ଯେ, ଅନୁ ଏହି ଦୁର୍ଘଟଣା ପରେ ନିଜର ସ୍ମୃତିଶକ୍ତି ହରାଇ ବସିଥିଲେ ଏବଂ ଅନୁ ୨୯ ଦିନ ପର୍ଯ୍ୟନ୍ତ କୋମାରେ ରହିଥିଲେ । ଅନୁଙ୍କ ସ୍ମୃତିଶକ୍ତି ଉପରେ ଏହି ଦୁର୍ଘଟଣାର ବିଶେଷ ପ୍ରଭାବ ପଡିଥିଲା । କିନ୍ତୁ ଏହି ସବୁ ସ୍ୱତେ ଅନୁ ଏହି ଦୁର୍ଘଟଣାରୁ ମୁକୁଳି ନିଜ ଆତ୍ମକଥା ଲେଖି ଦୁନିଆକୁ ନିଜ ବିଷୟରେ ଜଣାଇଥିଲେ ।

ଯେତେବେଳେ ଅନୁଙ୍କ ଆତ୍ମକଥା ଉନ୍ମୋଚିତ ହୋଇଥିଲା, ସେହି ସମୟରେ ମହେଶ ଭଟ୍ଟ ଅନୁଙ୍କ ପ୍ରଶଂସା କରି କହିଥିଲେ ଏହି ଝିଅ ମୃତ୍ୟୁର ମୁହଁରୁ ମୁକୁଳି ଆସିଛି । ମୋ ପାଇଁ ଆଶ୍ଚର୍ଯ୍ୟର ବିଷୟ ହେଉଛି, କେଉଁ ଭଳି ଅନୁ ଏହି ଦୁଃଖଦ ଘଟଣାରୁ ମୁକୁଳି ବର୍ତ୍ତମାନ ଏକ ସୁଖିମୟ ଜୀବନ ବିତାଉଛି । ଅନୁ ଅଗ୍ରୱାଲ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ଏବଂ ମୁଙ୍ଗେରରେ ଏକୁଟିଆ ଜୀବନ ଅତିବାହିତ କରୁଛନ୍ତି ଏବଂ ସେଠାରେ ଅନୁ ଲୋକଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି ।