ଅମିତାଭ ନିଜ ଝିଅ ଶ୍ଵେତାକୁ ବହୁତ କମ ବୟସରେ ବିବାହ କରିଦେଇଥିଲେ, ଏବେ ସାମ୍ନାକୁ ଆସିଲା ଏହାର କାରଣ ।

Spread the love

୨୩ ବର୍ଷ ବୟସରେ ମାଆ ହୋଇଥିବା ଶ୍ଵେତା ନନ୍ଦା ବଚ୍ଚନଙ୍କ ବିବାହ ଏତେ ଶୀଘ୍ର କାହିଁକି ହୋଇଥିଲା ?

ବଡ଼ ପରଦାରେ ସେହେନ୍ସାର ଅଭିନୟରେ ଭୂମିକା କରିଥିବା ଅମିତାଭ ବଚ୍ଚନ ନିଜ ଜୀବନ କାଳ ମଧ୍ୟରେ ବଲିଉଡର ରାଜା ଅଟନ୍ତି । ଅମିତାଭ ବଚ୍ଚନଙ୍କ ବୟସ ୭୬ ହେଲାଣି ତଥାପି ସେ ଚଳଚିତ୍ରରେ ଏବେ ପର୍ଯ୍ୟନ୍ତ ବଡ଼ ରୋଲ୍ ରେ ଅଭିନୟ କରୁଥିବା ଦୃଶ୍ୟ ଆମେ ସମସ୍ତେ ଦେଖିପାରୁଛେ । ଅମିତାଭଙ୍କ ପ୍ରତିଭା ଯୋଗୁଁ ସେ ସମସ୍ତଙ୍କର ଏକ ପ୍ରିୟ ଅଭିନେତା ହୋଇପାରିଛନ୍ତି । ଅମିତାଭଙ୍କ ଯୋଗୁଁ ତାଙ୍କ ପରିବାର ସବୁବେଳେ ଚର୍ଚ୍ଚାରେ ରହୁଥାନ୍ତି । ଅମିତାଭ ନିଜ ସନ୍ତାନ ଠାରୁ ବଲିଉଡରେ ଅଧିକ ଏକ୍ଟିବ୍ ହୋଇ ରହିଥାନ୍ତି । ତାଙ୍କ ଝିଅ ଶ୍ୱେତାଙ୍କ ବିଷୟରେ କହିବାକୁ ଗଲେ, ସେ ସବୁବେଳେ ଚଳଚିତ୍ର ଠାରୁ ଦୁରେଇ ରହୁଥିଲେ ନିଜ ଝିଅକୁ । ତାଙ୍କ ଝିଅ ମିଡ଼ିଆ ସାମ୍ନାକୁ ବହୁତ କମ ସମୟରେ ଆସୁଥିଲେ ।

GOOGLE

ଖାସ୍ କରି ଯିଏ ଚଳଚିତ୍ରରେ କାମ କରନ୍ତି, ସେମାନଙ୍କ ସନ୍ତାନ ମଧ୍ୟ ଏଥିପ୍ରତି ଆକର୍ଷିତ ହୋଇ ଚଳଚିତ୍ରରେ କାମ କରିବାକୁ ଇଛୁକ ହୋଇଥାନ୍ତି । ଯେତେବେଳେ ନିଜ ବାପା ଅମିତାଭ ବଚ୍ଚନଙ୍କ ଭଳି ଏତେ ବଡ଼ ଅଭିନେତା ଅଛନ୍ତି । ତେବେ ବଲିଉଡରେ ବଡ଼ ରୋଲ୍ ମିଳିବା କଷ୍ଟକର କାମ ନୁହେଁ । କିନ୍ତୁ ଏହା ସତ୍ତ୍ୱେ ଶ୍ୱେତା କେବେ ମଧ୍ୟ ଅଭିନେତ୍ରୀ ହେବା ପାଇଁ ଭାବି ନାହାଁନ୍ତି । ଅମିତାଭ ନିଜ ଝିଅର ବିବାହ ଏକ ସାଧସରଣ ପରିବାରଙ୍କ ଭଳି କମ ବୟସରେ କରିଥିଲେ । ଆପଣ ନିଶ୍ଚୟ ଜାଣିଥିବେ ବଲିଉଡର ଅଭିନେତା / ଅଭିନେତ୍ରୀ ଓ ସେମାନଙ୍କ ପରିବାରର ସମସ୍ତେ ବହୁତ ବିଳମ୍ବରେ ବିବାହ କରିଥାନ୍ତି । ଅମିତାଭ ବଚ୍ଚନଙ୍କ ପାଖରେ ଟଙ୍କା, ସମ୍ପତ୍ତି, ବଲିଉଡରେ ଭଲ ନାମ, ସବୁ କିଛି ଅଛି । ସେ ଚାହିଁଥିଲେ ତାଙ୍କ ଝିଅ ପାଇଁ ଲୋକଙ୍କ ଲାଇନ୍ ଲାଗିଥାନ୍ତା । ତଥାପି ସେ ନିଜ ଝିଅର ବିବାହ କାହିଁକି ବହୁତ ଶୀଘ୍ର କରିଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି, ସେହି ସମୟରେ ଶ୍ୱେତାକୁ କେବଳ ୨୩ ବର୍ଷ ହୋଇଥିଲା । ସେତେବେଳେ ଗୋଟିଏ ସନ୍ତାନର ମାଆ ମଧ୍ୟ ହୋଇଯାଇଥିଲେ । ଶ୍ୱେତା ଏକ ବଡ଼ ବ୍ୟାପାରି ନିଖିଳ ନନ୍ଦାଙ୍କ ସହ ବିବାହ କରିଛନ୍ତି । କିନ୍ତୁ ଏଭଳି କଣ ଆବଶ୍ୟକ ଥିଲା କି, ନିଜ ଝିଅକୁ ଏତେ ଶୀଘ୍ର ବିବାହ କରିଥିଲେ । ଶ୍ୱେତାର ଯେତେବେଳେ ବିବାହ ହୋଇଥିଲା, ସେତେବେଳେ କମ ବୟସ ହୋଇଥିବାରୁ ସେ ବାହାର ଦୁନିଆ ବିଷୟରେ ବିଶେଷ କିଛି ଜାଣି ନ ଥିଲେ । କହିବାକୁ ଗଲେ ଏହି ପୁରା ମାମଲାରେ ଗୋଟିଏ ଖବର ଏହା ମଧ୍ୟ ଥିଲା କି, ଶ୍ୱେତାର ବିବାହ ହେବା ପୂର୍ବରୁ ହିଁ ନିଖିଳ ସହିତ ପ୍ରେମ ସମ୍ବନ୍ଧ ଥିଲା । ଏହା ମଧ୍ୟ ଶୁଣିବାକୁ ମିଳିଥିଲା କି ଶ୍ୱେତା ବିବାହ ହେବା ପୂର୍ବରୁ ହିଁ ଗର୍ଭଧାରଣ କରିଥିଲେ; ଯେଉଁ କାରଣରୁ ଅମିତାଭ ନିଜ ଝିଅର ବିବାହ ବହୁତ ଶୀଘ୍ର କରି ଦେଇଥିଲେ । କିନ୍ତୁ ଏହି କଥାରେ କେତେ ସତ୍ୟତା ଅଛି ତାହା କିଛି ବି କୁହାଯାଇ ପାରିବ ନାହିଁ ।

ଶ୍ୱେତା ଶୀଘ୍ର ବିବାହ ହେବାର କାରଣ ଯାହାବି ହେଉ ସେ ଏବେ ନିଜ ସ୍ୱାମୀଙ୍କ ସହିତ ବହୁତ ଖୁସିରେ ଅଛନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ କି ଶ୍ୱେତା ବିବାହ ହେବା ୧୦ ବର୍ଷ ପରେ କାମ କରିବାକୁ ନିର୍ଣ୍ଣୟ ନେଇଥିଲେ । ସେ ନିଜେ ଏକ ପୁସ୍ତକ ମଧ୍ୟ ଲେଖିଥିଲେ । ଶ୍ୱେତା ଚଳଚିତ୍ରରେ କାମ କରିଲେ ନାହିଁ କିନ୍ତୁ ତାଙ୍କ ଝିଅ “ନନ୍ୟା ନବେଲି ନନ୍ଦା” ଭବିଷ୍ୟତରେ ନିଶ୍ଚୟ ଚଳଚିତ୍ରରେ କାମ କରିପାରନ୍ତି ।