ବହୁତ ସରଳ ଥିଲା ଅମିତାଭ ବଚ୍ଚନଙ୍କ ବିବାହ ନିମନ୍ତ୍ରଣ ପତ୍ର, ବରଯାତ୍ରୀରେ କେବେଳ ୫ଜଣ ଯୋଗ ଦେଇଥିଲେ ।

Spread the love

ବିବାହିତ ଦମ୍ଫତ୍ତିଙ୍କ ପାଇଁ ଅମିତାଭ ଏବଂ ଜୟା ବଚ୍ଚନଙ୍କ ଯୋଡି ଉଦାହରଣ ପାଲଟି ଯାଇଛି । ଅମିତାଭ ଏବଂ ଜୟା ବଚ୍ଚନ ସବୁ ଉତ୍ସବରେ ଏକାଠି ଦେଖା ଯାଆନ୍ତି ।ଦୁହି ଜଣଙ୍କ ମଧ୍ୟରେ ଭଲ ସମନ୍ୱୟ ଦେଖାଯାଏ । ଖାଲି ଏତିକି ନୁହେଁ ଆଜି ବଲିଉଡ ଜଗତରେ ସମସ୍ତେ ଅମିତାଭ ଏବଂ ଜୟା ବଚ୍ଚନଙ୍କ ଭଳି ଯୋଡି ହୋଇ ଜୀବନ ସାରା ଏକତ୍ର ରହିବାକୁ ଇଚ୍ଛା କରୁଛନ୍ତି । ଅମିତାଭ ଏବଂ ଜୟା ବଚ୍ଚନଙ୍କ ବାହାଘରକୁ ଆଜି ବହୁତ ବର୍ଷ ପୂରିଯାଇଛ, କିନ୍ତୁ ଦୁଇଜଣଙ୍କ ମଧ୍ୟରେ ଭଲ ପାଇବା ଏବଂ ସମ୍ମାନ ଦେବା ଦିନକୁ ଦିନ ବଢିବାର ଦେଖା ଯାଉଛି । ବିବାହର ୪୬ ବର୍ଷପରେ ମଧ୍ୟ ଦୁହେଁଙ୍କ ମଧ୍ୟରେ ରାଗ, ବିରକ୍ତ ସେହି ଭଳି କିଛି ଆଜି ପର୍ଯ୍ୟନ୍ତ ମିଡିଆ ସାମ୍ନାକୁ ଆସି ନାହିଁ । ଏମାନଙ୍କର ଭଲପାଇବା ଦିନକୁ ଦିନ ଯୌବନ ଅବସ୍ଥାକୁ ଫେରୁଛି । ଆସନ୍ତୁ ଜାଣିବା ଆମର ଏହି ଲେଖରେ ଆପଣଙ୍କ ପାଇଁ କଣ ଖାସ ରହିଛି ?

ଅମିତାଭ ଏବଂ ଜୟା ବଚ୍ଚନଙ୍କ ବିବାହକୁ ଆଜି ଅର୍ଥାତ ଜୁନ ୩, ୨୦୧୯କୁ ୪୬ ବର୍ଷ ପୂର୍ତ୍ତି ହୋଇଯାଇଛି କିନ୍ତୁ ଆଜି ମଧ୍ୟ ଦୁଇଜଣଙ୍କ ମଧ୍ୟରେ ଭଲ ପାଇବା ନବବିବାହିତ ଦମ୍ପତ୍ତିଙ୍କ ଭଳି ଦେଖାଯାଏ । ଅମିତାଭ ଏବଂ ଜୟା ବଚ୍ଚନଙ୍କ ବିବାହ ପର୍ଯ୍ୟନ୍ତ ଯାତ୍ରା କିଛି ସହଜ ନ ଥିଲା ବରଂ ଅନେକ ପ୍ରକାରର ଘଟଣାବଳୀ ଦୁହେଁଙ୍କୁ ବିଚଳିତ କରିଦେଇଥିଲା । କୁହାଯାଏ କି ଜୟାଙ୍କ ହୃଦୟରେ ଅମିତାଭଙ୍କ ପାଇଁ ଭଲ ପାଇବା, ସହାନୁଭୂତି ଜାଗ୍ରତ ହେଉଥିଲା । କାରଣ ଫିଲ୍ମ “ଗୁଡ୍ଡୀ”ରେ ଅମିତାଭଙ୍କୁ ବାହାର କରିଦିଆ ଯାଇଥିଲା, ଯାହାପରେ ତାଙ୍କ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହେଲା ।

ଜୟାଙ୍କ ସହିତ ଛୁଟି କାଟିବା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ଅମିତାଭ ବଚ୍ଚନ :

ଫିଲ୍ମ “ଅଭିମାନ”ରେ ଅମିତାଭ ଏବଂ ଜୟା ବଚ୍ଚନ ଏକା ସହ କାମ କରିଥିଲେ । ଯାହାପରେ ଦୁହିଁ ଜଣ ବିବାହ କରିବା ପାଇଁ ନିଷ୍ପତ୍ତି କରିଥିଲେ । ବିବାହ କରିବା ପୂର୍ବରୁ ଅମିତାଭ ଜୟା ବଚ୍ଚନଙ୍କ ସହ ବିଦେଶରେ ଛୁଟି କାଟିବାକୁ ଚାହୁଁଥିଲେ । କିନ୍ତୁ ହରିବଂଶ ରାୟ ବଚ୍ଚନ ଏଥିପାଇଁ ରାଜି ହେଲେ ନାହିଁ ଏବଂ ସେ କହିଲେ, ଯଦି ଛୁଟି କାଟିବାକୁ ଚାହୁଁଛ; ତେବେ ପ୍ରଥମେ ବିବାହ କର । ଏହି କାରଣରୁ ସାଧାରଣ ଭାବେ ଅମିତାଭ ଏବଂ ଜୟା ବଚ୍ଚନ ଜୁନ ୩ ତାରିଖରେ ବିବାହ କରି ନେଇଥିଲେ ।ଅମିତାଭଙ୍କ ବିବାହର ରୀତିନୀତି ସାଧାରଣ ଭାବରେ ହୋଇଥିଲା ।

ବହୁତ ସରଳ ଥିଲା ଅମିତାଭଙ୍କ ବିବାହର ନିମନ୍ତ୍ରଣ ପତ୍ର :

ଅମିତାଭ ବଚ୍ଚନଙ୍କ ବାପା ହରିବଂଶ ରାୟ ବଚ୍ଚନ ଜଣେ ସାଧାରଣ ଧରଣର ବ୍ୟକ୍ତି ଥିଲେ । ସେହି କାରଣରୁ ସେ ତାଙ୍କ ପୁଅର ବିବାହ ମଧ୍ୟ ସାଧାରଣ ଭାବରେ କରିଲେ ।ବିବାହର ନିମନ୍ତ୍ରଣ ପତ୍ରରେ ହରିବଂଶ ରାୟ ବଚ୍ଚନ ହିନ୍ଦୀରେ ଲେଖାଇ ଥିଲେ ଯେ, “ଆମର ସୁପୁତ୍ର ଅମିତାଭ, ଶ୍ରୀମତି ଓ ଶ୍ରୀ ତରଣ କୁମାର ଭାଦୁଡିଙ୍କ ସୁପୁତ୍ରୀ ଜୟାଙ୍କ ଶୁଭବିବାହ ଜୁନ ୩ ରବିବାର ଦିନ ବମ୍ବେରେ ସମ୍ପନ୍ନ ହେବ । ଆପଣଙ୍କ ଆଶିର୍ବାଦ କାମନା କରୁଛୁ । ଅମିତାଭ ବଚ୍ଚନଙ୍କ ବିବାହ ଏପରି ହେବ, କେହି ହେଲେ କଲ୍ପନା କରି ନ ଥିଲେ ।

ବରଯାତ୍ରୀରେ କେବଳ ୫ ଜଣ ଯାଇଥିଲେ :

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅମିତାଭ ବଚ୍ଚନଙ୍କ ବିବାହ ବରଯାତ୍ରୀରେ ଗୁଲଜାରଙ୍କ ସହିତ ମିଶି କେବଳ ୫ଜଣ ହିଁ ଯାଇଥିଲେ । ଜୟା ବଚ୍ଚନଙ୍କ ତରଫରୁ ପରିବାରର ସଦସ୍ୟ ଛଡା ଅଭିନେତା ଆଶାରାନୀ ଏବଂ ଫରିଦା ଜଲାଲ ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏତିକି ହିଁ ନାହିଁ, ବିବାହା ପରେ ଜୟା ବଚ୍ଚନଙ୍କ ପରିବାର ହିଁ ଭୋପାଳରେ ପ୍ରୀତିଭୋଜନ ଦେଇଥିଲେ, ଯେଉଁଠି ଫିଲ୍ମ ଜଗତର ବଡ଼ ବଡ଼ ଲୋକମାନେ ସାମିଲ ହୋଇଥିଲେ । କିନ୍ତୁ ବିବାହରେ ଅମିତାଭ ବଚ୍ଚନଙ୍କ ତରଫରୁ କେବଳ ୫ ଜଣ ହିଁ ଯୋଗ ଦେଇଥିଲେ ।