ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା କହିଛନ୍ତି, ଏହି କାରଣରୁ ସେ ବଲିଉଡରେ ପାଦ ଦେଇ ନାହାଁନ୍ତି ।

Spread the love

ବଲିଉଡରେ ଏମିତି ବହୁତ କଥା ରହିଛି, ଯାହାର ହେବାର ସମ୍ଭାବନା ନ ଥାଏ । ବଲିଉଡରେ ପ୍ରାୟ ଏମିତି ଦେଖାଯାଏ, ଯଦି କୌଣସି ଅଭିନେତା ବଲିଉଡ ସହିତ ଜଡିତ ଅଛନ୍ତି; ତେବେ ସେମାନଙ୍କ ଛୁଆମାନେ ମଧ୍ୟ ବଲିଉଡରେ ଜଡିତ ହୋଇଥାନ୍ତି । ଏମିତି ବହୁତ କମ ହୋଇଥାଏ, ଯେଉଁଠି କଳାକାର ମାନଙ୍କ ଛୁଆମାନେ ଅଲଗା ରାସ୍ତା ବାଛିଥାନ୍ତି । ଖାସ କରି ଯେତେବେଳେ ବଲିଉଡର “ଶାହ୍ନିଂସା”ଙ୍କ ବିଷୟରେ କୁହାଯାଏ । ହଁ ଆପଣ ଠିକ ବୁଝିଛନ୍ତି, ଆମେ ମହାନାୟକ ଅମିତାଭ ବଚ୍ଚନଙ୍କ ବିଷୟରେ କହୁଛୁ ।

ଶ୍ୱେତା ବଚ୍ଚନଙ୍କୁ ବହୁତ କମ ଲୋକ ଜାଣନ୍ତି :

ଆପଣ ସମସ୍ତେ ଜାଣନ୍ତି ଅମିତାଭ ବଚ୍ଚନ ବଲିଉଡ ଅଭିନେତ୍ରୀ ଜୟାଙ୍କ ସହ ବିବାହ କରିଛନ୍ତି । ଅମିତାଭ ବଚ୍ଚନଙ୍କ ଦୁଇଟି ସନ୍ତାନ ଗୋଟେ ପୁଅ ଅଭିଷେକ ବଚ୍ଚନ ଏବଂ ଗୋଟିଏ ଝିଅ ଶ୍ୱେତା ବଚ୍ଚନ । ଅଭିଷେକ ବଚ୍ଚନ ବିଷୟରେ ସମସ୍ତେ ଜାଣନ୍ତି, କାରଣ ସେ ବହୁ ବର୍ଷ ହେଲା ବଲିଉଡ ସହିତ ଜଡିତ ଅଛନ୍ତି, କିନ୍ତୁ ଝିଅ ଶ୍ୱେତାଙ୍କ ବିଷୟରେ କମ ଲୋକ ଜାଣନ୍ତି । ଆଜି ଆମେ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ସହ ଜଡିତ କିଛି ଏମିତି କଥା କହିବୁ ।

ସିନେମାରୁ ଦୂରରେ ରହିବାର କାରଣ କହିଲେ :

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଶ୍ୱେତା ବଚ୍ଚନ ନନ୍ଦାଙ୍କୁ ୪୫ ବର୍ଷ ହୋଇଯାଇଛି । ତାଙ୍କ ଜନ୍ମ ୧୯୭୪ ମାର୍ଚ୍ଚ ୧୭ରେ ହୋଇଥିଲା । ଅର୍ଥାତ ଯେତେବେଳେ ଶତାବ୍ଦୀର ଶ୍ରେଷ୍ଠ ଚଳଚ୍ଚିତ୍ର “ସୋଲେ” ଆସିଥିଲା, ସେହି ସମୟରେ ଶ୍ୱେତାଙ୍କୁ ମାତ୍ର ଏକ ବର୍ଷ ହୋଇଥିଲେ । ଶ୍ୱେତା ମୁମ୍ବାଇରେ ଜନ୍ମ କରିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ, ବଚ୍ଚନ ପରିବାରର ଶ୍ୱେତା ଏକମାତ୍ର ସଦସ୍ୟ ଯିଏ ଫିଲ୍ମ ଠାରୁ ଦୂରରେ ଅଛନ୍ତି । ବଚ୍ଚନ ପରିବାରର ବାକି ସମସ୍ତ ସଦସ୍ୟ ଫିଲ୍ମ ସହ ଜଡିତ ଅଛନ୍ତି । ନିକଟରେ ଶ୍ୱେତା ବଚ୍ଚନ ନନ୍ଦା ଫିଲ୍ମ ଜଗତରୁ କାହିଁକି ଦୂରରେ ରହିଛନ୍ତି ତା’ର ଖୁଲାସ ନିଜ କରିଛନ୍ତି । ଏକ ଲୋକପ୍ରିୟ ଖବରକାଗଜକୁ ଶ୍ୱେତା କହିଛନ୍ତି, ଶେଷରେ କାହିଁକି ସେ ଅଭିନୟ ଜଗତକୁ ଆସି ନାହାନ୍ତି ?

ସ୍କୁଲ ସମୟରେ ନାଟକରେ ଅଭିନୟ କରିଥିଲେ :

ଶ୍ୱେତା ଯେତେବେଳେ ଛୋଟ ଥିଲେ, ସେ ତାଙ୍କ ମାଆଙ୍କ ସହିତ ଫିଲ୍ମ ସେଟକୁ ଯାଉଥିଲେ । ମାଆ ଓ ବାପା ଦୁଇଜଣ ବଲିଉଡର କଳାକାର ହୋଇଥିଲେ, ସେମାନଙ୍କ ଅଧିକ କାମ ଯୋଗୁଁ, ଶ୍ୱେତାଙ୍କୁ ଅଧିକାଂଶ ସମୟ ଏକା ରହିବାକୁ ପଡୁଥିଲା । ଶ୍ୱେତା କହିଲେ କି ଯେତେବେଳେ ସେ ସ୍କୁଲରେ ପଢୁଥିଲେ, ସେତେବେଳେ ସେ କିଛି ନାଟକରେ କାମ କରିଥିଲେ । ସେ ଭାବିଥିଲେ ଯେ, ସେ ମଧ୍ୟ କେବେ ଅଭିନୟ କରିବେ ଓ ଗୀତ ଗାଇବା ପାଇଁ ଚେଷ୍ଟା କରିବେ କିନ୍ତୁ କିଛି ଖାସ ଅନୁଭୂତି ନ ଥିଲା । ସେ କହିଥିଲେ, ସେ ସ୍କୁଲର ଏକ ନାଟକରେ “ହାୱାଇ ଦୀପ୍”ର ଏକ ଝିଅର ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମୟରେ ନିଜ ଲେଖା ଭୁଲି ଗଲେ :

ନିଜ ବିଷୟରେ କହିବାକୁ ଯାଇ ଶ୍ୱେତା କହିଛନ୍ତି, ମୁଁ ବହୁତ କଷ୍ଟରେ ମଞ୍ଚ ପଛରେ ଏହି ଭୂମିକା କରିବା ପାଇଁ ରାଜି ହୋଇଥିଲି କିନ୍ତୁ ନାଟକ ମଝିରେ ମୁଁ ମୋ ଚରିତ୍ରର ସୋଟ୍ ଭୁଲି ଯାଇଥିଲି ଏବଂ ତାହା ମୋ ପାଇଁ ବହୁତ ଖରାପ ଅନୁଭବ ଥିଲା । ଏହା ପରଠାରୁ ମୋ ପାଇଁ ଷ୍ଟାର୍ଟ, ସାଉଣ୍ଡ, କ୍ୟାମରା ଏବଂ ଆକ୍ସନ ଏସବୁ ପ୍ରତି ମୋର ମନରେ ଡର ପାଲଟି ଗଲା । ଶ୍ୱେତା ବଚ୍ଚନ ନନ୍ଦାଙ୍କ ବିବାହ ୧୯୯୭ରେ ରଣବୀର କପୁରଙ୍କ ପିଉସୀର ପୁଅ ନିଖିଲ ନନ୍ଦାଙ୍କ ସହ ହୋଇଛି । ଏହି କାରଣରୁ ଶ୍ୱେତା ସମ୍ପର୍କରେ ରଣବୀରଙ୍କର ଭାଉଜ ହେବ । ଶ୍ୱେତାଙ୍କର ଦୁଇଟି ସନ୍ତାନ, ଝିଅ ନବ୍ୟା ଓ ପୁଅ ଅଗସ୍ତ୍ୟ ।