ସମର୍ଥକଙ୍କୁ କ୍ଷମା ମାଗିଛନ୍ତି ଅମିତାଭ ବଚ୍ଚନ, କିନ୍ତୁ କ୍ଷମା ମାଗିବାର କାରଣ କଣ ? ଆସନ୍ତୁ ଜାଣିବା !

Spread the love

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିଜ ସମର୍ଥକଙ୍କ ଗହଣରେ ଉପସ୍ଥିତ ହୋଇ ସୋସିଆଲ ମିଡିଆ ସହିତ ଜୁହୁ ସ୍ଥିତ ନିଜ ବଙ୍ଗଳାର ବାହାରେ ଉପସ୍ଥିତ ହୁଅନ୍ତି । ପ୍ରତି ରବିବାର ଦିନ ବିଗ ବିଙ୍କ ବଙ୍ଗଳା ବାହାରେ ତାଙ୍କ ସମର୍ଥକ ମାନେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଏକତ୍ରିତ ହୋଇଥାନ୍ତି । କିନ୍ତୁ ଏହି ରବିବାର ଦିନ ଏମିତି ହୋଇପାରିଲା ନାହିଁ । ସେଥିପାଇଁ ଏକ ଟ୍ୱିଟ ଜରିଆରେ ଅମିତାଭ ବଚ୍ଚନ ତାଙ୍କ ସମର୍ଥକଙ୍କ ଠାରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଅମିତାଭ ବଚ୍ଚନ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ , ‘ମୁଁ ମନା କରୁଛି । ତଥାପି ସେମାନେ ରବିବାର ଦିନ ସାକ୍ଷାତ କରିବା ପାଇଁ ଆସନ୍ତି । ମୁଁ କ୍ଷମା ଚାହୁଁଛି ଯେ ମୁଁ ବାହାରକୁ ଆସିପାରିଲି ନାହିଁ ।’

ଏହି ଟ୍ୱିଟରେ ଅମିତାଭ ବଚ୍ଚନ କିଛି ଫୋଟ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବଙ୍ଗଳାର ବାହାରେ ସମର୍ଥକଙ୍କ ଭିଡ଼ ଜମିଥିବାର ଦେଖାଦେଉଛି । ତାଙ୍କର ଏହି ଟ୍ୱିଟଟି ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରଲ ମଧ୍ୟ ହୋଇଛି ।

ବିଗ ବି ନିଜର ବ୍ୟକ୍ତିଗତ ବ୍ଲଗରେ ମଧ୍ୟ ନିଜ ସମର୍ଥକଙ୍କ ପାଇଁ ସ୍ନେହ ଭରା ସନ୍ଦେଶ ଲେଖିଛନ୍ତି । ଏଠାରେ ସେ କହିଛନ୍ତି ଯେ ସେ ନିଜର ସ୍ୱାସ୍ଥ୍ୟଗତ କାରଣରୁ ବାହାରକୁ ଆସିପାରିଲେ ନାହିଁ ।

ଅମିତାଭଙ୍କ ପରଦା ସମ୍ମୁଖର କଥା ଯଦି କହିବା ତେବେ ଆଜିକାଲି ସେ ‘କୌନ ବନେଗା କୋରଡ଼ପତି’ ରେ କାମ କରୁଛନ୍ତି । ଏହା ବ୍ୟତୀତ ସେ ଆୟାନ ମୁଖାର୍ଜୀଙ୍କ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ରେ ମଧ୍ୟ ଦେଖାଯିବେ ଏବଂ ଏହା ସହିତ ହିଁ ଅମିତାଭ ବଚ୍ଚନ ଆୟୁଷମାନ ଖୁରାନାଙ୍କ ସହିତ ‘ଗୁଲାବୋ ସିତାବୋ’ ଓ ଇମ୍ରାନ ହାସମୀଙ୍କ ସହିତ ‘ଚେହେରେ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରୁଛନ୍ତି ।

ତେବେ ବନ୍ଧୁଗଣ ଆଜିର ଏହି ବିଷୟଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଆଉ ଯଦି ବିଷୟଟି ପସନ୍ଦ ଆସିଥିବ ତାହେଲେ ଲାଇକ କରନ୍ତୁ ଓ ସେୟାର କରନ୍ତୁ ।