ଐଶ୍ୱର୍ଯ୍ୟାଙ୍କୁ ନିଜ ବାହୁରେ ନେଇ ରୋମାନ୍ସ କରୁଥିଲେ ଅମୀର, ପୁରୁଣା ଅଣଦେଖା ଭିଡ଼ିଓ ଭାଇରଲ ହେଲା ।

Spread the love

ଗୋଟିଏ ପଟେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଅତିସୁନ୍ଦରୀ ଅଭିନେତ୍ରୀ ଅଟନ୍ତି, ତେବେ ଅନ୍ୟପଟେ ଅମୀର ଖାନଙ୍କୁ ହିନ୍ଦୀ ଫିଲ୍ମର ସବୁଠାରୁ ପରଫେକ୍ଟ ଅଭିନେତା ବୋଲି କୁହାଯାଏ । ଅମୀର ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ଦୁହେଁ ଏକାଠି କେବେ ମଧ୍ୟ ଫିଲ୍ମ କରି ନାହାଁନ୍ତି । ଅମୀରଙ୍କ ଫିଲ୍ମ ‘ମେଲା’ରେ ଐଶ୍ୱର୍ଯ୍ୟା ଅଳ୍ପ ସମୟ ପାଇଁ ଏକ ବିଶେଷ ଅତିଥି ରୂପରେ ଦେଖା ଦେଇଥିଲେ । ଏପରିକି ଆପଣମାନେ ଐଶ୍ୱର୍ଯ୍ୟା ଏବଂ ଅମୀରଙ୍କୁ ଏକାଠି ଡ୍ୟାନ୍ସ କିମ୍ବା ରୋମାନ୍ସ କରିବାର କେବେ ଦେଖି ନଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଦୁର୍ଲଭ ଭିଡ଼ିଓ ଖୋଜିକି ଆଣିଛୁ; ଯେଉଁଥିରେ ଅମୀର ଏବଂ ଐଶ୍ୱର୍ଯ୍ୟା ପରସ୍ପର ସହ ଏକ ରୋମାଣ୍ଟିକ ଡ୍ୟାନ୍ସ କରିବାର ଦେଖାଯାଉଛି । ଏହି ଭିଡ଼ିଓ କୌଣସି ଆୱାର୍ଡର କିମ୍ବା କୌଣସି ବିଦେଶୀ ଟ୍ୟୁରର ଏହା ସ୍ପଷ୍ଟ ହୋଇନାହିଁ । ଏହି ଭିଡ଼ିଓରେ ସାହାରୁଖ ଖାନଙ୍କ ପ୍ରସିଦ୍ଧ ଗୀତ “ତୁଝେ ଦେଖା ତୋଏ ଜାନା ସନମ” ଗୀତରେ ଅମୀର ଏବଂ ଐଶ୍ୱର୍ଯ୍ୟା ଡ୍ୟାନ୍ସ କରୁଥିବାର ଦେଖା ଯାଉଛନ୍ତି । ଭିଡ଼ିଓରେ ଉଭୟଙ୍କ ଯୋଡି ବହୁତ ଭଲ ଦେଖାଯାଉଥିଲା ।

ଆମେ ଏହି ଭିଡ଼ିଓ ଆପଣଙ୍କୁ ଦେଖାଇବା ପୂର୍ବରୁ ବଲିଉଡରେ ଅମୀର ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ କିପରି ? ଆସନ୍ତୁ ଜଣାଇବୁ । ଆପଣମାନେ ଜାଣିଛନ୍ତି କି ଐଶ୍ୱର୍ଯ୍ୟା ରାୟ ପ୍ରଥମଥର ପାଇଁ ୧୯୯୩ ମସିହାରେ ଅମୀର ଖାନ ଏବଂ ମହିମା ଚୌଧୁରୀଙ୍କ ସହ ଏକ ପେପ୍ସି ବିଜ୍ଞାପନରେ ଦେଖା ଦେଇଥିଲେ । ଏହାପରେ ସେ ୧୯୯୪ ମସିହାରେ ବିଶ୍ଵ ସୁନ୍ଦରୀ ହୋଇଥିଲେ । ଏହାପରେ ସେ ଅମୀରଙ୍କ ସହ କୋକାକୋଲା ବିଜ୍ଞାପନରେ ଆସିଥିଲେ । ଆଶ୍ଚର୍ଯ୍ୟର କଥା ଏହା ଯେ, ବଲିଉଡର ଏହି ଦୁଇ କଳାକାର ଉଭୟ ପେପ୍ସି ଏବଂ କୋକାକୋଲା ପାଇଁ ବିଜ୍ଞାପନ କରିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ଐଶ୍ୱର୍ଯ୍ୟା ରାୟ ନିଜର ଏବଂ ଅମୀରଙ୍କ ସମ୍ପର୍କ ବିଷୟରେ ଖୋଲା ଖୋଲି ଭାବରେ କହିଥିଲେ ଯେ “ଯେତେବେଳେ ସେମାନେ ବର୍ଲଡ଼ ଟ୍ୟୁରରେ ଯାଇଥିଲେ ସେତେବେଳେ ଅମୀର ମୋତେ ପଚାରିଥିଲେ ଯେ, ତାଙ୍କ ଫିଲ୍ମ “ମେଲା”ର ଶେଷରେ ତାଙ୍କ ଭାଇ ଫେଜଲଙ୍କ ପାଇଁ ସ୍ପେସିଆଲ ଆପିୟରେନ୍ସ କରିପାରିବେ କି ! ମୋର ଉତ୍ତର ହଁ ଥିଲା । ତୁମେ ମୋତେ ପଚାରିଲ ତେବେ ମୁଁ ନିଶ୍ଚୟ କରିବି ।”

ଐଶ୍ୱର୍ଯ୍ୟା ଆଗକୁ ମଧ୍ୟ କହିଥିଲେ ଯେ, “ମୁଁ ମୋର ପ୍ରଥମ ବିଜ୍ଞାପନ ଅମୀରଙ୍କ ସହ କରିଥିଲି । ପ୍ରଥମେ ପେପ୍ସି ଏବଂ ଦ୍ୱିତୀୟ କୋକାକୋଲା ପାଇଁ ବିଜ୍ଞାପନ କରିଥିଲି । ଏହା ଛଡା ସେ ମୋର ସିନିୟର ଅଟନ୍ତି, ଯାହାଙ୍କ କାମ ମୋତେ ଫିଲ୍ମରେ ଆସିବା ପୂର୍ବରୁ ପସନ୍ଦ ଥିଲା । ଏହା ତାଙ୍କୁ ଧନ୍ୟବାଦ କରିବା ପାଇଁ ମଧ୍ୟ ନିହାତି ଆବଶ୍ୟକ ଥିଲା । ମୁଁ ତାଙ୍କ ସହ ବିଜ୍ଞାପନ ଏବଂ ବର୍ଲଡ଼ ଟୁର ମଧ୍ୟ କରିଛି । ମୋର ଲାଳନପାଳନ ଏପରି ହୋଇଛି ଯେ, ମୁଁ କୌଣସି ସିନିୟରଙ୍କ ଅନୁରୋଧକୁ କଦାପି ମନା କରି ପାରିବି ନାହିଁ ।”

ତେବେ ଐଶ୍ୱର୍ଯ୍ୟା ଅମୀରଙ୍କୁ ତାଙ୍କର ସିନିୟର ଅଭିନେତା ଭାବରେ ବହୁତ ସମ୍ମାନ ଦେଉଛନ୍ତି । ଏମାନେ ଦୁହେଁ ଫିଲ୍ମରେ ବେଶୀ ସମୟ ପର୍ଯ୍ୟନ୍ତ କୌଣସି ଭୂମିକା କରି ନାହାନ୍ତି । ଆମେ ଆଶା କରୁ ଆଗକୁ ଏପରି ଏକ ସୁଯୋଗ ନିଶ୍ଚୟ ଆସୁ । ବର୍ତ୍ତମାନ ଆପଣମାନେ ଏହି ପୁରୁଣା ବିଡ଼ିଓକୁ ଥରେ ଦେଖନ୍ତୁ ।

ଖବର ଅନୁସାରେ ଅମୀର ବହୁତ ଶୀଘ୍ର ‘ଲାଲ ଚଡା ସିଂ’ ଫିଲ୍ମରେ ଦେଖା ଦେବେ ଏବଂ ଐଶ୍ୱର୍ଯ୍ୟା ମଣୀରତନ୍ମର ଆଗାମୀ ଫିଲ୍ମରେ ଦେଖା ଯିବେ ।