ପାକିସ୍ତାନକୁ ଆମେରିକା ଖୋଲାଖୋଲି ଚେତାବନୀ ଦେଇ କହିଛି, “ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା ମଧ୍ୟ କର ନାହିଁ, ନଚେତ….”

Spread the love

କେନ୍ଦ୍ରର ମୋଦୀ ସରକାର ଜାମ୍ମୁ- କାଶ୍ମୀରର ବିଶେଷ ଅଧିକାରକୁ ରଦ୍ଦ କରି ରାଜ୍ୟକୁ ଦୁଇଟି ଭାଗରେ ବାଣ୍ଟି ଦେଇଛନ୍ତି, ଯାହାଫଳରେ ପଡୋଶୀ ଦେଶମାନଙ୍କରେ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଯାଇଛି । ହଁ ଆଜ୍ଞା, ପଡୋଶୀ ଦେଶରେ ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ହାହାକାର ସୃଷ୍ଟି ହୋଇଯାଇଛି, ଯାହାଫଳରେ ସେଠାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚାରିଆଡେ ବୁଲିବା ପାଇଁ ବାଧ୍ୟ ହୋଇଯାଇଛନ୍ତି । ଏତିକି ହିଁ ନୁହେଁ, ଇମ୍ରାନ ଖାନ ନିଜ ଦୁଃଖ ନେଇ ସଂଯୁକ୍ତ ରାଷ୍ଟ୍ର ପର୍ଯ୍ୟନ୍ତ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି କିନ୍ତୁ ଏହା ମଧ୍ୟରେ ତାଙ୍କୁ ଆମେରିକାରୁ ଆଦେଶ ମିଳିଛି ଏବଂ ପୁଣିଥରେ ନିରାଶ ଭାବରେ ଫେରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ ରହିଛି ?

ଆର୍ଟିକେଲ-୩୭୦ ଧାରା ଉଚ୍ଛେଦ ହେଲାପରେ ପାକିସ୍ତାନର ଆକୁଳତା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ଫଳରେ ସେ ପୁରା ବିଶ୍ୱରେ ସାହାର୍ଯ୍ୟ ପାଇଁ କାକୁତି ମିନତୀ ହେଉଛି କିନ୍ତୁ ତାଙ୍କୁ କେଉଁଠାରୁ ମଧ୍ୟ ସହାୟତା ମିଳିବାର ସମ୍ଭାବନା ଦେଖାଯାଉ ନାହିଁ । ଏହି ସବୁ ମଧ୍ୟରେ ପାକିସ୍ତାନର ବିଶ୍ୱାସ ଆମେରିକା ଉପରେ ରହିଥିଲା କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ଆଘାତ ମିଳିଲା । ଏତିକି ହିଁ ନାହିଁ, ଆମେରିକା ଠାରୁ ସାହାର୍ଯ୍ୟର ଭିକ୍ଷା ମାଗିଥିବା ପାକିସ୍ତାନକୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯାହାପରେ ତାଙ୍କର ଶେଷ ଆଶା କେବଳ ଚୀନ ହିଁ ରହିଛି ।

ଆମେରିକା ପାକିସ୍ତାନର ମୁହଁ ଉପରେ ଚାପୁଡା ମାରିଛନ୍ତି :

କାଶ୍ମୀର ଘଟଣା ବିଷୟରେ ଆମେରିକାରୁ ସହାୟତା ମାଗିଥିବା ପାକିସ୍ତାନକୁ ସେଠାରୁ ନିଜ ମୁହଁରେ ଚାପୁଡା ଖାଇ ଫରିବାକୁ ପଡିଥିଲା । ପ୍ରକୃତରେ, ଆମେରିକାର ଜଣେ ଅଧିକାରୀ ପାକିସ୍ତାନକୁ ସିଧାସଳଖ କହିଛନ୍ତି ଯେ, ସେ କାଶ୍ମୀର ବିଷୟକୁ ନେଇ ଭାରତର ସମସ୍ତ କାର୍ଯ୍ୟ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ଏମିତି ପରିସ୍ଥିତିରେ ପାକିସ୍ତାନକୁ ମଧ୍ୟ ଆତଙ୍କବାଦକୁ ରୋକିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ଏବଂ ଯଦି ଏମିତି ନ ହୁଏ; ତେବେ ଏହାର ପରିଣାମ ବହୁତ ଭୟଙ୍କର ହେବ । ଅର୍ଥାତ ଏହାର ଅର୍ଥ ସ୍ପଷ୍ଟ ହେଉଛି ଯେ, ଆମେରିକା କୌଣସି ମତରେ ମଧ୍ୟ ପାକିସ୍ତାନକୁ ସାହାର୍ଯ୍ୟ କରିବ ନାହିଁ ଏବଂ ବର୍ତ୍ତମାନ ସେମାନଙ୍କର ଶେଷ ବିକଳ୍ପ ଚୀନ ହିଁ ରହିଛି ।

ପାକିସ୍ତାନ ନିଜ ଘରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ :

ଭାରତ ଏବଂ ପାକିସ୍ତାନର ଘଟଣା ଉପରେ ବକ୍ତବ୍ୟ ପ୍ରଦାନ କରି ଆମେରିକା କହିଛି ଯେ, ପାକିସ୍ତାନକୁ ଭାରତର ସୀମାରେଖାରେ ଉତ୍ତେଜନା ମୂଳକ କାର୍ଯ୍ୟ କରିବା ପରିବର୍ତ୍ତେ ନିଜ ଘରେ ଆତଙ୍କବାଦୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଫଳରେ ବିଶ୍ୱ ଆତଙ୍କବାଦ ମୁକ୍ତ ହୋଇପାରିବ । ଏହା ସହିତ ଆମେରିକା ଏହି ପୁରା ଘଟଣା ଉପରେ ଶାନ୍ତି ବଜାୟ ରଖିବା ପାଇଁ କହିଛନ୍ତି ଏବଂ ଚେତାବନୀ ମଧ୍ୟ ଦେଇଛନ୍ତି ଯେ, ଯଦି ପାକିସ୍ତାନ ଦ୍ୱାରା କିଛି ଏମିତି ସେମିତି ପଦକ୍ଷେପ ଉଠାଯିବ; ତେବେ ତାଙ୍କ ଉପରେ ଆମର ନଜର ରହିବ ।

ଆମେରିକା ଆର୍ଟିକେଲ- ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କଲେ :

ଜାମ୍ମୁ ଏବଂ କାଶ୍ମୀରରେ ଆର୍ଟିକେଲ- ୩୭୦ ଧାରା ଉଚ୍ଛେଦକୁ ଆମେରିକା ଖୋଲାଖୋଲି ଭାବେ ସମର୍ଥନ ଜଣାଇଲେ । ଯାହାପରେ ସେ ଏକ ବକ୍ତବ୍ୟ ଜାରି କରିଛନ୍ତି ଏବଂ କହିଛନ୍ତି ଯେ ଆମେ ଏହି ସମ୍ପୁର୍ଣ୍ଣ ଘଟଣା ଉପରେ ନଜର ରଖିଛୁ । ଏହା ସବୁ ବ୍ୟତୀତ ସେ ପାକିସ୍ତାନର ନାମ ନ ନେଇ ନିୟନ୍ତ୍ରଣ ରେଖାରେ ଉଭୟ ପକ୍ଷ ଶାନ୍ତି ବଜାୟ ରଖନ୍ତୁ ବୋଲି କହିଛନ୍ତି । କାହିଁକି ନା ଏହା ଦ୍ୱାରା ବିଶ୍ୱର ହିତ ସାଧିତ ହେବ । ଆପଣଙ୍କୁ କହି ରଖୁଛୁ ଯେ, ଆମେରିକା ଠାରୁ ବିତାଡିତ ହେଲା ପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଛି, ଏମିତି ପରିସ୍ଥିତିରେ ବର୍ତ୍ତମାନ ଦେଖିବାର ଅଛି ଯେ, ତାଙ୍କ ସାଥି ଚୀନ ଏହି ଘଟଣା ଉପରେ କଣ ପ୍ରତିକ୍ରିୟା ଦେବେ ।