ଆମେରିକୀୟ ଯୁବତୀ କୃଷକଙ୍କ ପ୍ରେମରେ ପଡି ସାତ ସମୁଦ୍ର ପାର କରି, ହୋଲି ଦିନ ବିବାହ କରିଥିଲେ ।

Spread the love

କଥାରେ ଅଛି ଯଦି ପ୍ରେମରେ କେହି ପଡନ୍ତି, ତାହାହେଲେ ସେ ସାତ ସମୁଦ୍ର ମଧ୍ୟ ପାର କରିଦେଇଥାଏ । ଏହିପରି ଗୋଟିଏ ଘଟଣା ମଧ୍ୟପ୍ରଦେଶର ହୋନଙ୍ଗାବାଦରେ ଦେଖାଯାଇଛି । ଘଟଣା ଅନୁସାରେ ପ୍ରେମିକା ନିଜ ପ୍ରେମିକକୁ ପାଇବା ପାଇଁ ଆମେରିକାରୁ ଭାରତ ଚାଲି ଆସିଥିଲେ । ଘଟଣାଟି ଏହିପରି ଅଟେ, ଶିବନୀ ମାଲବା ଗ୍ରାମର ବିଶୋନିକଲାର କୃଷକ ଦୀପକ ରାଜପୁତ (୩୬ ବର୍ଷ)କୁ ଆମେରିକୀୟ ଯୁବତୀ ଜେଳିକା ଲିଜେଥ୍ ଓରଫ ଜୁଲି (୪୦) ସହ ଫେସବୁକରେ ପ୍ରେମ ହୋଇଯାଇଥିଲା । ଯାହାପରେ ହୋଲି ଦିନ ବିବାହରେ ପରିଣତ ହୋଇଥିଲା ।

ଜେଳିକା ଲିଜେଥ୍ ଆମେରିକାର ମାନବ ସଂଶୋଧନ ବିଭାଗ (NDR)ର ଅଧିକାରୀ ଅଟନ୍ତି । ଦୀପକଙ୍କୁ ଆମେରିକୀୟ ପ୍ରେମିକା ସହ ପ୍ରଥମେ ଫେସବୁକରେ ବନ୍ଧୁତା, ଛ’ମାସ ପରେ ୱାଟସ୍-ଅପ୍ ରେ ଚାଟିଙ୍ଗ ପରେ ଫୋନରେ କଥାବାର୍ତ୍ତା ହୋଇ ପ୍ରେମରେ ପରିଣତ ହୋଇ ଶେଷରେ ବିବାହ ବନ୍ଧନରେ ଛନ୍ଦି ହୋଇଥିଲା ।

ବିଗତ ଦୁଇ ମାସ ହେବ ଜୁଲି ଭାରତ ଭ୍ରମଣରେ ଆସିଥିଲେ । ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଅନେକ ଥର ସାକ୍ଷାତ ହୋଇଥିଲା ଓ ପରେ ହୋଲି ଦିନ ନର୍ମଦା ନଦୀ କୂଳରେ ଥିବା ଚିତ୍ରଗୁପ୍ତ ମନ୍ଦିରରେ ବୈଦିକ ରୀତିନୀତିରେ ବିବାହ କରି ନେଇଥିଲେ । ଏହା ପରେ ଜୁଲି ଓ ଦୀପକ ମିଳିତ ଭାବରେ ହୋଲି ଖେଳି ଥିଲେ ଓ ୭ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବା ପାଇଁ ପ୍ରତିଜ୍ଞା କରିଥିଲେ ।

ଜୁଲି ଦକ୍ଷିଣ ଆମେରିକାର ଆଂବଳି ଟାସ୍ ବୋଲବିଆ ସହରର ବସିନ୍ଧା ଅଟନ୍ତି । ୩ ବର୍ଷ ପୂର୍ବରୁ କୃଷକ ଦୀପକଙ୍କ ସହ ଫେସବୁକ୍ ରେ ବନ୍ଧୁତା ହୋଇଯାଇଥିଲା । ବାଣିଜ୍ୟର ଛାତ୍ର ଦୀପକଙ୍କ ଇଂରାଜୀରେ କଥାବାର୍ତା ଶୈଳୀ ଓ ଦୀପକଙ୍କ ବିଚାରଧାରା ଜୁଲିଙ୍କୁ ବହୁତ ପ୍ରଭାବିତ କରିଥିଲା । ପରେ ଦୁଇ ଜଣଙ୍କ ମଧ୍ୟରେ ୱାଟସ୍-ଆପ୍ ରେ ଚାଟିଙ୍ଗ ଓ ପରେ ଫୋନରେ କଥାବାର୍ତା ଆରମ୍ଭ ହୋଇଯାଇଥିଲା । ପ୍ରଥମେ ବନ୍ଧୁତା ଓ ପରେ ପ୍ରେମର ସମ୍ପର୍କ ଗଢି ଉଠିଥିଲା । ଯେତେବେଳେ ଦୀପକ ଜୁଲିଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ ସେହି ମୁହୂର୍ତରେ ଜୁଲି ରାଜି ହୋଇଯାଇଥିଲେ । ଦୀପକ କହିଛନ୍ତି ଉଭୟଙ୍କ ପରିଜନମାନେ ଏହି ବିବାହରେ ଖୁସି ଅଛନ୍ତି ।

ଜୁଲି ଗତ ଦୁଇ ମାସ ହେବ, ଭାରତ ଭ୍ରମଣରେ ଆସିଥିଲେ । ଭାରତର ସଂସୃତି ଓ ବିଚାରଧାରା ଜୁଲିଙ୍କୁ ବହୁତ ପ୍ରଭାବିତ କରିଛି । ଜୁଲି କହିଛନ୍ତି, ଭାରତ ବହୁତ ଭଲ ଦେଶ ଅଟେ ଓ ଏହାର ଲୋକମାନେ ଭାରି ଭଲ ।

ଆଡଭୋକେଟ ଆନନ୍ଦ ଡୁବେଙ୍କ ଅନୁସାରେ ଦୀପକ ମୋ ପାଖକୁ ଆସିଥିଲା ଓ କହିଥିଲା ସେ ଦକ୍ଷିଣ ଆମେରିକାର ଜଣେ ଯୁବତୀ ସହ ବିବାହ କରିବାକୁ ଚାହୁଁଛି ସେହି ସମୟରେ ଆମେ ଜରୁରୀ କାଗଜ ପାତ୍ର ପ୍ରସ୍ତୁତ କରିଥିଲୁ ଓ ବର୍ତମାନ ସେ ଦୁହି ଜଣ ବୈଦିକ ରିତି ନୀତିରେ ବିବାହ କରୁଛନ୍ତି ।