ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦେବେ ଭାରତକୁ ବଡ ଝଟକା ? GSP ସୁବିଧା ଉଠାଇନେବ US, ମାଲ ବିକିବା ହେବ କଷ୍ଟସାଧ୍ୟ ।

Spread the love

ଆମେରିକାର ରାଷ୍ଟ୍ରପତି ଡନାଲଡ଼ ଟ୍ରମ୍ପ ଭାରତ ସହ GSP (ଜେନେରଲ ସିଷ୍ଟମ ଅଫ ପ୍ରେଫେରେନ୍ସ) ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ ଏହା ବିଷୟରେ ନିଜ ଦେଶ ନିଜ ସଂସଦକୁ ସୂଚନା ଦେଇଛନ୍ତି । ଭାରତ ବ୍ୟତୀତ ତୁର୍କୀ ମଧ୍ୟ ଅଛି ଯାହା ସହ ଆମେରିକା ଏହି କାରବାର ସମ୍ପର୍କ ଭାଙ୍ଗିବାକୁ ଯାଉଛି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ସୂଚନା ୟୁଏସ୍ ଟ୍ରେଡ଼ ରିପ୍ରେଜେନଟେଟିଭ୍ ରୋବର୍ଟ ଲାଇଟଜର ଦେଇଛନ୍ତି ।

ଜିଏସ୍ପି(GSP) କଣ?

ଜେନେରଲାଇଜଡ ସିଷ୍ଟମ ଅଫ ପ୍ରେଫେରେନ୍ସ ବା ଜି.ଏସ୍.ପି ଆମେରିକା ଟ୍ରେଡ଼ ପ୍ରୋଗ୍ରାମ ଅଟେ, ଯାହାଦ୍ଵାରା ଆମେରିକା ବିକାଶଶୀଳ ଦେଶ ଗୁଡିକର ଆଥିର୍କ ଉନ୍ନତି ପାଇଁ ବିନା ଟେକ୍ସରେ ସେମାନଂକ ସାମାନ୍ ବା ଜିନିଷକୁ ଆମଦାନୀ କରିଥାଏ । ଆମେରିକା ଦୁନିଆର ୧୨୯ଟି ଦେଶକୁ ଏହି ସୁବିଧା ଦେଇଛି ଯାହାଠାରୁ ସେ ୪୮୦୦ ଉତ୍ପାଦକୁ ଆମଦାନୀ କରୁଛି । ଆମେରିକା ଟ୍ରେଡ଼ ଏକ୍ଟ ଅନୁଯାୟୀ ୧ ଜାନୁଆରୀ ୧୯୭୬ ମସିହାରେ ଜି.ଏସ୍.ପି ଗଠନ ହୋଇଥିଲା।

ପୁରା କାର୍ଯ୍ୟ କଣ ଅଟେ ?

ରାଷ୍ଟ୍ରପତି ଟ୍ରମ୍ପଙ୍କ ତରଫରୁ ହୋଇଥିବା ନିଷ୍ପତ୍ତିରେ ଦସ୍ତଖତ କରାଯିବାର ୬୦ ଦିନର ନୋଟିସ ପଠାଯାଇଛି । ଜି.ଏସ୍.ପି ସମାପ୍ତ କରିବାର ଏହା ହିଁ ବୈଧ ପ୍ରକ୍ରିୟା ଅଟେ । ଭାରତ ଓ ତୁର୍କୀ ର ପାଖାପାଖି ୨୦୦୦ ଉତ୍ପାଦ ଅଛି ଯାହା ଉପରେ ଏହାର ପ୍ରଭାବ ପଡିବ । ଏହି ଉତ୍ପାଦରେ ଅଟୋ ପାର୍ଟସ, ଇଣ୍ଡଷ୍ଟ୍ରିଆଲ ବଲବ ଓ ଟେକ୍ସଟାଇଲ ମେଟେରିଆଲ ପ୍ରମୁଖ ଅଟେ । ରାଷ୍ଟ୍ରପତି ଚାହିଁଲି ଏହି ନିଷ୍ପତ୍ତି ଫେରାଇ ପାରିବେ । କିନ୍ତୁ ଏଥିପାଇଁ ଭାରତ ଓ ତୁର୍କୀକୁ ଆମେରିକା ପ୍ରଶାସନର ଚିନ୍ତା ଦୂର କରିବାକୁ ପଡିବ ।

୨୦୧୭ ମସିହାରେ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଭାରତ ଏପରି ଏକ ଏକାକୀ ଦେଶ ଥିଲା ଯାହାକୁ ଜି.ଏସ୍.ପି ଦ୍ୱାରା ସବୁଠୁ ଅଧିକ ଲାଭ ମିଳୁଥିଲା । ଭାରତ ଠାରୁ ଆମେରିକା ୫.୭ ବିଲିୟନ ଡ଼ଲାରର ଆମଦାନୀ, ବିନା କୌଣସି ଟେକ୍ସରେ କରିଥିଲା, ଯେତେବେଳେ ତୁର୍କୀ ଏହି ବାବଦରେ ୫ମ ସ୍ଥାନରେ ଥିଲା । ଆମେରିକା ତୁର୍କୀ ଠାରୁ ୧.୭ ବିଲିୟନ ଡ଼ଲାରର ଡ୍ୟୁଟି ମାଗଣାରେ ଆମଦାନୀ କରାଉଥିଲା । ଗତ ବର୍ଷ ଏପ୍ରିଲରେ ଆମେରିକା ଘୋଷଣା କରିଥିଲା ଯେ, ସେ ଭାରତ ଓ ତୁର୍କୀକୁ ମିଳୁଥିବା ଆରାମ ଉପରେ ବିଚାର କରିବ । କାରଣ ଆମେରିକାକୁ କିଛି ଡାଏରି ଓ ମେଡିକାଲ କମ୍ପାନୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଯେ, ଏଦ୍ୱାରା ସ୍ୱଦେଶୀ କାରବାର ଉପରେ ଗମ୍ଭୀର ପ୍ରଭାବ ପଡୁଛି ।

ଭାରତ ଓ ତୁର୍କୀ ଉପରେ କେତିକି ପ୍ରଭାବ ପଡିବ ?

ଆମେରିକାର ରାଷ୍ଟ୍ରପତି ଡନାଲଡ଼ ଟ୍ରମ୍ପ ନିଜ ନିଷ୍ପତ୍ତିର ପ୍ରଥମ ରୁ ହିଁ କହିଛନ୍ତି କି ଭାରତ ଆମକୁ ଏହି କଥାକୁ ନେଇ ଆଶ୍ବସ୍ତ କରିନାହିଁ । ସେ ନିଜ ବଜାରରେ ମଧ୍ୟ ଆମର ଉତ୍ପାଦକୁ କେତେ ସହଜରେ ବନାଇ ପାରିବ । ତୁର୍କୀ ବିଷୟରେ ଟ୍ରମ୍ପ କହିଛନ୍ତି କି ସେଠାକାର ଆର୍ଥିକ ଉନ୍ନତି ଦେଖିକରି ତାହାକୁ ବିକାଶଶୀଳ ଦେଶର ଶ୍ରେଣୀରେ ରଖି ପାରିବା ନାହିଁ ।

ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସେହି ସମୟରେ ସାମନାକୁ ଆସିଛି, ଭାରତରେ ନିର୍ବାଚନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା କଷ୍ଟକର ହୋଇପାରେ କାରଣ ନିର୍ବାଚନର ମାହୋଲରେ ଦେଶର ଆଥିର୍କ ପ୍ରଗତିର ଚିନ୍ତା ତାଙ୍କୁ ଵ୍ୟସ୍ତବିବ୍ରତ କରିପାରେ । ଅନ୍ୟ ପଟେ ଟ୍ରମ୍ପ ଏବଂ ତୁର୍କୀର ପ୍ରଧାନମନ୍ତ୍ରୀ ଅଦୋର୍ଗନଙ୍କ ସମ୍ବନ୍ଧରେ ଖଟାପଣ ଆସିଯାଇଛି । ସେଠାକାର ଅର୍ଥ ବ୍ୟବସ୍ଥା ମଧ୍ୟ ଦୁର୍ବଳ ହୋଇଯାଉଛି । ସେଠାରେ ମଧ୍ୟ ସାଧାରଣ ନିର୍ବାଚନ ଅଛି । ସେଥିପାଇଁ ଭାରତ ଓ ତୁର୍କୀ ଦୁଇ ଦେଶରେ ଏହି ନିଷ୍ପତ୍ତିର ଗମ୍ଭୀର ପ୍ରଭାବ ପଡିପାରିବ ।

ଆମେରିକାର ଏହି ନିଷ୍ପତ୍ତି ଉପରେ ଭାରତର ବାଣିଜ୍ୟ ସଚିବ ଅନୁପ ବାଧବା କହିଛନ୍ତି କି ଭାରତ ଓ ଆମେରିକା ମଧ୍ୟରେ ୫.୬ ବିଲିୟନ ଡ଼ଲାରର ବ୍ୟାପାର ଉପରେ ଏହାର କିଛି ଖାସ୍ ପ୍ରଭାବ ପଡିବ ନାହିଁ ।