ଭାରତର ମିଶନ ଶକ୍ତିକୁ ଆମେରିକା ସମର୍ଥନ ଦେଇଛି । ଆମେରିକା କହିଛି କଣ ପାଇଁ ଭାରତ ଏହିପରି କରିଛି ?

Spread the love

ଭାରତ ଦ୍ୱାରା ଏ-ସେଟର ପରୀକ୍ଷା ପରେ ଆମେରିକାର ୫ଟି କଥା ସାମ୍ନାକୁ ଆସିଛି ଓ ୨୭ ମାର୍ଚ୍ଚରେ ଭାରତ ଅନ୍ତରୀକ୍ଷରେ ତଳ ଶ୍ରେଣୀରେ ସେଟଲାଇଟକୁ ନଷ୍ଟ କରିଛି ।

ଆମେରିକା, ଭାରତ ଦ୍ୱାର କରାଯାଇଥିବା ଏ-ସେଟ ପରୀକ୍ଷାର ସମର୍ଥନ କରିଛି ଓ ଆମେରିକା ରକ୍ଷାମନ୍ତ୍ରାଳୟ ପେଟାଗନ୍ ୧୧ ଏପ୍ରିଲରେ କହିଛି, ଭାରତ ଅନ୍ତରୀକ୍ଷରେ ଥିବା ବିପଦକୁ ନେଇ ଚିନ୍ତାରେ ରହିଥିଲା, ଏହି କାରଣରୁ ଭାରତ ଏ-ସେଟର ପରୀକ୍ଷଣ କରିଛି । ଭାରତୀୟ ରକ୍ଷା ଅନୁସନ୍ଧାନ (ଡିଆପଜିଓ) ୨୭ ମାର୍ଚ୍ଚରେ ଏଣ୍ଟି ସେଟେଲାଇଟ୍ ମିସାଇଲର ପରୀକ୍ଷା କରାଇଛି ଏବଂ ଏହି ସମୟରେ ପାଖାପାଖି ୩୦୦ କିଲୋମିଟର ଦୂରରେ ପୃଥିବୀର ତଳ ସ୍ତରରେ ଲାଇବ୍ ସେଟେଲାଇଟକୁ ସଫଳତାର ସହ ନଷ୍ଟ କରିଛି । ଭାରତ ଏହି ଶକ୍ତି ହାସଲ କରିବାରେ ଆମେରିକା, ରୁଷ ଓ ଚୀନ ପରେ ଚତୁର୍ଥ ଦେଶ ରୂପେ ପରିଗଣିତ ହୋଇଛି । ଭାରତର ମିଶନ ଶକ୍ତିକୁ ଆମେରିକା ସମର୍ଥନ କରିଛି । ଜାଣନ୍ତୁ ପୁରା ଘଟଣା ।

ଭାରତର ମିଶନ ଶକ୍ତିକୁ ଆମେରିକା ସମର୍ଥନ କରିଛି :

ଭାରତର ଏହି ବିଜୟର ସନ୍ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି । ଭାରତର ଏହି ସଫଳତା ଫଳରେ ଦୁନିଆର ବଡ଼ ବଡ଼ ଦେଶ ଭାରତକୁ ଶୁଭକାମନା ଅର୍ପଣ କରିଛନ୍ତି । କିନ୍ତୁ ଆମେରିକାର ୪ଟି ବୟାନ ଏପରି କିଛି ଥିଲା ।

୫ ଏପ୍ରିଲ- ପେନଟାଗାନ୍, ଏ-ସେଟକୁ ନେଇ କହିଛି ଏହା ବାୟୁମଣ୍ଡଳରେ ହିଁ ଜଳି ନଷ୍ଟ ହୋଇଯିବ ।

୩ ଏପ୍ରିଲ- ନାସା କହିଛି; ଭାରତୀୟ ସେଟଲାଇଟ୍ ନଷ୍ଟ ହୋଇ ୪୦୦ ଖଣ୍ଡ ହୋଇଛି । ଏହା ଅନ୍ତରୀକ୍ଷର କ୍ଲାସ ଚକ୍କର କାଟୁଥିଲା, ଯାହା ଫଳରେ ଇଣ୍ଟର୍ନେସ୍ନାଲ ସ୍ପେସ ଷ୍ଟେସନ ଏବଂ ସେଥିରେ ରହୁଥିବା ମହାକାଶଚାରୀଙ୍କୁ ବିପଦର ସଙ୍କଟ ଘାରିଥିଲା ।

୩୧ ମାର୍ଚ୍ଚ- ପେଣ୍ଟଗାନ ଭାରତର ମିଶନ ଶକ୍ତିର ଜାସୁସକୁ ଖାରଜ କରି କହିଛି; ଆମେରିକାକୁ ଏହି ଘଟଣା ପୂର୍ବରୁ ଜଣା ଥିଲା । ଆମେରିକା ରକ୍ଷା ବିଭାଗର ପ୍ରବକ୍ତା ଲେଫ୍ଟନେଣ୍ଟ ଡେଭିଡ଼ ଡବ୍ଲୁ ଏସ୍ଟିବର୍ଣ୍ଣ କହିଛନ୍ତି, ସେ କୌଣସି ପ୍ରକାରରେ ଭାରତର ଜାସୁସି କରିନାହାନ୍ତି କିନ୍ତୁ ଭାରତକୁ ସମର୍ଥନ କରିଛୁ ।

୨୯ ମାର୍ଚ୍ଚ- ଆମେରିକାର କାର୍ଯ୍ୟଭାର ରକ୍ଷାମନ୍ତ୍ରୀ ପେଟ୍ରିକ ସୋନହନ୍ କହିଛନ୍ତି; ସେ ଭାରତର ଏହି ପରୀକ୍ଷାର ରିସର୍ଚ୍ଚ କରୁଛନ୍ତି । ସେ ଦୁନିଆର କୌଣସି ଦେଶକୁ ଚେତାବନୀ ଦେଇଛନ୍ତି ଯେ, କୌଣସି ପରିସ୍ଥିତିରେ ମଧ୍ୟ ଭାରତ ପରି ଏଣ୍ଟି ସେଟେଲାଇଟ୍ ପରୀକ୍ଷଣର ବିଚାର କରୁଛନ୍ତି, ତେବେ ଅନ୍ତରୀକ୍ଷରେ କିଛି ମଧ୍ୟ ଅଂଶ ଛାଡି ଆସିପାରିବେ ନାହିଁ ।

ଭାରତର ଏହି ପରୀକ୍ଷା କରିବାର କାରଣ :

1. ୟୁଏସ୍ ସେଣ୍ଟ୍ରଜିକକ୍ ର କମାଣ୍ଡର ଜନରେଲ୍ ଜାନ୍ ହାଇଟନଙ୍କ ଅନୁସାରେ ଭାରତର ଏ-ସେଟକୁ ନେଇ ପ୍ରଥମ କଥା ହେଉଛି; ପରୀକ୍ଷା କଣ ପାଇଁ କରାଯାଇଥିଲା, ଏହାର ଉତ୍ତର ହେଉଛି ଅନ୍ତରୀକ୍ଷରେ ବିପଦ ମନେ କରାଯାଉଥିଲା ।

2. ହାଇଟନ, ସିନେଟ ଆମ୍ବର୍ଡ ସର୍ଭିସ କମିଟିକୁ ଏହା ମଧ୍ୟ କହିଛନ୍ତି; ଏହି ବିପଦ ଫଳରେ ଭାରତ ଅନ୍ତରୀକ୍ଷରେ ନିଜକୁ ଶକ୍ତିଶାଳୀ କରିବା ପାଇଁ ଚିନ୍ତା କରିଥିଲା । ସିନେଟରୋରେ ହାଇଟନଙ୍କୁ ଭାରତର ଏହି ପରୀକ୍ଷା ବିଷୟରେ ପ୍ରଶ୍ନ ପଚରା ଯାଇଥିଲା ।

3. ପେଣ୍ଟଗାନର ମୁଖ୍ୟ କମାଣ୍ଡର ହାଇଟନଙ୍କ ଅନୁସାରେ ଯଦି ଆପଣ ମାନଦଣ୍ଡ ବିଷୟରେ କହିବେ; ତେବେ ଏକ ଉତ୍ତରଦାୟୀ ଭରା କମାଣ୍ଡର ରୂପେ ମୋତେ ଅନ୍ତରୀକ୍ଷରେ କୌଣସି ଅଂଶବିଶେଷ ରହିବା ଉଚିତ୍ ନୁହେଁ ।

4. ସିନେଟର ଦଳ କେନ୍, ଭାରତର ଏହି ପରୀକ୍ଷାରେ ଚିନ୍ତା ପ୍ରକଟ କରି କହିଛନ୍ତି; ଆର୍ବିଟରେ ଏକ ସେଟଲାଇଟ୍ ନଷ୍ଟ କରାଯାଇଛି ଓ ଏହି ଉପଗ୍ରହର ୪୦୦ ଖଣ୍ଡ ହୋଇଯାଇଛି । ଏହି ଖଣ୍ଡ ଗୁଡିକ ମଧ୍ୟରୁ ୨୪ ଖଣ୍ଡ ଇଣ୍ଟର୍ନେସ୍ନାଲ ସ୍ପେସ ଷ୍ଟେସନ ପାଇଁ ବିପଦ ଅଟେ । ୨୦୦୭ ମସିହାରେ ଚୀନର ଏପରି ପରୀକ୍ଷଣ ଫଳରେ ସେଟଲାଇଟର ଖଣ୍ଡବିଖଣ୍ଡ ହୋଇଯାଇଥିଲା, ଯାହା ଫଳରେ ଆଜି ମଧ୍ୟ ବିପଦ ଘାରି ରହିଛି ।

ପେଣ୍ଟଗାନ ଓ ନାସାର ବୟାନରୁ ବିରୋଧାଭାଷ ଥିଲା :

1. ଭାରତର ମିଶନ ଶକ୍ତିକୁ ନେଇ ପେଣ୍ଟଗାନ ଓ ନାସାର ବୟାନରୁ ବିରୋଧାଭାଷର ଝଲକ ସ୍ପଷ୍ଟ ବାରି ହେଉଛି । ଯେଉଁଥିରେ ନାସାର ପ୍ରମୁଖ୍ୟ ଜିମ ବ୍ରାଇଡ଼ନଷ୍ଟାଇନ୍ ଅନ୍ତରୀକ୍ଷରେ ଏ-ସେଟର ୪୦୦ ଖଣ୍ଡ ହେବା କହିଛନ୍ତି ଓ ଏହି ଖଣ୍ଡ ଗୁଡିକ ଫଳରେ ଇଣ୍ଟରନ୍ୟାସନଲ୍ ସ୍ପେସ ଷ୍ଟେସନ ଉପରେ ବିପଦ ଅଛି କହିଛନ୍ତି ।ଦ୍ଵିତୀୟ ପକ୍ଷରେ କାର୍ଯ୍ୟବାହାକ ରକ୍ଷା ମନ୍ତ୍ରୀ ସନହନ୍ କହିଛନ୍ତି; ଖଣ୍ଡବିଖଣ୍ଡ ଗୁଡିକ ବାୟୁମଣ୍ଡଳରେ ପ୍ରବେଶ କଲେ ଜଳି ଯିବ ।

2. ଭାରତର ବୈଜ୍ଞାନିକ କହିଛନ୍ତି; ଏ-ସେଟର ଅଂଶବିଶେଷ ୪୫ ଦିନରେ ବିନାଶ ହୋଇଯିବ । କିନ୍ତୁ ଆମେରିକାର ସିକ୍ୟୁଋଟି କାଉନ୍ସିଲର ପ୍ରବକ୍ତା ଗେରେଟ୍ ମାକ୍ରିବର୍ଷଙ୍କ ଅନୁସାରେ ଆମେରିକା ଭାରତୀୟ ଏ-ସେଟର ଅଂଶବିଶେଷ ଉପରେ ନଜର ରଖିଛି, ଯାହା ଫଳରେ ମାନବ ନିର୍ମିତ ଅନ୍ତରୀକ୍ଷଯାନ ଓ ଆଇଏସଏସର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ ।