ସ୍ପେଶାଲ ରିପୋର୍ଟ : ଆମେରିକାର ଲାକହୀଡ଼ କମ୍ପାନୀ ବାୟୁସେନା ଅର୍ପଣ କଲେ ନୂଆ ଏଫ-21

Spread the love

ଆମେରିକା ବୈମାନିକ କମ୍ପାନୀ ଲାକହୀଡ଼ ମାର୍ଟିନ ଭାରତୀୟ ବାୟୁସେନା ପାଇଁ ଏଫ-16 ବ୍ଲାକ-70 ଧରଣର ଲଢୁଆ ବିମାନ ଠାରୁ ଆଗ ପିଢ଼ିର ନୂଆ ବିକଶିତ ବିମାନ ଏଫ- 21 ପ୍ରସ୍ତୁତ କରିଛନ୍ତି ।

ଏଠାରେ ଚାଲି ଥିବା ଭାରତୀୟ ରକ୍ଷା ପ୍ରଦର୍ଶନୀ ଏୟାର ଇଣ୍ଡିଆ-2019ରେ ଲାକହୀଡ଼ ମାର୍ଟିନ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ନୂଆ କିସମର ଲଢୁଆ ବିମାନ ଏଫ-21ର ମଡେଲ ଏଠାରେ ପ୍ରସ୍ତୁତ କରିଛନ୍ତି । କଥା ଏହା ଯେ, ଲାକହୀଡ଼ ମାର୍ଟିନ କମ୍ପାନୀ ଭାରତୀୟ ବାୟୁସେନା ପାଇଁ 110ଟି ଲଢୁଆ ବିମାନର ଯୋଗାଇବ । ସେଥିପାଇଁ ସେ ଏଫ-16, ବ୍ଲାକ-70 କିସମ ଭାରତୀୟ ବାୟୁସେନା ପାଇଁ ପ୍ରସ୍ତୁତ କରିଅଛି ।

ଲାକହୀଡ଼ ମାର୍ଟିନ ପ୍ରଥମରୁ ଏଫ-22 ରେପ୍ଟର ନାମକ 5ମ ପିଢ଼ିର ଲଢୁଆ ବିମାନର ବିକାଶ କରିଛି । ଆଉ ଆମେରିକୀୟ ବାୟୁସେନାରେ ଏହା ସାମିଲ ହୋଇ ସାରିଛି । ଲାକହୀଡ଼ ମାର୍ଟିନର ଅଧିକାରୀ ମାନଙ୍କ ମତରେ ଏଫ-21 ବିମାନ, ଏଫ-16 ଓ ଏଫ-22 ଭିତର ଅଧିକ କ୍ଷମତାଶାଳୀ ଅଟେ ।

ଏଠାରେ ଏଫ- 21 ମଲ୍ଟି ରୋଲ ଫାଇଟରର ପ୍ରଦର୍ଶନୀ କରି ଲାକହୀଡ଼ ମାର୍ଟିନ ଭାରତ ପ୍ରତି ନିଜର ପ୍ରତିବଦ୍ଧତା ଦେଖାଇଛି । ଲାକହୀଡ଼ ମାର୍ଟିନର ଅଧିକାରୀମାନଙ୍କ ମତରେ ଏହାର ଡିଜାଇନ ଖାସ୍ କରି ଭାରତୀୟ ବାୟୁସେନାର ଆବଶ୍ୟକତା ଅନୁଯାୟୀ କରାଯାଇଛି । ଏଫ -21 ଭାରତରେ ମେକ ଇନ ଇଣ୍ଡିଆ ଭିତରେ ଉତ୍ପାଦନ କରିବାର ପ୍ରସ୍ତୁତ କରାଯାଇଛି ।

ଲାକହୀଡ଼ ମାର୍ଟିନ କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ ଡାକ୍ତର ବିବେକ ଲାଲ ନୂଆ ଏଫ-21ର ବିକାଶରେ ଭାରତୀୟ ବାୟୁସେନାକୁ ନୂଆ ଉନ୍ନତ କିସମର ଲଢୁଆ ବିମାନ ଯୋଗାଇବାର ପ୍ରତିବଦ୍ଧତା ଦେଖେଇଛି । ଏହା ଦ୍ୱାରା ଭାରତୀୟ ରକ୍ଷା ଉଦ୍ୟୋଗକୁ ନୂଆ ଔଦ୍ୟୋଗିକ ସୁଯୋଗ ପ୍ରଦାନ ହେବ । ଏଥିରେ ଆମେରିକା ଓ ଭାରତ ଦୁହିଁଙ୍କର ଲାଭ ହେବ ।

ଲାକହୀଡ଼ ମାର୍ଟିନ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ଆଉ ଅନ୍ତରିକ୍ଷ ବୈମାନିକ କମ୍ପାନୀ ଅଟେ । ଦୁନିଆ ସାରା ବ୍ୟାପି ଥିବା ଏହି କମ୍ପାନୀ ପରିସରରେ 1,05,000 ରୁ ଅଧିକ ଷ୍ଟାଫ କାମ କରିଥାନ୍ତି । ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର ମେରିଲ୍ୟାଣ୍ଡର ବେଥେସଡାରେ ରହିଛି ।