ଶସ୍ତା ଫୋନ ଏବଂ ଇଣ୍ଟେର୍ନେଟ ଦେବା ପରେ ବର୍ତ୍ତମାନ ଶସ୍ତରେ ଘର ଦେବେ ଅମ୍ବନୀ !

Spread the love

ଦେଶରେ ଶସ୍ତା ଫୋନ ଓ ଶସ୍ତା ଇଣ୍ଟେର୍ନେଟ ସେବା ଯୋଗାଇବା ପରେ ଦୁନିଆର ୧୩ତମ ଓ ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବନୀ ଘର ଯୋଗାଇବା କ୍ଷେତ୍ରରେ ଏକ ବଡ ଧମାକା କରିବା ପାଇଁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ ମୁମ୍ବାଇରେ ସିଙ୍ଗାପୁର ସ୍ତରରେ ବିଶ୍ଵ ସ୍ତରୀୟ ମେଗାସିଟି ତିଆରି କରିବା ପାଇଁ ଯାଉଛି । ଗୋଟିଏ ଇଂରାଜୀ ଖବରକାଗଜରେ ଛପା ଯାଇଥିବା ଖବର ଅନୁସାରେ; ଏହି ମେଗାସିଟିରେ ଏୟାରପୋର୍ଟ, ପୋର୍ଟ ତଥା ସି-ଳିଙ୍ଗ କନେକ୍ଟିବିଟି ମଧ୍ୟ ରହିବ । ଏଥିରେ ପାଞ୍ଚ ଲକ୍ଷରୁ ଅଧିକ ଲୋକ ରହି ପାରିବେ । ଏହା ସହ ଏଥିରେ ବହୁତ ଗୁଡିଏ କମ୍ପାନୀ ମଧ୍ୟ ରହିବ । ଏହି ପ୍ରୋଜେକ୍ଟରେ ପାଖାପାଖି ୭୫ ଅରବ ଡଲାର ଟଙ୍କା ଖର୍ଚ ହେବାର ସମ୍ଭାବନା ରହିଛି ।

ରିଲାଏନ୍ସ ବିଶ୍ଵ ସ୍ତରରେ ଗୋଟିଏ ଇକୋନମିକ ହେବାପାଇଁ ଗତ ମାସରେ ନବି ମୁମ୍ବାଇ ଏସିଜେଡ୍ ରୁ ୨୧୦୦ କୋଟି ଟଙ୍କା ବ୍ୟୟରେ ୪୦୦୦ ଏକଡ ଜମି ଲିଜରେ ନେବା ପାଇଁ ଘୋଷଣା କରିଛି ।

NMSEZ ବିଶ୍ଵ ସ୍ତରୀୟ SEZ ଡେଭଲପୋ କରିବା ପାଇଁ ୨୦୦୬ ମସିହାରେ ଜମି ଦେଇଥିଲା ।

ଅମ୍ବନୀ ନିଜର ମହତ୍ବଆକାଂକ୍ଷା ପରିଯୋଜନାକୁ ବହୁତ ବ୍ୟାପକ ସ୍ତରରେ ଲଞ୍ଚ କରିପାରନ୍ତି ଯାହା ପୂର୍ବରୁ ଦେଖା ଯାଇନାହିଁ ।

ବିଶେଷାଜ୍ଞ ମାନଙ୍କ କହିବ ଅନୁସାରେ, ଘର ଯୋଗାଇବା କ୍ଷେତ୍ରରେ ଏହି ପ୍ରୋଜେକ୍ଟ ସଫଳ ହୋଇପାରିବ, ଯେପରି ଦୂରସଞ୍ଚାର କ୍ଷେତ୍ରରେ ଜିଓ ସଫଳ ହୋଇପାରିଛି ।

କହିବା ପାଇଁ ଗଲେ ରିଲାଏନ୍ସର ଏହି ପ୍ରୋଜେକ୍ଟ ଭାରତରେ ଏକ ନୂଆ ଇତିହାସ ଲେଖିପାରେ । ଯେଉଁସବୁ ସହର ଢାଞ୍ଚାରେ ଘର ସବୁ ତିଆରି ହୋଇଛି; ତାହାକୁ ରିଲାଏନ୍ସ ବଦଳାଇ ଦେଇପାରେ । ଏହି ପ୍ରୋଜେକ୍ଟର ଯେଉଁ ଚିତ୍ର ରହିଛି ତାହାକୁ ବଦଳାଇ ଦେଇପରେ । ସବୁଠୁ ବଡ କଥା ହେଉଛି, ନିଜେ ରେଲଏନ୍ସ ହିଁ ଏହି ପ୍ରଜେକ୍ଟର କମ କରୁଛି ଏବଂ ଡେଭଲପୋ ମଧ୍ୟ କରିବ । ଏହାସହ ସହର ତିଆରି ହେବ ପରେ ନିଜ ପ୍ରଶାସନକୁ ନିୟନ୍ତ୍ରଣ କରିପାରିବ । ଏହା ସ୍ପେଶାଲ ପ୍ଲାନିଂ ଆଥୋରିଟୀ ଲାଇସେନ୍ସ ମାଧ୍ୟମରେ ହେବ ଯାହା କମ୍ପାନୀକୁ ଏହି ଐତିହାସିକ ପ୍ରୋଜେକ୍ଟ ପାଇଁ ମିଳିଛି ।

ରିପୋର୍ଟ ଅନୁସାରେ, ଏହି ଲାଇସେନ୍ସ ଜରିଆରେ ଅମ୍ବନୀକୁ କମ ଟଙ୍କା ଲଗାଇବା ପାଇଁ ପଡିବ । ରିଲାଏନ୍ସ ଗ୍ରୁପ୍ ର ସଂସ୍ଥାପକ ଧିରୁଭାଇ ଅମ୍ବନୀ ପ୍ରଥମ ଥର ନବି ମୁମ୍ବାଇରେ ବିଶ୍ଵ ସ୍ତରୀୟ ସହର ବନେଇବା ପାଇଁ ଉପାୟ ନେଇ ଆସିଥିଲେ । ସେ ୮୦ ଦଶକରେ ଏହି ପ୍ରକାରର ପ୍ରୋଜେକ୍ଟ ବିଷୟରେ ଚିନ୍ତା କରିଥିଲେ । ଯଦି ଅମ୍ବନୀ ଏହି ପ୍ଳାନ ସଫଳ ହୁଏ; ତେବେ ମୁମ୍ବାଇର ଲୋକ ସଂଖ୍ୟା କିଛି ମାତ୍ରାରେ କମ ହୋଇ ପାରିବ ।