ଝିଅର ବିବାହ ପରେ ଅମ୍ବାନୀ ଦେଲେ ଜବରଦସ୍ତ ଉପହାର, ଜାଣିଲେ ଆଶ୍ଚର୍ଯ୍ୟ ହେବ….

Spread the love

ରିଲାଏନ୍ସ ଜିଓ ଯେବେଠାରୁ ଟେଲିକମ କ୍ଷେତ୍ରରେ ପାଦ ରଖିଛି ସେବେଠାରୁ ଭାରତୀୟ ଉପଭୋକ୍ତାମାନଙ୍କୁ ଜବରଦସ୍ତ ଉପହାର ମାନ ଦେଇଆସୁଛି । ଗତ ଦୁଇ ବର୍ଷ ହେଲା ଗ୍ରାହକ ମାନେ ଜିଓର ଶସ୍ତା ଆଉ ସୁନ୍ଦର ସୁନ୍ଦର  ଅଫର ଗୁଡିକର  ଲାଭ ଉଠାଉଇଛନ୍ତି । କିଛି ଦିନ ହେଲା ଜିଓର ବ୍ରଡବ୍ୟାଣ୍ଡ ସର୍ଭିସର ଲଞ୍ଚ ହେବାର ଖବର ଆସୁଅଛି । ଏହା ଅଗଷ୍ଟରେ ହୋଇ ଥିବା ଏଜିଏମ ବୈଠକରେ ଲଞ୍ଚ କରାଯାଇ ସାରିଛି । କିନ୍ତୁ ଏହି ସର୍ଭିସ ପାଇଁ ବର୍ତ୍ତମାନ ରେଜିଷ୍ଟ୍ରେସନ କରାଯାଉଛି ।

ମେଡିଆ ରିପୋର୍ଟସ୍ ର ଅନୁସାରେ , ରିଲାଏନ୍ସ ଜିଓର ଗିଗା ଫାଇବର ସର୍ଭିସକୁ ଏହି ବର୍ଷ ଶେଷ ଭିତରେ ଆରମ୍ଭ କରାଯାଇ ପାରେ । ଯେଉଁଥିରେ ଗ୍ରାହକ ମାନଙ୍କୁ 100 mbps ସ୍ପୀଡ଼ରେ 3 ମାସ ପାଇଁ 100 GB ହାଇସ୍ପୀଡ଼ ଡାଟା ଦିଆଯିବ । ଏହାର ବ୍ୟବହାର ପୁରା 3 ମାସ ଯାଏଁ ଗ୍ରାହକମାନେ କରିପାରିବେ । ତା’ସହିତ  ଅନଲିମିଟେଡ଼ ଭଏସ କଲ୍, ଆଉ HD ଭିଡ଼ିଓ କଲ୍ ର ସୁବିଧା ବି ଏହି ଅଫର ମାଧ୍ୟମରେ ଦିଆ ଯିବ ।

ରିଲାଏନ୍ସ ଜିଓର ଗିଗା ଫାଇବର କନେକ୍ସନର ଲାଭ ଉଠେଇବା ପାଇଁ ଗ୍ରାହକଙ୍କୁ 4,500 ଖର୍ଚ୍ଚ କରିବାକୁ ପଡିବ । ଆଉ ଅନ୍ୟ ବ୍ରଡବ୍ୟାଣ୍ଡର ଏହାକୁ କେବଳ 500 ଟଙ୍କା ଦେଇ ଏହାର ଲାଭ ଉଠେଇ ପାରିବେ । ଏଥିପାଇଁ ଡେନ ଆଉ ହେଥୱ ସହିତ ବୁଝାମଣା କରାଯାଇଛି । ଅର୍ଥାତ ଗ୍ରାହକମାନେ ଏହି ଦୁଇ କମ୍ପାନୀକୁ 500 ଟଙ୍କା ଦେଇ ଗିଗା ଫାଇବର କନେକ୍ସନ ପାଇପାରିବେ ।  ଯାହାକି ନୂଆ ଫାଇବର ଗିଗା କନେକ୍ସନ ପାଇଁ 4500 ଟଙ୍କା ସିକ୍ୟୁରେଟି ରୂପରେ ଜମା କରିବାକୁ ପଡିବ ଯାହାକି ରିଫଣ୍ଡବଲ ହେବ ।

ରିଲାଏନ୍ସ ଜିଓର ଗିଗା ଫାଇବର ସର୍ଭିସ ମାଧ୍ୟମରେ ଲାଇଭ ଟିଭିର ଆନନ୍ଦ ଉଠେଇ ପାରିବ । ଯେଉଁଥିରେ ସବୁ HD ଚ୍ୟାନେଲକୁ ଦେଖିବାର ସୁଵିଧା  ପାଇପାରିବେ । ଆଉ 4k କ୍ୱାଲିଟିର ଭିଡ଼ିଓ ଷ୍ଟ୍ରିମିଙ୍ଗ ଆଉ ଗେମିଙ୍ଗର ଲାଭ ଉଠେଇ ପାରିବ । ଆଉ ଏହା ଦ୍ୱାରା DTH ସର୍ଭିସ ପ୍ରଭାଇଟରସ୍ ଙ୍କ ପାଇଁ ମୁସ୍କିଲ ସାମ୍ନା ହୋଇପାରେ । ମୁକେଶ ଅମ୍ବାନୀ ତାଙ୍କର ଗ୍ରାହକ ମାନଙ୍କୁ ପର୍ବପର୍ବାଣୀରେ ବହୁତ ବଢିଆ ବଢିଆ ଅଫର ଦେଇ ଆସିଛନ୍ତି , ଆଉ ଏଥର ତାଙ୍କ ଝିଅ ବାହାଘର ଅବସରରେ ଗିଗା ସର୍ଭିସର ଉପହାର ଗ୍ରାହକମାନଙ୍କୁ ଦେଇପାରନ୍ତି ।