ଅମ୍ବାନୀ ପୁଣି ଦେଲେ JIO ୟୁଜର୍ସଙ୍କୁ ନୁଆଁ ଆଦେଶ ! କହିଲେ “ଏବେ ଏହି ଲୋକଙ୍କୁ…”

Spread the love

ଟେଲିକମର ଦୁନିଆରେ ଉତ୍ତେଜନା ଜାରି ରହିଛି । ରିଲାଏନ୍ସ JIOର ୟୁଜର ମାନଙ୍କୁ ଏହିଦିନ ଶକ୍ତ ଝଟକା ଲାଗିଛି । କମ୍ପାନୀ ତରଫରୁ ଏକ ବୟାନ ଜାରି କରାଯାଇ ମାଗଣା କଲିଂ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ଯାହା ପରେ ଲୋକଙ୍କ ମଧ୍ୟରେ କ୍ରୋଧଭାବ ଦେଖିବାକୁ ମିଳିଥିଲା । ଏହି ବିଷୟରେ ପୁଣିଥରେ ରିଲାଏନ୍ସ JIO ଏକ ବଡ଼ ଘୋଷଣା କରିଛି, ଯାହା କାରଣରୁ ୟୁଜର ମାନଙ୍କୁ ଶାନ୍ତି ମିଳିବ । ମାତ୍ର ଏହା କେବଳ କେତେଜଣ ୟୁଜରଙ୍କୁ ମିଳିପାରିବ । ରିଲାଏନ୍ସ JIO ତରଫରୁ ଜାରି ନୂଆ ବୟାନ ପରେ ୟୁଜରମାନେ ଶାନ୍ତିରେ ନିଃଶ୍ୱାସ ନେବେ ।

ରିଲାଏନ୍ସ JIO ତରଫରୁ ଜାରି ହେଲା ନୂଆ ଆଦେଶ :-

ଦେଶ ସାରା ରିଲାଏନ୍ସ JIOର ପାଖାପାଖି କୋଟିକୋଟି ୟୁଜର ଅଛନ୍ତି, ଯେଉଁ କାରଣରୁ ମାଗଣା କଲିଂ ବ୍ୟବସ୍ଥା ବନ୍ଦ କରିବାର ପ୍ରଭାବ ଅନେକ ଲୋକଙ୍କ ଉପରେ ପଡ଼ିଲା । ଏହି କାରଣରୁ ଲୋକମାନେ ବିରୋଧ କରିଲେ, ମାତ୍ର ଏହା ମଧ୍ୟରେ JIO ଏକ ନୂଆ ବୟାନ ଜାରି କଲା, ଯାହାପରେ ଗ୍ରାହକଙ୍କୁ ଟିକେ ଶାନ୍ତି ମିଳିବ । ୯ ଅକ୍ଟୋବରରେ ରିଲାଏନ୍ସ JIO ତରଫରୁ ମାଗଣା କଲିଂ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା, ଯାହାପରେ ଉତ୍ତେଜନା ବଢି ଯାଇଥିଲା । ମାତ୍ର ଏହା ମଧ୍ୟରେ ଏକ ନୂଆ ବୟାନ କାରଣରୁ ମଧ୍ୟ ଲୋକଙ୍କ ମଧ୍ୟରେ କ୍ରୋଧଭାବ ବଢିବାରେ ଲାଗିଛି । ମାତ୍ର ଏଥିରୁ ଟିକେ ଶାନ୍ତି ମିଳିବ ।

୧୦ ଅକ୍ଟୋବରରେ ରିଲାଏନ୍ସ JIO ତରଫରୁ ଟ୍ୱିଟ କରାଯାଇଥିଲା, ଯେଉଁଥିରେ ମାଗଣା କଲିଂ ବ୍ୟବସ୍ଥାକୁ ନେଇ କଥା ଥିଲା । ଏଥିରେ କୁହାଯାଇଛି ଯେ, ସେହି ଲୋକମାନଙ୍କୁ କଲ୍ ପାଇଁ ପଇସା ଦେବାକୁ ପଡ଼ିବ ନାହିଁ, ଯେଉଁମାନେ ୯ ଅକ୍ଟୋବର ପୂର୍ବରୁ ରିଚାର୍ଜ କରିନେଇଥିବେ । ଏହାର ଅର୍ଥ ଯଦି ଆପଣ ୯ ଅକ୍ଟୋବର ପୂର୍ବରୁ ରିଚାର୍ଜ କରିଛନ୍ତି; ତା’ହେଲେ ଆପଣ ଅଲଗା ନେଟୱର୍କକୁ ମାଗଣା କଲିଂ କରିପାରିବେ ।ମାତ୍ର ଏହି ସୁବିଧା ସେତେପର୍ଯ୍ୟନ୍ତ ବଳବତ୍ତର ରହିବ ଯେତେପର୍ଯ୍ୟନ୍ତ ଅପଣଙ୍କର ପ୍ୟାକ ସକ୍ରିୟ ଅଛି ଏବଂ ଯେତେବେଳେ ଅପଣଙ୍କର ପ୍ୟାକ ସରିଯିବ, ସେତେବେଳେ ଆପଣଙ୍କୁ ଏକ ମିନିଟ ପାଇଁ ୬ ପଇସା ଦେବାକୁ ପଡ଼ିବ ।

ରିଲାଏନ୍ସ JIO କରିଥିଲା ଘୋଷଣା :-

୯ ଅକ୍ଟୋବରରେ JIO ତରଫରୁ ବୟାନ ଆସିଥିଲା ଯେ, ଏବେ ଠାରୁ ଅନ୍ୟ ନମ୍ବରକୁ କଲ୍ କରିବାକୁ ୬ ପଇସା ପ୍ରତି ମିନିଟ ଦେବାକୁ ପଡ଼ିବ, ଯାହାଦ୍ଵାରା ୟୁଜର୍ସ ମାନଙ୍କୁ ଝଟକା ଲାଗିଥିଲା ଏବଂ କୁହାଯାଇଛି ଯେ, ଏହି ଅସୁବିଧା ଆଗାମୀ ସୂଚନା ପର୍ଯ୍ୟନ୍ତ ରହିବ । ଏଥିପାଇଁ ୧ ଜାନୁୟାରୀ ୨୦୨୦ ତାରିଖ ଠିକ କରାଯାଇଛି ଓ କୁହାଯାଉଛି ଯେ ଏହା ପରେ ଆପଣ ପୁଣିଥରେ ମାଗଣା କଲିଂ ବ୍ୟବସ୍ଥାର ଲାଭ ଉଠାଇ ପାରିବେ, ମାତ୍ର ଯେଉଁଥିପାଇଁ ଏବେ ଅନେକ ସମୟ ଅଛି । ଏହି ନିର୍ଣ୍ଣୟ ପରେ ସମସ୍ତେ ଅମ୍ବାନୀର ନୀତିର ବିରୋଧ କରିଛନ୍ତି । ଯାହାପରେ ଗ୍ରାହକ ମାନଙ୍କୁ ଟିକେ ଆଶ୍ୱାସନା ଦିଆଯାଇଛି ।

କାହିଁକି ଓଲଟେଇବାକୁ ପଡ଼ିଲା ନିର୍ଣ୍ଣୟ :-

ପ୍ରକୃତରେ ଯେତେବେଳେ ଲୋକଙ୍କୁ ଜଣାପଡ଼ିଲା ଯେ ଏବେ ତାଙ୍କୁ ପଇସା ବ୍ୟୟ କରିବାକୁ ପଡ଼ିବ ଓ ତାଙ୍କର ପ୍ଲାନ ପାଣିରେ ବୁଢି ଗଲା, ସେତେବେଳେ ଲୋକଙ୍କ ମଧ୍ୟରେ କ୍ରୋଧଭାବ ଦେଖା ଦେଇଥିଲା ଏବଂ ଏମିତିରେ ଲୋକଙ୍କର ଭାବନାକୁ ବୁଝି କମ୍ପାନୀ ତରଫରୁ କୁହାଯାଇଥିଲା ଯେ, ଯେଉଁ ଲୋକଙ୍କ ପାଖରେ ପ୍ଲାନ ଉପଲବ୍ଧ ଅଛି; ସେମାନେ ପ୍ଲାନ ସରିବା ପର୍ଯ୍ୟନ୍ତ ମାଗଣା କଲିଂ କରିପାରିବେ । ଯାହାଦ୍ୱାରା ଲୋକଙ୍କ ଭିତରେ ଟିକେ ଶାନ୍ତି ଦେଖିବାକୁ ମିଳିଥିଲା । ଏମିତିରେ ଲୋକଙ୍କ ଭିତରେ କ୍ରୋଧ ଶାନ୍ତ ହୋଇନାହିଁ । କାରଣ ସେମାନଙ୍କୁ ଲାଗୁଛି ଯେ JIO ସେମାନଙ୍କୁ ଠକିଛି ।

JIO ଏହି ନୀତି ବିରୋଦ୍ଧରେ ଆପଣଙ୍କ ମତାମତ କଣ Comment କରି ଜାଣନ୍ତୁ !