ମିତ୍ରଙ୍କ ପତ୍ନୀଙ୍କ ସହିତ ପ୍ରେମ ସମ୍ପର୍କ ! ହରାଇ ପାରନ୍ତି : – ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଠାରୁ ମଧ୍ୟ ଅଧିକ ସମ୍ପତ୍ତି ଏହି ଅରବପତିଙ୍କ

Spread the love

ଜେଫ୍ ବେଜୋସ୍ ଙ୍କ ରହିଥିବା ସମ୍ପତ୍ତି ବ୍ଲୁବର୍ଗ ବିଲୀୟନେୟର୍ସ ତାଲିକା ଅନୁସାରେ, 137 ବିଲିଅନ ଡଲାର ଅଛି । କିନ୍ତୁ ଛାଡପତ୍ର ପରେ ବେଜୋସ୍ ଙ୍କ ନିଜ ପତ୍ନୀକୁ ଅଧା ସମ୍ପତ୍ତି ଯାହା ପାଖାପାଖି 69 ବିଲିଅନ ଡଲାର , ଦେବାକୁ ପଡିପାରେ ।

ଦୁନିଆର ସବୁଠାରୁ ଅମୀର ବ୍ୟବସାୟୀ ଜେଫ୍ ବେଜୋସ୍ ନିଜ ପତ୍ନୀ ମେକେଂଜି ବେଜୋସ୍ ସହ ଛାଡପତ୍ର ନେବାକୁ ଯାଉଛନ୍ତି । ଏହି ଛାଡପତ୍ର ଜେଫ୍ ବେଜୋସ୍ ଙ୍କ ସମ୍ପତ୍ତି ରୁ ଅଧା ସମ୍ପତ୍ତି ହରାଇ ପାରନ୍ତି । ଜେଫ୍ ବେଜୋସ୍ ଙ୍କ ରହିଥିବା ସମ୍ପତ୍ତି ବ୍ଲୁବର୍ଗ ବିଲୀୟନେୟର୍ସ ତାଲିକା ଅନୁସାରେ, 137 ବିଲିଅନ ଡଲାର ଅଛି । କିନ୍ତୁ ଛାଡପତ୍ର ପରେ ବେଜୋସ୍ ଙ୍କ ନିଜ ପତ୍ନୀକୁ ଅଧା ସମ୍ପତ୍ତି ଯାହା ପାଖାପାଖି 69 ବିଲିଅନ ଡଲାର , ଦେବାକୁ ପଡିପାରେ । ୟୁଏସ ବେଷ୍ଟ ଟେବୁଲାୟଡ଼ ନେସନଲ ଇକନୋବାୟୋରର ଦ୍ୱାରା ଦେଖିବା ତେବେ ଜେଫ୍ ବେଜୋସ୍ ଙ୍କ ପ୍ରେମ ସମ୍ପର୍କ ନିଜ ସାଙ୍ଗର ପତ୍ନୀ ସହିତ ଚାଲିଥିଲା । ସେହି ପ୍ରେମ ସମ୍ପର୍କ ଯୋଗୁଁ ସେ ନିଜ ପତ୍ନୀଙ୍କ ସହିତ ଛାଡପତ୍ର ନେବା ପାଇଁ ନିସ୍ପତି ନେଇଛନ୍ତି । ନେସନଲ ଇକନୋବାୟୋରର ଖବର ମୁତାବକ ଜେଫ୍ ବେଜୋସ୍ ନିଜ ସାଙ୍ଗ ପେଟ୍ରିକ୍ ବିଟସେଲଙ୍କ ପତ୍ନୀ 49 ବର୍ଷିୟ ପୂର୍ବ ନ୍ୟୁଜ ଏଙ୍କର ଓ ହେଲିକପ୍ଟର ପାୟଲେଟ ଲରେନ୍ନ ସଂଛେଜ ଙ୍କୁ ଡେଟ କରୁଛନ୍ତି ।

ଲରେନ୍ନ ସଂଛେଜ ନିଜ ପତିଙ୍କ ସହିତ ଛାଡପତ୍ର ଦେଇସାରିଛନ୍ତି । ଜେଫ୍ ବେଜୋସ୍ ଇ କୋମର୍ସ କମ୍ପାନୀ ଅମେଜନ୍ ର ମାଲିକ ଅଟନ୍ତି । ଏହା ସହିତ ଜେଫ୍ ୱାସିଂଟୋନ ପୋଷ୍ଟ ଖବରକାଗଜ ର ମଧ୍ୟ ମାଲିକ ଅଟନ୍ତି । ଆମେରିକୀୟ ସମ୍ବାଦଙ୍କ କହିବା ଅନୁସାରେ ଜେଫ୍ ବେଜୋସ୍ ଓ ତାଙ୍କ ପତ୍ନୀ ଙ୍କ ମଧ୍ୟରେ ବାହାହେବା ପୂର୍ବରୁ କିଛି ମଧ୍ୟ ଏଗ୍ରିମେନ୍ଟ ହୋଇନଥିଲା । ଯାହା ଦ୍ୱାରା ଛାଡପତ୍ର ରେ ଜେଫ୍ ବେଜୋସ୍ ଙ୍କୁ ନିଜ ସମ୍ପତ୍ତି ରୁ ଅଧା ସମ୍ପତ୍ତି ମେକେଂଜି ଙ୍କୁ ଦେବାକୁ ପଡିପାରେ । ଜେଫ୍ ବେଜୋସ୍ ଙ୍କ ପାଖରେ ଆମେରିକାରେ 4,00,000 ଏକୋଡ଼ ଜମିର ମାଲିକ ଅଟନ୍ତି । ଛାଡପତ୍ର ପରେ ଏହି ଜମିର ମଧ୍ୟ ଭାଗ ହୋଇପାରେ ।