ଜୀବନରେ ଅନେକ ସମସ୍ୟା ଆସିଲେ ମଧ୍ୟ ନିଜର ବିଚାରକୁ ସର୍ବଦା ସକରାତ୍ମକ ହିଁ ରଖନ୍ତୁ ।

Spread the love

ପ୍ରେରଣା ଦାୟକ କାହାଣୀ : ଗୋଟିଏ ଦୁଃଖୀ ବ୍ୟକ୍ତିକୁ ଜଣେ ସନ୍ଥ ଗାଈମାନଙ୍କର ଦାୟିତ୍ୱ ଦେଲେ ଏବଂ ପରେ ତାକୁ ଜୀବନରେ ଶୁଖି ହେବାର ରହସ୍ୟ ବତାଇଲେ…

ଜଣେ ବ୍ୟକ୍ତି ସର୍ବଦା ଦୁଃଖରେ ରହୁଥିଲେ । କାହିଁକି ନା ସେହି ବ୍ୟକ୍ତିର ଜୀବନରେ କୌଣସି ନା କୌଣସି ସମସ୍ୟା ଲାଗି ରହୁଥିଲା । ଏହି ସମସ୍ତ ସମସ୍ୟା ଯୋଗୁଁ ବ୍ୟକ୍ତି ଜଣକ ନିରାଶମୟ ଜୀବନ ଯାପନ କରୁଥିଲେ । ଗୋଟିଏ ଦିନ ସେହି ବ୍ୟକ୍ତିର ଗ୍ରାମରେ ଏକ ଯଜ୍ଞର ଆୟୋଜନ ହେଲା ଏବଂ ସେହି ଯଜ୍ଞ କରିବା ପାଇଁ ଅନେକ ମହାନ୍ ସନ୍ଥଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ପ୍ରତିଦିନ ଗ୍ରାମବାସୀମାନେ ଏହି ଯଜ୍ଞକୁ ଦେଖିବା ପାଇଁ ଆସୁଥିଲେ । ଗୋଟିଏ ଦିନ ଏହି ବ୍ୟକ୍ତି ମଧ୍ୟ ନିଜର ସାଙ୍ଗ ସହ ସେହି ଯଜ୍ଞ ଦେଖିବାକୁ ଗଲା । ସେହି ସମୟରେ ଏହି ବ୍ୟକ୍ତିକୁ ତାର ସାଙ୍ଗମାନେ କହିଲେ ଯେଉଁ ସନ୍ଥ ଏହି ଯଜ୍ଞ କରୁଛନ୍ତି, ତାଙ୍କ ପାଖରେ ସମସ୍ତ ସମସ୍ୟାର ସମାଧାନ ଅଛି । ସେଥିପାଇଁ ତୁମେ ଥରଟି ସନ୍ଥ ସହ କଥା ହୁଅ । କିଏ ଜାଣେ ! ସେ ତୁମ ସମସ୍ୟାର ସମାଧାନ ବାହାର କରି ଦେଇପାରନ୍ତି ।

ଯେମିତି ଯଜ୍ଞ ସରିଲା, ସେହି ବ୍ୟକ୍ତି ଜଣକ ଶୀଘ୍ର ଜଣେ ସନ୍ଥଙ୍କ ପାଖକୁ ଗଲା ଏବଂ ସନ୍ଥଙ୍କୁ ନମସ୍କାର କରି କହିଲା, ମୁଁ ଶୁଣିଛି କି ଆପଣଙ୍କ ପାଖରେ ସମସ୍ତ ସମସ୍ୟାର ସମାଧାନ ଅଛି । କ’ଣ ଆପଣ ମୋର ସହାୟତା କରିବେ ? ସନ୍ଥ ଜଣକ ବ୍ୟକ୍ତିକୁ କହିଲେ, ତୁମକୁ କେଉଁ ସମସ୍ୟା ଅଛି ? ସେହି ବ୍ୟକ୍ତି କହିଲା, ମୋ ଜୀବନରେ ଗୋଟିଏ ସମସ୍ୟା ଶେଷ ହେବା ପରେ, ଅନ୍ୟ ଏକ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ସେଥିପାଇଁ ଆପଣ କିଛି ଏମିତି ଉପାୟ କୁହନ୍ତୁ; ଯାହାଦ୍ଵାରା ସମସ୍ତ ସମସ୍ୟା ଶେଷ ହୋଇଯିବ ।

ସନ୍ଥ ଜଣକ ସେହି ବ୍ୟକ୍ତିକୁ କହିଲେ, ଗୋଟିଏ କାମ କର ମୋ ସାଥିରେ ମୋ ଆଶ୍ରମକୁ ଚାଲ, ସେଠାରେ ଆରାମରେ ବସି ମୁଁ କିଛି ଉପାୟ ବାହାର କରିବି, ଯାହାଦ୍ଵାରା ତୁମର ସମସ୍ୟା ଦୂର ହୋଇପାରିବ । ସେହି ବ୍ୟକ୍ତି ସନ୍ଥଙ୍କ କଥାକୁ ମାନି, ସନ୍ଥ ସହ ତାଙ୍କ ଆଶ୍ରମକୁ ଚାଲିଗଲା । ଆଶ୍ରମରେ ପହଞ୍ଚିବା ପରେ ସନ୍ଥ ଜଣକ ସେହି ବ୍ୟକ୍ତିକୁ କହିଲେ, ମୋ ଆଶ୍ରମରେ ଗୋଟିଏ ଗୋଶାଳା ଅଛି ଏବଂ ସେହି ଗୋଶାଳାରେ ଅନେକ ଗାଈ ଅଛନ୍ତି । ମୁଁ ଅଧିକ ଥକି ଯାଇଛି । ସେଥିପାଇଁ ତୁମେ ଗୋଶାଳାକୁ ଯାଇ ସେହି ଗାଈମାନଙ୍କୁ ଚାରା ଦେଇ ଦିଅ ଏବଂ ଯେତେବେଳେ ଏହି ଗାଈମାନେ ବିଶ୍ରାମ କରିବେ, ସେତେବେଳେ ତୁମେ ମଧ୍ୟ ବିଶ୍ରାମ କରିବ । ସନ୍ଥଙ୍କ ଆଜ୍ଞାକୁ ମାନି, ସେହି ବ୍ୟକ୍ତି ଗାଈଙ୍କ ପାଖକୁ ଯାଏ ଏବଂ ସବୁ ଗାଈଙ୍କୁ ଚାରା ଦେଉଥାଏ ଏବଂ ଗାଈଙ୍କ ଶୋଇବାର ଅପେକ୍ଷା କରିଥାଏ ।

ତା’ପର ଦିନ ସନ୍ଥ ଗୋଶାଳାକୁ ଆସନ୍ତି ଏବଂ ସେହି ବ୍ୟକ୍ତିଙ୍କୁ ପଚାରନ୍ତି, ତୁମକୁ ଏଠାରେ ନିଦ କେମିତି ହେଲା ? ସେହି ବ୍ୟକ୍ତି ସନ୍ଥକୁ କହିଲା କି ମୁଁ ସାରା ରାତି ଶୋଇ ପାରିଲି ନାହିଁ । କାହିଁକି ନା ଯେତେବେଳେ ଗୋଟିଏ ଗାଈ ଶୋଇ ଯାଉଥିଲା, ସେତେବେଳେ ଅନ୍ୟ ଗାଈ ଉଠି ଯାଉଥିଲା । ଏହି ପ୍ରକାର ହେବା ଯୋଗୁଁ ଗାଈମାନେ ମୋତେ ସାରା ରାତି ଶୋଇବାକୁ ଦେଲେ ନାହିଁ । ଏହି କଥା ଶୁଣି ସନ୍ଥ କହିଲେ, ଆମର ଜୀବନରେ ଆସୁଥିବା ସମସ୍ୟା ମଧ୍ୟ ଏହି ଗାଈମାନଙ୍କ ଭଳି ହୋଇଥାଏ । ଯେତେବେଳେ ଗୋଟିଏ ସମସ୍ୟା ଶେଷ ହୋଇଯାଏ; ସେତେବେଳେ ଅନ୍ୟ ଏକ ସମସ୍ୟା ଆସି ଯାଇଥାଏ । ସେଥିପାଇଁ ଏହି ସମସ୍ୟା ଯୋଗୁଁ ବ୍ୟଥିତ ହୋଇ ଦୁଃଖୀ ହେବା ଉଚିତ ନୁହେଁ ବରଂ ଆତ୍ମବିଶ୍ଵାସର ସହ ଏହି ସମସ୍ୟା ଗୁଡିକ ସହ ମୁକାବିଲା କରିବା ଆମର ଶ୍ରେୟସ୍କାର ।

ଯେତେବେଳେ ବି ସମସ୍ୟା ଆସେ, ତୁମେ ତାର ଦୃଢତାର ସହିତ ସାମ୍ନା କର ବରଂ ସେହି ସମସ୍ୟା ଯୋଗୁଁ ଦୁଃଖୀ ହୋଇ ଭାଙ୍ଗି ପଡ ନାହିଁ । ସମସ୍ୟା ଆସିବା ପରେ ନିଜର ବିଚାରକୁ ଯଦି ସକାରାତ୍ମକ ରଖାଯାଏ; ତେବେ ସମସ୍ୟାର ଶୀଘ୍ର ସମାଧାନ ହୋଇ ଯାଇଥାଏ । ସନ୍ଥଙ୍କ କଥା ଶୁଣି ସେହି ବ୍ୟକ୍ତିଟି ବୁଝିଗଲା ଯେ, ଜୀବନ ସାରା ତୋ ସମସ୍ୟା ଲାଗି ରହିଥିବ।; ସେଥିପାଇଁ ସମସ୍ୟାକୁ ନେଇ ଦୁଃଖୀ ହେବା ଦ୍ଵାରା କୌଣସି ଫାଇଦା ହୋଇନଥାଏ ବରଂ ଆଗକୁ ବଢିଯିବା ହିଁ ଭଲ ହୋଇଥାଏ ।

କାହାଣୀରୁ ଆମକୁ ଏହି ଶିକ୍ଷା ମିଳେ ଯେ, ଜୀବନରେ ଅନେକ ସମସ୍ୟା ଆସିଥାଏ, ସେଥିପାଇଁ ଆପଣ ସମସ୍ୟା ପାଇଁ ଦୁଃଖୀ ହୁଅନ୍ତୁ ନାହିଁ ଏବଂ ସର୍ବଦା ସକରାତ୍ମକ ହିଁ ଭାବନ୍ତୁ ।