ଭତ୍ତା ଟଙ୍କା ୫ଶହ,ଟଙ୍କାକୁ ଅଣିବା ପାଇଁ ଅଟୋ ଭଡ଼ା ୫୦୦ ଟଙ୍କା ଦେଇ ଗଲେ ବ୍ୟାଙ୍କ,ହେଲେ ଲିଙ୍କ ଫେଲ ମିଳିଲାନି ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାରଙ୍କ ବାର୍ଧକ୍ୟ ଭତ୍ତା ଟଙ୍କା ୫୦୦ । ଆଉ ସେହି ଭତ୍ତାକୁ ଆଣିବା ପାଇଁ ଅଟୋଭଡା ୫୦୦ ଟଙ୍କା ଦେଇଗଲେ ବ୍ୟାଙ୍କ । ହେଲେ ଲିଙ୍କ୍ ଫେଲ ହେବାରୁ ଗାଲ ଆଉଁଶିକି ଘରକୁ ଆସିଲେ । ଭତ୍ତା ଟଙ୍କା ତ ମିଳିଲାନି ହେଲେ ୧୦ଦିନର ରୋଜଗାର ପରେ ଯାହା ସଞ୍ଚୟ କରିଥିଲେ ସେସବୁ ମଧ୍ୟ ଚାଲିଗଲା । ବୃନ୍ଧ ଦମ୍ପତି ମାସକ ଅପେକ୍ଷା କରି ରହିଥିଲେ କେବେ ଭତ୍ତା ଟଙ୍କା ମିଳିବ । ଭତ୍ତା ଟଙ୍କା ଆଣି ଔଷଧ ସହ ଡାଲି ଚାଉଳ ଆଣିବେ ।

ହେଲେ ବ୍ୟାଙ୍କରେ ଲିଙ୍କ୍ କଟିଯିବାରୁ ଦମ୍ପତିଙ୍କୁ ତ ଭତ୍ତା ଟଙ୍କା ୫୦୦ ମିଳିଲାନି ହେଲେ ପକେଟରୁ ଅଟୋ ଭଡ଼ା ୫୦୦ ଟଙ୍କା ଚାଲିଗଲା । ଏମିତି କିଛି ଦୁଃଖଦ ଖବର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପସାପୁର ଗାଁ ରେ । ଖବର ମୁତାବିକ ମୁକୁନ୍ଦ ଓ ତାଙ୍କ ସ୍ତ୍ରୀ ବାର୍ଧକ୍ୟ ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ । ଗାଁ ରୁ ଏକ ଓଟ ଭଡା କରି ୯କିଲୋମିଟର ଦୂର ବ୍ୟାଙ୍କ ଅଫି ବରଦାକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଲିଙ୍କ୍ ଫେଲ ଥିବା ବ୍ୟାଙ୍କ କତ୍ତୃପକ୍ଷ କହିଥିଲେ ।

bhata

ଶେଷରେ ନିରାଶ ହୋଇ ଟଙ୍କା ନଉଠେଇ ପାଇଁ ନିରାଶ ହୋଇ ଖାଲି ହାତରେ ଘରକୁ ଫେରିଥିଲେ । ତେବେ ମୁକୁନ୍ଦ ବାର୍ଧକ୍ୟ ଜନିତ ରୋଗରେ ପିଡୀତ । ତାଙ୍କର ଗୋଡ ହାତ ଚାଲୁ ନାହିଁ । ଚିକିତ୍ସା ପାଇଁ ଅର୍ଥ ଜରୁରୀ ଥିଲା ବୋଲି ବାର୍ଧକ୍ୟ ଭତ୍ତା ବାବଦକୁ ଦୁହିଁଙ୍କର ୧୦୦୦ ଟଙ୍କା ଏବଂ କାଳିଆ ଯୋଜନାରେ ପାଇଁଥିବା ୨୦୦୦ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଓଟ ଭଡା କରି ଯାଇଥିଲେ ।

କିନ୍ତୁ ଲିଙ୍କ୍ ଫେଲ ପାଇଁ ଟଙ୍କା ତ ଉଠେଇ ପାରିଲେ ନାହିଁ କିନ୍ତୁ ୫୦୦ ଟଙ୍କା ଓଟ ଭଡା ଦେଲେ । ଏ ସମ୍ପର୍କରେ ସାମାଜିକ ସତ୍ଯବ୍ରତ ବେହେରାଙ୍କୁ ପଚାରିବାରୁ ସଚ୍ଚାସାହି ମାନଙ୍କୁ ତାଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚେଇବାକୁ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *