ସମସ୍ତଙ୍କୁ ଡ଼ରେଇ ରଖୁଥିବା ସଲମାନ ଖାନ୍ ଏହି ଅଭିନେତ୍ରୀଙ୍କ ପାଖରେ ଭୟଭୀତ ହେଉଥିଲେ । ଦେଖିବା ତୁରନ୍ତ ଗୋଡ଼, ହାତ ଥରୁଥିଲା ।

Spread the love

ବୋଲିଉଡ଼ରେ ଅନେକ ବଡ଼-ବଡ଼ ଓ ଅଧିକ ପ୍ରତିଭାଶାଳୀ ଅଭିନେତା ଅଛନ୍ତି । କେତେକ ଅଭିନେତା ମାନଙ୍କର ଯେଉଁଭଳି ପ୍ରଶଂସକ ଥିଲେ ଆଜି ମଧ୍ୟ ସେହିଭଳି ପ୍ରଶଂସକ ଅଛନ୍ତି । ସେହି ଅଭିନେତାମାନେ ହେଉଛନ୍ତି ସାହାରୁକ୍ ଖାନ୍, ସଲମାନ ଖାନ୍ ଓ ଅମୀର ଖାନ୍ । ଏମାନେ ସେହି ଅଭିନେତା ଅଟନ୍ତି ଯାହାର ସିନେମା ଦେଖିବାକୁ ଆଗରେ ଯେଉଁ ଭଳି ଭିଡ଼ ହେଉଥିଲେ, ଆଜି ବି ସେଭଳି ଭିଡ଼ ଦେଖିବାକୁ ମିଳୁଛି । ଆଜି ଆମେ ସେହି ତିନୋଟି ଖାନ୍ ମଧ୍ୟରୁ ଜଣଙ୍କ ବିଷୟରେ କହିବାକୁ ଯାଉଛୁ । ସଲମାନ ଖାନ୍ ଜଣେ ହିଁ ବୋଲିଊଡ଼ ର ଏଭଳି ଅଭିନେତା ଅଟନ୍ତି, ଯାହାଙ୍କ ଚର୍ଚ୍ଚା ମିଡ଼ିଆ ସହ କିଛିନା କିଛି ବିଷୟରେ ରହିଥାଏ । ଆମେ ସମସ୍ତେ ଜାଣିଛେ, ସଲମାନ ଖାନ୍ ଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଥାଏ ଓ ସେହି କ୍ରୋଧ ଯୋଗୁଁ ସବୁବେଳେ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ କ୍ରୋଧ କାହା ପାଖରେ ମଧ୍ୟ ଲୁଚି ରହି ପାରେନାହିଁ । ଅଧିକାଂଶ ଅଭିନେତା ତାଙ୍କ କ୍ରୋଧର ଶିକାର ହୋଇଥାନ୍ତି । କେତେବେଳେ କାହା ଉପରେ କ୍ରୋଧ ହୋଇଯିବେ ତାହା ମଧ୍ୟ କହିବା କଷ୍ଟକର ହୋଇଯାଏ ।

ତାଙ୍କ କ୍ରୋଧର ଶିକାର ଅନୁରାଗ କଶ୍ୟପ, ଅରିଜିତ ସିଂହ, ବିବେକ ଆବେରୋଇ, ଋଷି କପୁର ଓ ରେଣୁକା ରହାଣେ ହୋଇଛନ୍ତି । କିନ୍ତୁ ବୋଲିଉଡରେ ଗୋଟିଏ ଏଭଳି ମଧ୍ୟ ଅଭିନେତ୍ରୀ ଥିଲେ, ଯାହାକୁ ଦେଖିବା ତୁରନ୍ତ ସଲମାନ ଖାନ୍ ଭୟରେ ଥରିବାକୁ ଲାଗୁଥିଲେ ।

ଏହି ଅଭିନେତ୍ରୀଙ୍କୁ ସାମ୍ନାରେ ଦେଖି ଥରିବାକୁ ଲାଗୁଥିଲେ –

ଆମେ ଯେଉଁ ଅଭିନେତ୍ରୀଙ୍କ ପାଇଁ କହିବାକୁ ଯାଉଛୁ ସେ ଆଉ କେହି ନୁହଁନ୍ତି, ସେ ଶ୍ରୀଦେବୀ ଅଟନ୍ତି । ସେହି ସମୟରେ ଶ୍ରୀଦେବୀ ବହୁତ ଲୋକପ୍ରିୟତା ଅଭିନେତ୍ରୀ ଥିଲେ । ତାଙ୍କ ସହ ଚଳଚିତ୍ର କରିବା ପାଇଁ ଅଭିନେତା ମାନେ କେତେବେଳେ ସୁଯୋଗ ମିଳିବ ବୋଲି ଅପେକ୍ଷା କରି ରହୁଥିଲେ । ତାଙ୍କ ସମୟରେ ବଡ଼-ବଡ଼ ଅଭିନେତାମାନଙ୍କ ତୁଳନାରେ ଶ୍ରୀଦେବୀଙ୍କୁ ସବୁଠାରୁ ଅଧିକ ଟଙ୍କା ନେଉଥିଲେ ଚଳଚିତ୍ରରେ ଅଭିନୟ କରିବା ପାଇଁ । ତାଙ୍କୁ ଲେଡ଼ି ଅମିତାଭ ବୋଲି ମଧ୍ୟ କୁହାଯାଉଥିଲା । ଶ୍ରୀଦେବୀଙ୍କ ପ୍ରଶଂସକ କେବଳ ବୋଲିଉଡ଼ ରେ ହିଁ ନୁହେଁ ଟୋଲିବୂଡ଼ରେ ମଧ୍ୟ ଥିଲେ । ତେଣୁ ଯେତେବେଳେ ବଡ଼-ବଡ଼ ଅଭିନେତା ଶ୍ରୀଦେବୀଙ୍କ ନାମ ଶୁଣି ଡରୁଥିଲେ । ସେମାନଙ୍କ ମଧ୍ୟରୁ ସଲମାନ ଖାନ୍ ଜଣେ ଅଟନ୍ତି । ଏହି ବିଷୟରେ ସ୍ୱୟଂ ସଲମାନ ଖାନ୍ ଗୋଟିଏ ଇଣ୍ଟରଭ୍ୟୁରେ କହିଥିଲେ ।

ଶ୍ରୀଦେବୀଙ୍କୁ ଦେଖି ଡରୁଥିଲେ ସଲମାନ ଖାନ୍ –

ସଲମାନ ଖାନ୍ ସ୍ୱୟଂ ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ତାଙ୍କୁ ଶ୍ରୀଦେବୀଙ୍କ ସାମ୍ନାକୁ ଯିବାକୁ ଡର ଲାଗୁଥିଲା । ସଲମାନ ଖାନ୍ ଶ୍ରୀଦେବୀଙ୍କ ସହ ୧୯୯୩ର ଚଳଚିତ୍ର ‘ ଚନ୍ଦ୍ରମୁଖୀରେ ଦେଖିବାକୁ ମିଳିଥିଲା । ସେତେବେଳେ ସମସ୍ତଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ସଲମାନ ଖାନ୍ କହିଲେ କି ମୁଁ ବୋଲିଉର କାହାକୁ ବି ଡରେ ନାହିଁ କେବେଳ ସ୍ତ୍ରୀଦେବୀ ଙ୍କୁ ହିଁ ଡ଼ରିଥାଏ । ସଲମାନ ଖାନ୍ ସେତେବେଳେ ବହୁତ ଭୟଭୀତ ହେଉଥିଲେ ଯେତେବେଳେ ଶୁଣିବାକୁ ପାଉଥିଲେ କି ତାଙ୍କ କୋ-ଷ୍ଟାର ଶ୍ରୀଦେବୀ ଅଟନ୍ତି ।