ପୋଷାକ ପିନ୍ଧିବା ସମୟରେ ପୋଷାକର ବୋତାମ ଛିଣ୍ଡି ଯିବା ଏବଂ ଚାବିରେ କଳଙ୍କି ଲାଗିବା ଦେଇଥାଏ ଏହି ସଂକେତ ।

Spread the love

ପ୍ରତିଦିନର ଦିନଚର୍ଯ୍ୟାର ଘଟଣାବଳୀ ଗୁଡିକ ଦେଇଥାଏ ଭବିଷ୍ୟତର ସଂକେତ ।

ଏହି ଦୁନିଆରେ ଯେଉଁ ସବୁ ଘଟଣା ଘଟିଥାଏ, ତାହା ଅନ୍ୟ କୌଣସି ଘଟଣା ସହ ଜଡିତ ହୋଇଥାଏ ।ବେଳେବେଳେ ଏହି ଘଟଣା ଗୁଡିକ ଆମକୁ ଭବିଷ୍ୟତ ବିଷୟରେ ସଂକେତ ଦେଇଥାଏ । ଯଦି ଆପଣ ଏହି ସଂକେତ ଗୁଡିକୁ ବୁଝି ପାରିବେ; ତେବେ ଆପଣ ଭବିଷ୍ୟତର ଦୁର୍ଘଟଣାରୁ ମୁକୁଳି ପାରିବେ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ କିଛି ଏହିଭଳି ବିଷୟରେ କହିବା ପାଇଁ ଚାହୁଁଛୁ, ଯାହା ଆପଣଙ୍କୁ ଭବିଷ୍ୟତରେ ଆସୁଥିବା ଦୁର୍ଘଟଣାର ସଂକେତ ବିଷୟରେ ସୂଚନା ଦେଵ । ଯଦି ଆପଣଙ୍କ ସହ ଏହିସବୁ ଘଟଣା ଘଟେ; ତେବେ ଆପଣ ସତର୍କତା ସହ ଜୀବନ ଅତିବାହିତ କରନ୍ତୁ । ଆସନ୍ତୁ ଜାଣିବେ କେଉଁ ସବୁ ଘଟଣା ବିଷୟରେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ ।

ଛିଙ୍କ ଆସିବା :

ଏହି ବିଷୟ ସମସ୍ତେ ଜାଣିଛନ୍ତି ଯେ, ଯଦି କେହି ବାହାରକୁ ଯିବା ସମୟରେ କେହି ଛିଙ୍କି ଦେଇଥାଏ ଏହା ଅଶୁଭ ସଂକେତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଲୋକେ କିଛି ମୁହୂର୍ତ୍ତ ପାଇଁ ବସି ପଡନ୍ତି ଏବଂ ପରେ ଯାତ୍ରା ଆରମ୍ଭ କରିଥାନ୍ତି । କିନ୍ତୁ ଯଦି ଗୋଟିଏରୁ ଅଧିକ ଥର ବ୍ୟକ୍ତି ଛିଙ୍କି ଥାଏ; ତେବେ ଏହା ଅଶୁଭ ସଂକେତ ହୋଇନଥାଏ ।ଯଦି ଆପଣ କୌଣସି ଯାତ୍ରାରେ ଯାଉଛନ୍ତି ଏବଂ ଗାଈ ରାସ୍ତାରେ ଛିଙ୍କି ଦିଏ; ତେବେ ଆପଣ ନିଜ ଯାତ୍ରାକୁ ସ୍ଥଗିତ ରଖିଦେବା ଉଚିତ । ଏହା ଭବିଷ୍ୟତର ଅଶୁଭ ସଂକେତର ସୂଚନା ଦେଇଥାଏ ।

ଚାବିରେ କଳଙ୍କି ଲାଗିବା :

ଘରର ସିନ୍ଧୁକ କିମ୍ବା ଆଲମାରୀର ଚାବିରେ ଯଦି କଳଙ୍କି ଲାଗିଥାଏ; ତେବେ ଏହା ସଂକେତ ଦେଇଥାଏ ଭବିଷ୍ୟତରେ ଆପଣଙ୍କ ଧନ ହାନି ହେବାର ସମ୍ଭାବନା ରହିଛି । ଏହି ସ୍ଥିତିରେ ଆପଣଙ୍କୁ ନିଜର କଳଙ୍କି ଲାଗିଥିବା ଚାବିକୁ ଖୁବ୍ ଶୀଘ୍ର ବଦଳାଇ ଦେବା ଉଚିତ୍ । ଯଦି ଆପଣ କଳଙ୍କି ଲାଗିଥିବା ଚାବି ବ୍ୟବହାର କରନ୍ତି; ତେବେ ଆପଣଙ୍କ ସିନ୍ଧୁକରେ ଥିବା ଧନ ଖୁବ୍ ଶୀଘ୍ର ଶେଷ ହେବାରେ ଲାଗିବ । ଏକ ଛୋଟ ସୂଚନା ହେଉଛି, ଆପଣଙ୍କ ଘରର ଚାବିକୁ ସେହି ସ୍ଥାନରେ ରଖନ୍ତୁ, ଯେଉଁଠି ମୟୁର ପଙ୍ଖ ଥିବ; ଏହାଫଳରେ ଆପଣଙ୍କ ଧନରେ ବୃଦ୍ଧି ଘଟିବ ।

ପୋଷକର ବୋତାମ ଛିଣ୍ଡି ଯିବା :

ପୋଷାକ ପିନ୍ଧିବା ସମୟରେ ଯଦି ସାର୍ଟର ବୋତାମ ଛିଣ୍ଡି ଯାଏ; ଏହା ଅଶୁଭ ସଂକେତ ହୋଇଥାଏ । ଏହା ଆପଣଙ୍କ ପାଇଁ ଖରାପ ଭାଗ୍ୟ ନେଇ ଆସିଥାଏ । ଏହା ଦ୍ୱାରା ଆପଣଙ୍କ ସମସ୍ତ କାର୍ଯ୍ୟରେ ବିଘ୍ନ ଉତ୍ପନ ହେବ । ଏହି ଖରାପ ଭାଗ୍ୟ ଆପଣଙ୍କ ଉପରେ ଏକ ସପ୍ତାହ ପର୍ଯ୍ୟନ୍ତ ରହିବ । ଏହି ସ୍ଥିତିରେ ଆପଣ ନିଜ ସାର୍ଟରେ ନୂଆଁ ବୋତାମ ଲଗାଇ ଦିଅନ୍ତୁ ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ କୌଣସି ଜରୁରୀ କାର୍ଯ୍ୟ କରନ୍ତୁ ନାହିଁ । ଯଦି ଆପଣଙ୍କ ସାର୍ଟର ବୋତାମ ଆପଣଙ୍କ କାର୍ଯ୍ୟସ୍ଥଳରେ କିମ୍ବା ବାହାରେ ଅନ୍ୟ କୌଣସି ସ୍ଥାନରେ ଛିଣ୍ଡି ଯାଏ; ତେବେ ଏହା ସଂକେତ ଦେଇଥାଏ ଯେ, ଶତ୍ରୁ ଆପଣଙ୍କ ହାନି କରିବା ପାଇଁ ଚେଷ୍ଟା କରିଥାନ୍ତି ।

କୁକୁର ଭୋଜିବା :

ଆପଣଙ୍କ ଘରେ ଯଦି କୌଣସି ପାଳିତ କୁକୁର ଅଛି ଏବଂ ସେ ଆପଣଙ୍କ ଯାତ୍ରା ସମୟରେ ଏକ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକି ଥାଏ; ଏହା ଅଶୁଭ ସଂକେତ ପ୍ରଦାନ କରିଥାଏ । ଏହି ସମୟରେ ଆପଣଙ୍କୁ ଭଗବାନଙ୍କ ସାମ୍ନାରେ ପ୍ରାର୍ଥନା କରି ଘରୁ ବାହାରକୁ ଯିବା ଉଚିତ୍ । ଏହା ବ୍ୟତୀତ ରାତିରେ ଯଦି କୁକୁର ଭୋକିଥାଏ; ଏହା ସଂକେତ ଦେଇଥାଏ ଘରର ଆଖ ପାଖରେ କୌଣସି ଖରାପ ଶକ୍ତି ବୁଲୁଥାଏ । ଏହି ସ୍ଥିତିରେ ସକାଳୁ ଉଠି ଆପଣଙ୍କୁ ହନୁମାନ ଚାଳିଶା ପାଠ କରିବା ଉଚିତ୍ । ଏହା ବ୍ୟତୀତ ଘରେ ଗଙ୍ଗା ଜଳ ଛିଞ୍ଚି ଦେବା ଉଚିତ୍ ହେବ ।