ଆଲିୟା ଭଟ୍ଟ ସେୟାର କଲେ ଗାଧୁଆ ପୋଷକର ଫୋଟୋଗୁଡିକ, Zoom କରି ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଗଲେ ସମର୍ଥକ ଏବଂ ପଚାରିବାକୁ ଲାଗିଲେ ପ୍ରଶ୍ନ

Spread the love

ବର୍ତ୍ତମାନ ନିକଟରେ ଆଲିୟା ନିଜର ଗୋଟିଏ ବାଥରୋବର ଫୋଟୋ ସେୟାର କରିଥିଲେ ଯେଉଁଠାରେ ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି ବିଷୟ ସାମ୍ନାକୁ ଆସିଛି ।

ଆଲିୟା ଭଟ୍ଟ ଅଳ୍ପକିଛି ବର୍ଷରେ ହିଁ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ହୋଇ ଯାଇଛନ୍ତି । ସେ ହାଇୱେ, ଡିଅର ଜିନ୍ଦଗୀ, ହମ୍ପଟି ଶର୍ମା କି ଦୁଲହନିୟା, ରାଜୀ, ଗଲି ବଏ ଓ କଳଙ୍କ ପରି ଚଳଚ୍ଚିତ୍ର ଗୁଡ଼ିକରେ ବହୁତ ଭଲ ଅଭିନୟ କରିଛନ୍ତି । ଏହି ପ୍ରଶଂସନୀୟ ଚଳଚ୍ଚିତ୍ର ଗୁଡ଼ିକରେ ଅଭିନୟ କରି ସେ ଲୋକମାନଙ୍କୁ ଜଣାଇ ଦେଲେ ଯେ, ଯଦିଓ ତାଙ୍କର ବୟସ କମ କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ଅଭିନୟ ମାମଲାରେ କାହା ଠାରୁ ପଛରେ ନୁହଁନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆଲିୟା କରନ ଜୋହରଙ୍କ ଚଳଚ୍ଚିତ୍ର “ସ୍ତୁଡେଣ୍ଟ ଅଫ ଦ ଇଅର”ରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ପରେ ଆଲିୟାଙ୍କ ଆଫେୟର (ସମ୍ପର୍କ) ସିଦ୍ଧାର୍ଥ ମଲୋହୋତ୍ରାଙ୍କ ସହିତ ଆରମ୍ଭ ହୋଇ ଯାଇଥିଲା । ସିଦ୍ଧାର୍ଥ ଓ ଆଲିୟାଙ୍କ ସମ୍ପର୍କ ଖୋଲାଖୋଲି ଭାବେ ଗଣମାଧ୍ୟମ ସାମନାକୁ ଆସିଗଲା । ଦୁହେଁ ସବୁଦିନେ କେବେ ଡିନର ଡେଟରେ ତୋ ଆଉ କେବେ ସାଙ୍ଗ ହୋଇ ଚାଲିବା ବୁଲିବା ସମୟରେ ଦେଖାଗଲେ । କିନ୍ତୁ ପରେ ତାଙ୍କର ବ୍ରେକ ଅପ୍ ର ଖବର ସାମନାକୁ ଆସିଲା । ବର୍ତ୍ତମାନ ଆଲିୟା ଭଟ୍ଟ ରଣବୀର କପୂରଙ୍କୁ ଡେଟ କରୁଛନ୍ତି ଓ ଖବର ଅନୁସାରେ ଦୁହେଁ ଶୀଘ୍ର ବିବାହ ମଧ୍ୟ କରିପାରନ୍ତି । କିଛି ଦିନ ତଳେ ହିଁ ଆଲିୟା ଛୁଟି କଟାଇବା ପାଇଁ ନିୟୁର୍କ ଯାଇଥିଲେ । ଛୁଟି କଟାଇ ସାରି ଫେରି ଆସିବା ପରେ ସେ ସୋସିଆଲ ମିଡ଼ିଆରେ ନିଜର ଏକ ଫୋଟୋ ସେୟାର କରିଛନ୍ତି । ଯେମିତି ଆଲିୟା ଏହି ଫୋଟୋ ସେୟାର କଲେ କିଛି ମିନିଟ ପରେ ହିଁ ଏହି ଫୋଟଟି ଭାଇରଲ ହୋଇଗଲା ।

ରଣବୀରଙ୍କ ସହିତ ନୁୟର୍କରେ କଟାଇଲେ ଛୁଟି :

ସୂଚନା ଅନୁଯାୟୀ ଆଲିୟା ନୁୟର୍କ ଛୁଟି କାଟିବା ପାଇଁ ଏକୁଟିଆ ଯାଇ ନ ଥିଲେ ବରଂ ତାଙ୍କ ସାଥିରେ ତାଙ୍କ ବୟଫ୍ରେଣ୍ଡ ରଣବୀର କପୂର ମଧ୍ୟ ଯାଇଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ରଣବୀର କପୂରଙ୍କ ବାପା ଓ ଅଭିନେତା ଋଷି କପୂର ମଧ୍ୟ ନିଜର କର୍କଟ ରୋଗର ଚିକିତ୍ସା ନୁୟର୍କରେ କରୁଛନ୍ତି । ଏମିତିରେ ଏହା ଅନୁମାନ ଲଗାଯାଉଛି ଯେ, ଦୁହେଁ ରିଷୀ କପୂରଙ୍କୁ ଭେଟିବା ପାଇଁ ଯାଇଥିଲି ଏବଂ ସମୟ ମିଳିଲେ କିଛି ବ୍ୟକ୍ତିଗତ ସମୟ ମଧ୍ୟ ଏକାଠି ବିତାଇବେ ବୋଲି ଯୋଜନା କରିଥିଲେ ।

ସେୟାର କଲେ ବାଥରୋବର ଫୋଟ :

ଛୁଟି କାଟି ଆସିବା ପରେ ଆଲିୟା ସୋସିଆଲ ମିଡ଼ିଆରେ ନିଜର ଏକ ବାଥରବର ଫୋଟୋ ସେୟାର କଲେ । କିନ୍ତୁ ଆଲିୟାଙ୍କ ଏହି ଫୋଟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତାଙ୍କୁ ଅନେକ ପ୍ରକାର ପ୍ରଶ୍ନ ପଚାରିବା ଆରମ୍ଭ କଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆଲିୟା ଏକ ଧଳା ରଙ୍ଗର ବାଥରୋବ ପିନ୍ଧିଥିଲେ ଓ ଏହି ଫୋଟୋରେ ସେ ନିଜ ନାକକୁ ଘୋଡ଼ାଇ ଦେଇଥିଲେ ଓ ଫୋଟୋ ତଳେ ଲେଖିଥିଲେ ‘ମୁଡ’ । କିନ୍ତୁ ଦ୍ଵନ୍ଦରେ ପକାଇବା କଥା ଏହା ଯେ, ଏହି ଫୋଟରେ ଅନ୍ୟ ଆଉ କେହି ମଧ୍ୟ ଉପସ୍ଥିତ ଥିଲେ ।

ଫୋଟରେ ନଜର ଆସିଛି ଅନ୍ୟଜଣେ ବ୍ୟକ୍ତିଙ୍କ ପାଦ :

ଯେହେତୁ ଆଲିୟା ଯେଉଁ ଫୋଟ ସେୟାର କରିଥିଲେ, ସେହି ଫୋଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଦ ମଧ୍ୟ ଦେଖାଯାଉଛି । ଏମିତି ଲାଗୁଛି, ଯେମିତି କି ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ହିଁ ଆଲିୟାଙ୍କ ଫୋଟ ନେଇଛନ୍ତି । ଫୋଟୋ ଦେଖିବା ପରେ ଲୋକେ ବହୁତ ପ୍ରକାର ଅନୁମାନ ଲଗାଇବା ଆରମ୍ଭ କରି ଦେଇଛନ୍ତି ଯେ, ସେ ରଣବିର କପୂର ଅଟନ୍ତି କି ? ଗୋଟିଏ ୟୁଜର୍ସ ଆଲିୟାଙ୍କ ଏହି ଫୋଟରେ କମେଣ୍ଟ କରି ଲେଖିଛନ୍ତି ଯେ, “ରଣବିର କପୂର ହେ” ? ଅନ୍ୟ ଏକ ୟୁଜର୍ସ ଲେଖିଲେ ଯେ, “କିସକା ପେର ହେ ?” ସେଠାରେ ଆଉ ଏକ ୟୁଜର୍ସ ଲେଖିଛି ଯେ, “ତୋ ମେଡମ ରଣବିର କପୂର କେ ସାଥ ଛୁଟିୟା ମନା ରହି ହେ” । ଛାଡ଼ନ୍ତୁ, ଆମେ କେବଳ ଅନୁମାନ କରି ପାରିବା । ଏହି ଫୋଟରେ କାହାର ପାଦ ଦେଖାଯାଉଛି, ଏହି କଥାର ଉତ୍ତର ଆଲିୟାଙ୍କ ଛଡା ଆଉ କେହି ଦେଇ ପାରିବେ ନାହିଁ ।